PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଜିରୋ ନାଇଟ୍‌ ପାଇଁ ପ୍ରସ୍ତୁତି ଜୋରାଦାର: ଫୁଲତୋଡ଼ା ପାଇଁ ଆଗୁଆ ଅର୍ଡର, ଗୋଲାପ, ଲିଲି, ଅର୍କିଡ୍‌ର କ୍ରେଜ୍‌

ଭୁବନେଶ୍ୱର ୩୦/୧୨: ଆଉ ଦିନକ ପରେ ବିଦାୟ ନେବ ବର୍ଷ ୨୦୧୯ । ପୁରୁଣା ବର୍ଷକୁ ସ୍ମୃତିପଟରେ ସାଇତି ୨୦୨୦କୁ ସ୍ୱାଗତ କରିବେ ସମସ୍ତେ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । କିଏ ଜିରୋ ନାଇଟ୍‌ ପାଇଁ ପ୍ଲାନ କରି ସାରିଲେଣି ତ ଆଉ କିଏ ବଣ ଭୋଜି ପାଇଁ । ରାଜଧାନୀରେ କେକ୍‌ଠାରୁ ଆରମ୍ଭ କରି ଫୁଲ ଆଉ କାର୍ଡ ଦୋକାନ ଖୋଲିଲାଣି । ସମସ୍ତେ କିଛି ଭିନ୍ନ ଉପାୟରେ ନିଜ ପ୍ରିୟ ଲୋକଙ୍କୁ ସ୍ୱାଗତ କରିବାକୁ ବାଟ ବାଛି ନେଲେଣି । ତେବେ ନୂଆବର୍ଷରେ ବନ୍ଧୁ ଓ ନିଜ ପ୍ରିୟ ଲୋକକୁ ସ୍ୱଗାତ କରିବା ପାଇଁ ଫୁଲ ଏକ ସୁନ୍ଦର ମାଧ୍ୟମ । ସେଥିପାଇଁ ସବୁଦିନ ଅପେକ୍ଷା ଏହି ଦିନରେ ଫୁଲର ଚାହିଦା ଢ଼େର ବଢ଼ିଯାଏ । ଭୁବନେଶ୍ୱରବାସୀଙ୍କ ମନ ଜାଣି ରାଜଧାନୀର ବିଭିନ୍ନ ଛକ ବଜାରରେ ମେଲିଲାଣି ଫୁଲ ପସରା ।

ରାଜଧାନୀର ୟୁନିଟ-୨ ପେଟ୍ରୋଲ ପମ୍ପ ପାଖ, ୟୁନିଟ-୧ ହାଟ, ଫାୟାର ଷ୍ଟେସନ, ବରମୁଣ୍ଡା, ରସୁଲଗଡ଼, ସିଆରପି, ଚନ୍ଦ୍ରଶେଖରପୁର ଭଳି ଅନେକ ସ୍ଥାନରେ ଫୁଲ ଦୋକାନ ରହିଛି । ଦୋକାନୀମାନେ ବେଙ୍ଗାଲୁରୁ, କଲିକତା, ପୁନେ ଓ ହାଇଦ୍ରାବାଦ ଆଦି ସ୍ଥାନରୁ ଫୁଲ ଆଣିଛନ୍ତି । ଲୋକଙ୍କ ଚାହିଦାକୁ ଆଖି ଆଗରେ ରଖି ଅଧିକ ପରିମାଣରେ ଫୁଲ ଆଣିଥିବା ପଞ୍ଚଲିଙ୍ଗେଶ୍ୱର ଫ୍ଲୋରିଷ୍ଟ ଦୋକାନର ଦୁର୍ଯ୍ୟୋଧନ ସ୍ୱାଇଁ କହିଛନ୍ତି । ବିଶେଷକରି ଗୋଲାପ (ହଳଦୀ, ଧଳା, ଗୋଲାପୀ, ଲାଲ, ନୀଳ), ଗଜରା, ଗେଣ୍ଡୁ, ରଜନୀଗନ୍ଧା, ଟୁଲିପ୍‌, କାରନେସନ୍‌, ଲିଲି, ଅର୍କିଡ୍‌, ଗ୍ଲାଡିଲୈ, ବିଓପି, ଷ୍ଟାର, ଆନ୍ଥୋରିୟମ୍‌ ଜାରଭେରା, କିସାନ୍ତିବାର ଓ ଜିନିଆ ପରି ଅନେକ ଫୁଲ ତୋଡା ତିଆରି କରିବା ପାଇଁ ଖୋଜା ପଡେ । ଫୁଲତୋଡା ପାଇଁ ପ୍ଲାଷ୍ଟିକ ଫୁଲ୍‌, ଅର୍ଣ୍ଣାମେଣ୍ଟାଲ ସୋ’ ଗଛର ପତ୍ର ଓ ଜରଦରାର ମଧ୍ୟ ବହୁ ଚାହିଦା ରହିଛି । କାରସେନ୍‌ ଗୋଟିକ ୧୫ଟଙ୍କା ଥିବା ବେଳେ ଲିଲି ଦାମ୍‌ ରହିଛି ୧୦୦ଟଙ୍କା । ଅର୍କିଡ୍‌ ଗୋଟିକ ୩୫ଟଙ୍କା, ଗ୍ଲାଡିଲୈ ୧୨ଟଙ୍କା ରହିଛି । ବିଭିନ୍ନରଙ୍ଗର ଗୋଲାପ ୧୫ ଟଙ୍କାରୁ ଆରମ୍ଭ । ନୂଆବର୍ଷରେ ମନ୍ଦିର ଓ ଘରେ ଠାକୁର ପୂଜା ପାଇଁ ମଧ୍ୟ ଲୋକେ ଫୁଲ କିଣିକି ନେବେ । ସେଥିପାଇଁ କଲିକତାରୁ ଗେଣ୍ଡୁ ଫୁଲ ମଗାଯାଇଛି ।

ନୂଆବର୍ଷ ପାଇଁ ବିଭିନ୍ନ ରଙ୍ଗବେରଙ୍ଗର ଫୁଲ ତୋଡ଼ା ତିଆରି କରାଯାଉଛି । ଏବେଠାରୁ ଲୋକ ଫୁଲ ତୋଡ଼ା ବରାଦ ଦେବା ଆରମ୍ଭ କଲେଣି । ଫୁଲ ତୋଡା ୫୦ ଟଙ୍କାରୁ ଆରମ୍ଭ ହୋଇ ୫୦୦୦ ଯାଏ ରହିଛି । ପୂର୍ବ ବର୍ଷ ୨ଲକ୍ଷରୁ ଅଧିକ ଟଙ୍କାର ବେପାର ହୋଇଥିବା ବେଳେ ଏଥର ନୂଆବର୍ଷରେ ତା’ଠାରୁ ଅଧିକ ବେପାର କରିବାକୁ ଆଶା ରଖିଥିବା ଦୁର୍ଯ୍ୟୋଧନ କୁହନ୍ତି ।