PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ପରିବାର ପାଇଁ ଇ-ସାକ୍ଷାତ୍‌ ଭିଡ଼ିଓ ଚାଟିଂ ସେବା ଆରମ୍ଭ
  • ||
  • ନବରଙ୍ଗପୁର – ଅକ୍ସିମିଟର ଚଢ଼ା ଦାମରେ ବିକ୍ରି, ୨ଟି ଔଷଧ ଦୋକାନୀଙ୍କ ଠାରୁ ଜରିମନା, ଗୋଟିଏ ଔଷଧ ଦୋକାନ ସିଲ୍
  • ||
  • କରୋନା ନେଲା ଆଉ ଏକ ଜୀବନ – ବିଶିଷ୍ଟ ସାହିତ୍ୟିକ ଅଜାମ୍ୱର ମଲ୍ଲଙ୍କ ପରଲୋକ
  • ||
  • କୋରାପୁଟ : କ୍ଲର୍କ ଚାକିରି ଲୋଭ ଦେଖାଇ ଯୁବତୀଙ୍କଠୁ ଠକେଇ, ଦୁଇ ଗିରଫ
  • ||
  • ଭୁବନେଶ୍ବର : ନଭିମୁମ୍ବାଇ ମହାନଗର ନିଗମକୁ ଓଡିଶା ଭବନ ଭଡା ଛାଡ କଲେ ରାଜ୍ୟ ସରକାର
  • ||
  • ମାଲକାନଗିରି: କୋଭିଡ ହସ୍ପିଟାଲରେ କରୋନା ଆକ୍ରାନ୍ତ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ପୁଲିସ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ
  • ||
  • ପୁରୀ: ବିନା ଭକ୍ତରେ ଶ୍ରୀମନ୍ଦିର ବାହାରେ ହେବ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା
  • ||
  • ସମ୍ବଲପୁର: ପେଟର ଭୋକ ଆଗରେ ହାର୍‌ ମାନୁଛି ସଂକ୍ରମଣର ଭୟ, ଡଷ୍ଟବିନ୍‌ ପାଲଟିଛି ଖାଦ୍ୟର ମାଧ୍ୟମ
  • ||
  • ୫-୬ ଦିନ ପରେ ଫ୍ଲାଟ୍‌ ହେବ କର୍ଭ
  • ||
  • ସ୍ବାଭାବିକ ସମୟରେ ଆସିବ ମୌସୁମୀ: ଜୁନ୍‌ ୧ରେ କେରଳ, ୧୨ ସୁଦ୍ଧା ଓଡ଼ିଶା
  • ||
  • ଚିନ୍ତା ବଢ଼ାଉଛି କରୋନା: ପିଲାଙ୍କ ପ୍ରତି ମାଡ଼ି ଆସୁଛି ବିପଦ, ଦୈନିକ ୫ଶହ ପିଲା ହେଉଛନ୍ତି ସଂକ୍ରମିତ
  • ||
  • ଓଡ଼ିଶାରେ କରୋନା ନେଲା ଆଉ ୧୯ ଜଣଙ୍କ ଜୀବନ, ମୃତ୍ୟୁ ସଂଖ୍ୟା ୨୧୪୦କୁ ବୃଦ୍ଧି
  • ||
  • ରାଜ୍ୟରେ ଅଣାୟତ୍ତ କରୋନା: ଭାଙ୍ଗିଲା ପୁରୁଣା ଦୈନିକ ସଂକ୍ରମଣ ରେକର୍ଡ଼, ଦିନକରେ ଚିହ୍ନଟ ହେଲେ ୧୨ ହଜାର ୨୩୮ ପଜିଟିଭ ଆକ୍ରାନ୍ତ
  • ||
  • ଖପ୍ରାଖୋଲ:ଗମ୍ଭାରି ଛକ ନିକଟରେ ଏକ କାରରୁ ୬ ପେଟି କଫସିରଫ ଜବତ, ୨ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ
  • ||
  • କୋଭିଡ଼ ପରିଚାଳନା ପାଇଁ ୩ ଜିଲ୍ଲାକୁ ୭.୬୨ କୋଟି ମଂଜୁର କଲେ ମୁଖ୍ୟମନ୍ତ୍ରୀ, ପୁରୀ ପାଇଁ ୨ କୋଟି, ସୁବର୍ଣ୍ଣପୁର ପାଇଁ ୧ କୋଟି ଟଙ୍କା ଓ ସମ୍ବଲପୁର ଜିଲ୍ଲା ପାଇଁ ୪ କୋଟି ୬୨ ଲକ୍ଷ ମଂଜୁର କଲେ ନବୀନ
  • ||
  • ଭୁବନେଶ୍ୱର: ସାଢ଼େ ୪ଟାରେ ଘୋଷଣା କରିବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଡିଜିପି
  • ||
  • ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ ବାୟୁ, ଭାରତୀୟ ପାଣିପାଗ କେନ୍ଦ୍ରର ସୂଚନା
  • ||
  • ଲାଞ୍ଜିଗଡ଼ରେ ଅଞ୍ଚଳରେ ହାତୀ ଉପଦ୍ରବ, ଆମ୍ବ ଗଛ ଭାଙ୍ଗିଲେ, ନର୍ସରିକୁ ନଷ୍ଟ କଲେ
  • ||
  • କଳାହାଣ୍ଡି: ବିଲ ମଝିରୁ ନାବାଳକର ମୃତଦେହ ଉଦ୍ଧାର ,ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ପଶ୍ଚିମ ବଙ୍ଗ ଯାଉଥିବା ଟ୍ରେନ୍ ପାସେଞ୍ଜରମାନଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||

ବୋମାମାଡ଼ରେ ଥରିଲା ଷଣ୍ଢପୁର, ଘରେ ନିଆଁ ଲଗାଇ ଜାଳିଦେଲେ ବାଇକ: ୨ମହିଳାଙ୍କ ସମେତ ୫ଆହତ

ପୁରୀ ୦୨/୦୧ ନୂଆ ବର୍ଷ ପାଇଁ ଗାଁରୁ ସହର ଚଳଚଞ୍ଚଳ । କିନ୍ତୁ ବୋମାମାଡ଼ରେ ଥରିଛି ସଦର ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମ । ସିରିଜ ବୋମାମାଡ଼ ସାଙ୍ଗକୁ ପଥର ମାଡ଼ରେ ଲହୁଲୁହାଣ ହୋଇଛନ୍ତି ଭୋଇସାହିର ଗୋଟିଏ ପରିବାର । ପରିବାରର ୫ଜଣ ଆହତ ହୋଇଥିବାବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅଭିଯୁକ୍ତମାନେ ସଂଘବଦ୍ଧ ଭାବେ ଆକ୍ରମଣ କରି ଘରେ ନିଆଁ ଲଗାଇ ଦେଇଛନ୍ତି । ଆହତଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୀର୍ଘ ଦିନର ଜମି ବିବାଦ ଯୋଗୁଁ ଏଭଳି କାଣ୍ଡ ଘଟିଥିବା ଜଣାପଡ଼ଡିଛି । ଆହତମାନେ ହେଲେ, ସୁକୁମାରୀ ଭୋଇ (୫୫), ଦିଅର ବୈଷ୍ଣବ (୪୫), ପୁଅ ଅଜୟ (୩୫), ବୋହୂ ବସୁମତୀ (୨୬) ଓ ପୁତୁରା ଅକ୍ଷୟ (୧୯) ।

ବୁଧବାର ନୂଆବର୍ଷ ଅବସରରେ ଗାଁରେ ଗୋଟିଏ ଗୋଷ୍ଠୀ ରୋଷେଇ କରି ସୁକୁମାରୀଙ୍କ ଘର ପାଶ୍ୱର୍ରେ ହୋ-ହଲ୍ଲା କରିଥିଲେ । ମାଇକ ବଜାଇ ଉତ୍ପାତ ହୋଇଥିଲେ । ଯାହାକୁ ବିରୋଧ କରିଥିଲେ ସୁକୁମାରୀଙ୍କ ପରିବାର । ପରେ ଆରମ୍ଭ ହୋଇଥିଲା ଲଙ୍କାକାଣ୍ଡ । ଆକ୍ରମଣକାରୀମାନେ ଲଗାତର ବୋମାମାଡ଼ କରିଥିଲେ । ୨୦ରୁ ଅଧିକ ବୋମା ଫୁଟାଇବା ସହ ଶତାଧିକ ପଥର ମାଡ଼ ହୋଇଥିବା କହିଛନ୍ତି ଆହତ ।

ଏଥିରେ ୫ ଜଣ ରକ୍ତାକ୍ତ ହୋଇଥିଲେ । ପରେ ପେଟ୍ରୋଲ୍‌ ପକାଇ ଘର ଭିତରେ ନିଆଁ ଲଗାଇଦେଇଥିଲେ ଆକ୍ରମଣକାରୀ । ସୁକୁମାରୀ ଓ ତାଙ୍କ ଦିଅର ବୈଷ୍ଣବଙ୍କ ୨ ବଖରା ଘରର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଗୋଟିଏ ବାଇକ୍‌ ଓ ଗୋଟିଏ ମୋପେଡ ପୋଡ଼ିଯାଇଛି । ପୁଲିସ ଓ ଅଗ୍ନିଶମ ନିଆଁକୁ ଆୟତ୍ତ କରିଥିଲେ । ଘଟଣାସ୍ଥଳରୁ ଆହତଙ୍କୁ ରକ୍ତାକ୍ତ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ପୁଲିସ ।
ଏନେଇ ସଦର ଏସ୍‌ଡିପିଓ କିଶୋର ଚନ୍ଦ୍ର ମୁଣ୍ଡ୍‌ କହିଛନ୍ତି, ପୂର୍ବରୁ ଉଭୟ ପକ୍ଷଙ୍କ ମଧ୍ୟରେ ଜମିଜମା ବିବାଦ ଥିଲା । ମାଇକ୍‌ ବଜାଇବାକୁ ନେଇ ଆଜି ଏଭଳି ଘଟିଛି । କେହି ଏନେଇ ଥାନାରେ ଏତଲା ଦେଇନଥିବା ମଧ୍ୟ କହିଛନ୍ତି ଶ୍ରୀ ମୁଣ୍ଡ୍‌।