PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ନୂଆ ବର୍ଷରେ ଡିଟିଏଚ୍‌ ଏବଂ କେବଲ୍‌ ଟିଭି ଗ୍ରାହକଙ୍କ ପାଇଁ ଖୁସି ଖବର: ଟିଭିଦେଖା ହେବ ଶସ୍ତା!

ନୂଆଦିଲ୍ଲୀ ୩୧/୧୨: ଡିଟିଏଚ୍‌ ଏବଂ କେବଲ୍‌ ଟିଭି ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ନୂଆ ବର୍ଷରେ ଟିଭି ଦେଖା ଶସ୍ତା ହୋଇପାରେ । ମିଳିଥିବା ଖବର ମୁତାବକ ଭାରତୀୟ ଟେଲିକମ୍‌ ନିୟାମକ ପ୍ରାଧିକରଣ (ଟ୍ରାଇ) ଟେଲିକମ୍‌ କ୍ଷେତ୍ରରେ ଅନେକ ପରିବର୍ତ୍ତନ ପରେ ପ୍ରସାରଣ କ୍ଷେତ୍ର ପାଇଁ ମଧ୍ୟ କିଛି ନୂଆ ନିୟମ ଲାଗୁ କରିବା ଲାଗି ଯୋଜନା କରୁଛନ୍ତି । ପୁରୁଣା ଦେୟଗୁଡ଼ିକୁ ସଂଶୋଧନ ପାଇଁ ମଧ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି ।

ଚଳିତବର୍ଷ ଏପ୍ରିଲରେ ଡିଟିଏଚ୍‌ ଏବଂ କେବଲ ଟିଭି ଉପଭୋକ୍ତାଙ୍କ ନିମନ୍ତେ ଟ୍ରାଇ ପକ୍ଷରୁ ନୂଆ ନିୟମ ଲାଗୁ କରାଯାଇଥିଲା । ଏହାଦ୍ୱାରା ଉପଭୋକ୍ତାମାନେ କେବଳ ଦେଖୁଥିବା ଚ୍ୟାନେଲ୍‌ ପାଇଁ ଟଙ୍କା ଗଣିବେ । ଫଳରେ ମହଙ୍ଗା ମାଡ଼ରୁ ସେମାନଙ୍କୁ ରିହାତି ମିଳିବ ବୋଲି ଆଶା ଦେଖାଇଥିଲେ ସରକାର । କିନ୍ତୁ ମେସିତି କିଛି ହେଲାନାହିଁ । ବରଂ ଏହି ନୂଆ ନିୟମଗୁଡ଼ିକୁ ନେଇ ଉପଭୋକ୍ତା ନିରାଶ ହୋଇଥିଲେ । ପୂର୍ବ ତୁଳନାରେ ବର୍ତ୍ତମାନର ସ୍କିମ୍‌ରେ ଟିଭି ଦେଖା ଅଧିକ ମହଙ୍ଗା ହୋଇଥିଲା । ନେଟ୍‌ୱର୍କ କାପାସିଟି ଫି (ଏନ୍‌ସିଏଫ୍‌)ରେ ହୋଇଥିବା ପରିବର୍ତ୍ତନ ପାଇଁ ଏହି ସମସ୍ୟା ଉପୁଜିଥିଲା।

ମିଳିଥିବା ସୂଚନା ମୁତାବକ ଏନ୍‌ସିଏଫ୍‌ ଶସ୍ତା ହୋଇପାରେ । ଏବେ ଡିଟିଏଚ୍‌ ଏବଂ କେବଲ୍‌ ଟିଭି ଉପଭୋକ୍ତାଙ୍କୁ ୧୫୩ ଟଙ୍କା ଏନ୍‌ସିଏଫ୍‌ ପାଇଁ ଦେବାକୁ ପଡୁଛି । ଏମିତି କି ଉପଭୋକ୍ତା କେତେ ଫ୍ରି-ଟୁ-ଏୟାର ଚ୍ୟାନେଲ୍‌ ସବ୍‌ସ୍କ୍ରାଇବ୍‌ କରୁଛନ୍ତି, ତାହା ଉପରେ ବି ଏନ୍‌ସିଏଫ୍‌ ନିର୍ଭର କରୁଛି । ଏଥିସହ ପୃଥକ୍‌ ଭାବେ ବଛା ଯାଉଥିବା ଚ୍ୟାନେଲ୍‌ ପୂର୍ବାପେକ୍ଷା ମହଙ୍ଗା ହୋଇଛି । ଟ୍ରାଇ ଏବେ ଏହି ଚ୍ୟାନେଲ୍‌ଗୁଡ଼ିକର ଦରଦାମ କମାଇବା ପାଇଁ ବିଚାର କରୁଛି । ବର୍ତ୍ତମାନ ପ୍ରଚଳିତ ନିୟମ ଅନୁସାରେ ଉପଭୋକ୍ତାଙ୍କୁ ଟିଭି ଦେଖିବା ପାଇଁ ଦୁଇ ପ୍ରକାର ବିଲ୍‌ ପୈଠ କରିବାକୁ ପଡୁଛି । ତାହା ହେଉଛି ଏନ୍‌ସିଏଫ୍‌ ଏବଂ କଣ୍ଟେଣ୍ଟ ଦେୟ । ଉପଭୋକ୍ତାଙ୍କ ପକ୍ଷରୁ ଦିଆଯାଉଥିବା କଣ୍ଟେଣ୍ଟ ଦେୟ ଟିଭି ଚ୍ୟାନେଲ୍‌ର ବ୍ରଡ୍‌କାଷ୍ଟରଙ୍କ ଖାତାକୁ ଯାଉଛି । ଏନ୍‌ସିଏଫ୍‌ ଦେୟ ଚ୍ୟାନେଲ୍‌ ଦେଖାଉଥିବା ଡିଟିଏଚ୍‌ ଅଥବା କେବଲ୍‌ ଟିଭି ଅପରେଟରଙ୍କ ଖାତାକୁ ଯାଉଛି । ଏଥିରେ ୧୦୦ ଚ୍ୟାନେଲ୍‌ ପାଇଁ ପ୍ରତି ମାସରେ ୧୫୩ ଟଙ୍କା ଦେବାକୁ ପଡୁଛି । ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ପରାମର୍ଶ ପେପରରେ ନୂଆ ଟାରିଫ୍‌ ନିୟମରେ ପରିବର୍ତ୍ତନ ପାଇଁ ପ୍ରସ୍ତାବ ରହିଛି । ଉପଭୋକ୍ତାଙ୍କ ପାଇଁ ଟିଭି ଦେଖା କିଭଳି ଶସ୍ତା ହେବ, ତାହା ଉପରେ ଟ୍ରାଇ ଉଦ୍ୟମ ଚଳାଇଛି । ଏଥିଲାଗି ଟ୍ରାଇ ଭାରିଏବଲ୍‌ ଏନ୍‌ସିଏଫ୍‌ ଆଣିବା ପାଇଁ ପ୍ରସ୍ତାବ ଦେଇଛି । ଭାରିଏବଲ୍‌ ଏନ୍‌ସିଏଫ୍‌ ପ୍ରତ୍ୟେକ ସର୍କଲ ନିମନ୍ତେ ପୃଥକ୍‌ ପୃଥକ୍‌ ହେବ । ଉପଭୋକ୍ତାଙ୍କ ରୁଚି ଏବଂ ଉପଲବ୍ଧ ଡାଟା ଉପରେ ମଧ୍ୟ ଏନ୍‌ସିଏଫ୍‌ ନିର୍ଦ୍ଧାରିତ କରାଯିବ ବୋଲି ଜଣାପଡ଼ିଛି ।