PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ନବବର୍ଷ ପାଇଁ ପୁରୀରେ ଲାଗୁ ହେଲା ଟ୍ରାଫିକ୍‌ କଟକଣା: ମରିଚିକୋଟ ଛକରୁ କାର୍‌, ଅଟୋ ମନା,ପଥଚାରୀଙ୍କ ସ୍ୱତନ୍ତ୍ର କରିଡର

ପୁରୀ ୨୩/୧୨:ନବବର୍ଷ ଗହଳି ପୂର୍ବରୁ ବଡ଼ଦାଣ୍ଡରେ ରବିବାରଠାରୁ ଲାଗୁ ହୋଇଛି ଟ୍ରାଫିକ୍‌ କଟକଣା। ମରିଚିକୋଟ ଛକଠାରୁ ଶ୍ରୀମନ୍ଦିର ଆଡ଼କୁ ସମସ୍ତ ଚାରିଚକିଆ ଯାନ ପ୍ରବେଶ ବାରଣ କରାଯାଇଛି। ଭିଭିଆଇପି, ଭିଆଇପିଙ୍କ ଚାରିଚକିଆକୁ ମଧ୍ୟ ଏହି ଛକ ଠାରୁ ଶ୍ରୀମନ୍ଦିର ଦିଗକୁ ପ୍ରବେଶ କରାଯାଉନି। ଅନ୍ୟ ଟାଉନ ବସକୁ ମଧ୍ୟ ଟାଉନ ଥାନା ପାଖ ପର୍ଯ୍ୟନ୍ତ ଛଡା ଯାଉଛି । ପୌରମାର୍କେଟ ପଡ଼ିଆରେ ଭକ୍ତଙ୍କ ଗାଡ଼ିସବୁ ପାର୍କିଂ ହେବ ।

ଅଫିସିଆଲ ଗାଡିକୁ ମଧ୍ୟ ଜରୁରି ନଥିଲେ ଭିତରକୁ ଛଡା ଯିବନାହିଁ । ଆମ୍ବୁଲାନ୍ସ, ଅଗ୍ନିଶମ ତଥା ଅନ୍ୟ ଜରୁରି ସେବାର ଗାଡ଼ି ଏହି ନିଷିଦ୍ଧାଚଳରେ କେବଳ ପ୍ରବେଶ କରିବାକୁ ଦିଆଯିବ । ନବବର୍ଷରେ ଦର୍ଶନାର୍ଥୀଙ୍କ ଭିଡ଼ ବୃଦ୍ଧି ପାଇବ । ଏହି କାରଣରୁ ଏଭଳି କଟକଣା ଲଗାଯାଇଛି । ମରିଚିକୋଟ ଛକରେ ପୁଲିସର ସୂଚନା ବ୍ୟାନରରେ ଅଟୋ ଭଳି ଯାନବାହନ ପ୍ରବେଶ ମନା ବୋଲି ସୂଚନା ରହିଛି ।

ଦର୍ଶନାର୍ଥୀଙ୍କ ପାଇଁ ମରିଚିକୋଟ ଛକରୁ ଶ୍ରୀନଅର ସାମ୍ନା ପର୍ଯ୍ୟନ୍ତ ସ୍ୱତନ୍ତ୍ର କରିଡର ବ୍ୟବସ୍ଥା ହୋଇଛି । ବଡ଼ଦାଣ୍ଡ ମଝିରେ ମରିଚିକୋଟ ଛକରୁ ଶ୍ରୀମନ୍ଦିର ଅଫିସ ପର୍ଯ୍ୟନ୍ତ ଲୁହା ବ୍ୟାରିକେଡ୍‌ ଦେଇ ସ୍ୱତନ୍ତ୍ର କରିଡର ହୋଇଛି । ବ୍ୟାରିକେଡ ମଧ୍ୟ ଦେଇ କେବଳ ଭକ୍ତ ତଥା ପଥଚାରୀମାନେ ଚାଲି ଚାଲି ନୋ ପାର୍କିଂ ଜୋନ ଇଲାକାକୁ ପ୍ରବେଶ କରିବେ । ଏହି ସ୍ୱତନ୍ତ୍ର କରିଡରକୁ ଆବଶ୍ୟକ ହେଲେ ମାର୍କେଟ ପର୍ଯ୍ୟନ୍ତ ବଢ଼ାଇବାକୁ ମଧ୍ୟ ବିଚାର ଚାଲିଛି ।

ଖବର ମିଳିଛି ଏହି ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇଛି । ଜନୁଆରୀ ଦଶ ତାରିଖ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାକୁ ଲାଗୁ ରହିବ । ସ୍ୱତନ୍ତ୍ର କରିଡର ଦେଇ ପଥଚାରୀ ମରିଚିକୋଟରୁ ପ୍ରବେଶ କରି ନୋ ପାର୍କିଂ ଜୋନ ପର୍ଯ୍ୟନ୍ତ ଚାଲିଚାଲି ଯିବେ । କରିଡର ଭିତରକୁ କୌଣସି ଯାନବାହନ ଛଡ଼ାଯିବ ନାହିଁ । ଏହି କରିଡର ବ୍ୟବସ୍ଥା ସଫଳ ହେଲେ ଆଗାମୀ ଦିନରେ ମଧ୍ୟ ଦର୍ଶନାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଚଲାପଥର ସ୍ୱତନ୍ତ୍ର କରିଡର ବ୍ୟବସ୍ଥା ଜାରି ରହିବ ବୋଲି ଖବର ମିଳିଛି। କରିଡର ମଝିରେ ମଝିରେ ଫାଙ୍କା ରହିଛି । ପଥଚାରୀ ଯାତ୍ରୀ କରିଡର ବାହାରକୁ ଯାଇ ପାରିବେ ଏବଂ ଏହି ଫାଙ୍କା ରାସ୍ତା ଦେଇ କରିଡର ଭିତରକୁ ପ୍ରବେଶ କରି ପାରିବେ ।