PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଭୟରେ ୧୦୫ ଆଦିବାସୀ ପରିବାର ଚିତ୍ରକୋଣ୍ଡା ଫାର୍ମ ହାଉସରେ ବସାଇଲେ ନୂଆ ଗାଁ- ଫାର୍ମ ହାଉସ୍‌ରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ପ୍ରଶାସନର ଉଦ୍ୟମ

ମାଲକାନଗିରି- ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳରେ ଥିବା ପ୍ରାୟ ୪ଟି ଗାଁର ୧୦୫ଟି ପରିବାର ମାଓବାଦୀଙ୍କ ଭୟରେ ଚିତ୍ରକୋଣ୍ଡା ଫାର୍ମ ହାଉସ୍‌ ପରିସରରେ ବସବାସ କରିବା ଆରମ୍ଭକରିଛନ୍ତି । ଏହାର ନାମ ସେମାନେ ତିରୁପତିପୁରମ୍‌ ଦେଇଛନ୍ତି । ଜଙ୍ଗଲ ଜମିରେ ଏହି ଲୋକମାନେ ନୂଆ ଗାଁ ତିଆରି କରିଛନ୍ତି ।

ମାଓବାଦୀଙ୍କ ଭୟରେ ସେମାନେ ଭିଟାମାଟି ଛାଡି ଥିବା କଥା କହିଛନ୍ତି। ଜିଲ୍ଲା ପ୍ରଶାସନ ନିକଟରେ ଖବର ପହଞ୍ଚିବା ପରେ ଉପ ଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଏବଂ ତହସିଲଡାର ଟି ପଦ୍ମନାଭ ଦୋରା ଘଟଣାସ୍ଥଳରେ ପହଞ୍ଚି କଥାବାର୍ତ୍ତା ଆରମ୍ଭ କରିଥିଲେ । ସେହି ସ୍ଥାନ ଛାଡି ନିଜ ଗାଁକୁ ଯିବାକୁ ନଚେତ ଅନ୍ୟତ୍ର ଥଇଥାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ସେମାନେ କେଉଁଠାକୁ ଯିବେ ନାହିଁ ବୋଲି କହିବାରୁ ପ୍ରଶାସନିକ ଅଧିକାରି ସେଠାରୁ ଫେରିଛନ୍ତି । ଏହା ଆନ୍ଧ୍ର ପ୍ରଦେଶ ସରକାର କିମ୍ବା ଆନ୍ଧ୍ର ମାଓ କ୍ୟାଡରଙ୍କ ଚାଲ୍‌ ହୋଇଥାଇ ପାରେ ବୋଲି ଅନେକ ସ୍ଥାନୀୟ ବୁଦ୍ଧିଜୀବୀ ସନ୍ଦେହ କରିଛନ୍ତି। ଗାଁ ନାମକରଣରୁ ଏଥିରେ ଚାଲ୍‌ ରହିଛି ବୋଲି ଅନେକ ଆଶଙ୍କା କରିଛନ୍ତି ।