PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

୨୦୨୦ ଆଣିବ ବାତ୍ୟା, ଭୂକମ୍ପ; ବିକାଶରେ ଅନେକ ରାଜ୍ୟକୁ ଟପିଯିବ ଓଡ଼ିଶା

ଜ୍ୟୋତିର୍ବିଦ ଡ. ମନୋଜ ଲେଙ୍କାଙ୍କ ଭବିଷ୍ୟବାଣୀ

ବିଶ୍ୱ: ନୂତନ ଇଂରାଜୀ ବର୍ଷ ବିଶ୍ୱସ୍ତରରେ ଅନେକ ସମସ୍ୟା ଆଣିବ, କ୍ଷୁଦ୍ର ଦେଶମାନେ ନିଜର ଅଧିକାର ପାଇଁ ବିପ୍ଳବ ବା ଯୁଦ୍ଧର ପ୍ରସ୍ତୁତି ଆରମ୍ଭ କରିବେ। ଏକଛତ୍ରବାଦୀ ଦେଶମାନଙ୍କର ପ୍ରଗତିରେ ବାଧା ହେବ । ରୁଷ, ଜାପାନ, ଆମେରିକା ସହ ଭାରତ ମିଶି ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରିବେ। ଚୀନ, ଆମେରିକା, ଜାପାନ, ଇସ୍ରାଏଲ ଭଳି ଦେଶମାନଙ୍କର ଅର୍ଥନୀତିରେ ଭାରସାମ୍ୟ ରହିନପାରେ। ଇରାକ, ଇରାନ, ଇସ୍ରାଏଲ ଆଦି ଦେଶ ଉପରେ ଶକ୍ତିଶାଳୀ ରାଷ୍ଟ୍ରମାନଙ୍କର ଆକ୍ରମଣ ଆଶଙ୍କା ଥିବାରୁ ତୈଳଦରରେ ବାରମ୍ବାର ବୃଦ୍ଧିହେବ । ମିଳିତ ଜାତିସଂଘର ପ୍ରସ୍ତାବକୁ ପ୍ରଗତିଶୀଳ ଦେଶଗୁଡ଼ିକ ଗ୍ରହଣ କରିବେନାହିଁ । ଭୂମିକମ୍ପ ଓ ସୁନାମିକୁ ଏଡ଼ାଇ ଦିଆଯାଇନପାରେ ।

ଭାରତ: ଭାରତ ଏବର୍ଷ ଅନେକ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଜାରି ରଖିବ । ଆତଙ୍କବାଦୀ ସମସ୍ୟାର ସମାଧାନ ପାଇଁ ଭାରତ ଅନେକ ଦେଶର ସହଯୋଗ ପାଇବ । ରାଜନୈତିକ କ୍ଷେତ୍ରରେ ମତାନ୍ତର ଓ ଆତ୍ମଘାତୀ କାର୍ଯ୍ୟ ଘଟିବାର ସମ୍ଭାବନା ରହିଛି । ଅନେକ ଶିକ୍ଷାନୁଷ୍ଠାନ ଓ ଧର୍ମାନୁଷ୍ଠାନରେ ଧାର୍ମିକ ଭେଦଭାବ ଯୋଗୁ ଦଙ୍ଗା ସୃଷ୍ଟି ହୋଇପାରେ। ମହାକାଶ ଗବେଷଣା କ୍ଷେତ୍ରରେ ଓ ଇଲେକଟ୍ରୋନିକ୍ସ ଉଦ୍ଭାବନ କ୍ଷେତ୍ରରେ ଭାରତ ଅନ୍ୟ ଦେଶମାନଙ୍କ ତୁଳନାରେ ନିଜର ସ୍ୱତନ୍ତ୍ରତା ବଜାୟ ରଖି। ଭାରତର ଉତ୍ତର-ପୂର୍ବାଞ୍ଚଳରେ ୨ରୁ ୩ଥର ଭୂମିକମ୍ପ ହେବା ସହିତ ଅନିୟମିତ ବର୍ଷା, କାଳବୈଶାଖୀ ଜନଜୀବନକୁ ବ୍ୟଥିତ କରିବ ଏବଂ ବର୍ଷର ମଧ୍ୟଭାଗରେ ମହାନ ବ୍ୟକ୍ତିତ୍ୱଙ୍କର ନିଧନ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।

ଓଡ଼ିଶା: ନୂତନ ବର୍ଷରେ ଓଡ଼ିଶାରେ ନୂତନ ପରିବର୍ତ୍ତନ ପରିଲକ୍ଷିତ ହେବ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶର ଅନ୍ୟ ରାଜ୍ୟମାନଙ୍କ ଅପେକ୍ଷା ଯଥେଷ୍ଟ ଅଗ୍ରଗତି କରିବ । ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେତୁ ଜନଅସନ୍ତୋଷ ବଢ଼ିବ। ଚୋରି, ଡକାୟତି କମିବ, କିନ୍ତୁ ରାହାଜାନି କାୟାବିସ୍ତାର କରିବ । ଖଣିଖାଦାନକୁ ନେଇ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ତିକ୍ତତା ଲାଗିରହିବ । ଓଡ଼ିଶାରେ ୨ୟ ଥର ମୃଦୁ ଭୂମିକମ୍ପ, ଜୁନ୍‌ ଓ ଜୁଲାଇ ମାସରେ ୪ରୁ ୫ଟି ଲଘୁଚାପ ବାତ୍ୟାର ରୂପ ନେବାରେ ସମ୍ଭାବନା ରହିଛି । ଓଡ଼ିଶାରେ ଓଡ଼ିଶା ସରକାର ଚିକିତ୍ସା କ୍ଷେତ୍ରରେ ଓ ପୁଲିସ ସେବା କ୍ଷେତ୍ରରେ ଆଖିଦୃଶିଆ ପରିବର୍ତ୍ତନ ଆଣିବେ । ସରକାର ନୂତନ କଳକାରଖାନା ପ୍ରତିଷ୍ଠା ଚେଷ୍ଟା କଲେ ମଧ୍ୟ ସେତେଟା ସଫଳ ହେବେନାହିଁ । ନିଯୁକ୍ତି କ୍ଷେତ୍ରରେ ସମସ୍ୟା ଆସିବ । ଯଦି କୃଷିକ୍ଷେତ୍ରକୁ ବିଚାର କରିବା, ଧାନଚାଷ ଅପେକ୍ଷା ତୈଳଜାତୀୟ ଚାଷ, ଡାଲିଜାତୀୟ ଚାଷ ତଥା ରବିଜାତୀୟ ଫସଲରେ କୃଷକର ଆର୍ଥିକ ସ୍ଥିତି ସୁଦୃଢ଼ ହେବ ।

ଗ୍ରହ ନକ୍ଷତ୍ର: ବର୍ଷର ଆରମ୍ଭରୁ ଜାନୁଆରୀ ୨୪ ତାରିଖରେ ମକର ରାଶିକୁ ଶନି ଚଳନ କରୁଥିବାରୁ ମେଷ, ସିଂହ, ବିଛା, ମୀନ ରାଶିର ବ୍ୟକ୍ତିମାନଙ୍କୁ ନୂତନ ନିଯୁକ୍ତି, ରାଜସମ୍ମାନ, ପ୍ରତିଷ୍ଠା ଆଦି ମିଳିବାର ସମ୍ଭାବନା ଯଥେଷ୍ଟ ରହିଛି । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଅତି ଶୁଭ ହେବ । କର୍କଟ, ତୁଳା, ମକର, କୁମ୍ଭ ରାଶିର ଶନି ଅଶୁଭ ଥାଇ ଚନ୍ଦ୍ର ଶୁଭ ହେତୁ ଶୁଭ-ଅଶୁଭ ଫଳ ମିଳିବ । ଅଶୁଭକୁ ଶୁଭରେ ପରିଣତ କରିବାପାଇଁ ବଜରଙ୍ଗ ବାଣ ଜପ କରିବା, ବୃଦ୍ଧ ପିତାମାତା ଓ ରୋଗୀସେବା କରିବା, କନ୍ୟା ସନ୍ତାନଙ୍କୁ ପୂଜା କରିବା ସହିତ ମୋତିଶଙ୍ଖ ଓ ଗଣେଶ ଶଙ୍ଖକୁ ପୂଜା କରିବେ । ମୋତି ଶଙ୍ଖ ଜଳରେ ସ୍ନାନକଲେ ଓ ଗାୟତ୍ରୀ ମନ୍ତ୍ର ଜପ କଲେ ଅଶୁଭତ୍ୱ ଶୁଭତ୍ୱରେ ପରିଣତ ହୋଇ ୨୦୨୦ ମସିହା ସୁଖ ସମୃଦ୍ଧି ଦେବ ।

ସମ୍ବନ୍ଧିତ ଖବର