PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଭାରତ ପୂର୍ବରୁ ଏହି ଦେଶମାନଙ୍କରେ ପାଳନ ହୋଇଯିବ ନୂଆବର୍ଷ, ଶେଷରେ ପାକିସ୍ତାନ…

ନୁଆଦିଲ୍ଲୀ ୩୧/୧୨: ଭାରତରେ ୩୧ ଡିସେମ୍ବର ରାତି ୧୨ ଟା ସମୟରେ ନୂଆ ବର୍ଷକୁ ଧୁମଧାମରେ ପାଳନ କରାଯିବ । କିନ୍ତୁ ଆପଣ ଜାଣିଛନ୍ତି କି ଭାରତ ପୂର୍ବରୁ ଅନେକ ଦେଶରେ ନୂଆବର୍ଷ ପାଳନ ଆରମ୍ଭ ହୋଇଯିବ । ଭାରତୀୟ ସମୟାନୁସାରେ ଦ୍ୱିପ୍ରହର ସାଢେ ୩ଟା ସମୟରେ ସବୁଠାରୁ ପ୍ରଥମ ଟୋଙ୍ଗା ସମୋଆରେ ନୂଆ ବର୍ଷ ପାଳନ ହୋଇଯିବ ।

କ୍ରିସମସ୍ ଆଇଲାଣ୍ଡରେ ୩ଟା ୪୫ ମିନିଟ୍ ସମୟରେ ନୂଆବର୍ଷର ଉତ୍ସବ ପାଳନ ହୋଇଯିବ ଏବଂ ଏଠାରେ ୨୦୨୦ ଆରମ୍ଭ ହୋଇଯାଇଥିବା । ଏହା ପରେ ତୃତୀୟରେ ନ୍ୟୁଜିଲାଣ୍ଡରେ ସାଢେ ୪ଟା(ଭାରତୀୟ ସମୟାନୁସାରେ) ନୂଆବର୍ଷକୁ ସ୍ୱାଗତ କରାଯିବ ।

ଭାରତରେ ଯେତେବେଳେ ୫ଟା ୩୦ ମିନିଟ୍ ହୋଇଥିବ ସେତେବେଳେ ଋଷରେ ୨୦୨୦ ଆରମ୍ଭ ହୋଇଯାଇଥିବା । ଏଠାରେ ଭାରତୀୟ ସମୟାନୁସାରେ ସାଢେ ୫ଟାରେ ଉତ୍ସବ ପାଳନ ହେବ । ଏହା ପରେ ଭାରତରେ ସନ୍ଧ୍ୟା ୬ଟା ୩୦ ମିନିଟ୍ ସମୟରେ ଅଷ୍ଟ୍ରିଲିଆରେ ନୁଆବର୍ଷ ପାଳନ ହେବ । ଅଷ୍ଟ୍ରେଲିଆ ସହିତ ମେଲବର୍ଣ୍ଣ, ସିଡନୀ, କ୍ୟାନବରା ଓ ହନିୟାରାରେ ମଧ୍ୟ ଏହି ସମୟରେ ନୂଆ ବର୍ଷ ପାଳନ ହେବ ଏବଂ ୨୦୧୯କୁ ବିଦାୟ ଦିଆଯିବ ।

ଏଡିଲେଡ୍, ବ୍ରୋକନ ହିଲ୍ ଓ ସେଡୁନାରେ ସନ୍ଧ୍ୟା ୭ଟା ୩୦ ମିନିଟରେ ନୂଆବର୍ଷର ଉତ୍ସବ ପାଳନ କରାଯିବ । ଭାରତରେ ଯେତେବେଳେ ୮ଟା ୩୦ ମିନିଟ୍ ବାଜିଥିବା ସେହି ସମୟରେ ଜାପାନ ଓ ଦକ୍ଷିଣ କୋରିଆରେ ନୂଆବର୍ଷର ଉତ୍ସବ ପାଳନ କରାଯିବ ।

ଭାରତୀୟ ଟାଇମ୍ ଅନୁସାରେ ରାତି ସାଢେ ୯ଟା ସମୟରେ ଚୀନ୍ ଓ ଫିଲିପିନ୍ସ, ରାତି ସାଢେ ୧୦ଟା ସମୟରେ ଥାଇଲାଣ୍ଡ, ରାତି ୧୧ଟାରେ ମିଆଁମାର ଓ ରାତି ସାଢେ ୧୧ଟାରେ ବାଂଲାଦେଶରେ ଉତ୍ସବ ମନାଇ ନୂଆବର୍ଷକୁ ସ୍ୱାଗତ କରାଯିବ ।

ଭାରତ ଓ ଶ୍ରୀଲଙ୍କାରେ ରାତି ୧୨ଟାରେ ନୂଆ ବର୍ଷକୁ ସ୍ୱାଗତ କରାଯିବ ଏବଂ ପାକିସ୍ତାନରେ ରାତି ସାଢେ ୧୨ଟା ସମୟରେ ନୂଆବର୍ଷର ଉତ୍ସବ ମନାଯିବ ।