PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଘରୋଇ ସିଜିନ ସୂଚୀ ଘୋଷଣା କଲା ନ୍ୟୁଜିଲାଣ୍ଡ

ଅକଲାଣ୍ଡ,୧୨।୮: କରୋନା ଭାଇରସ୍‌ ସଂକ୍ରମଣ ନିୟନ୍ତ୍ରଣାଧୀନ ହେବା ପରେ ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡ ଚଳିତ ସିଜିନ୍‌ ପାଇଁ ଘରୋଇ କ୍ରୀଡ଼ାସୂଚୀ ପ୍ରସ୍ତୁତ କରିଛି । ୱେଷ୍ଟ ଇଣ୍ଡିଜ୍‌, ପାକିସ୍ତାନ, ଅଷ୍ଟ୍ରେଲିଆ ଓ ବାଂଲାଦେଶ କ୍ରିକେଟ୍‌ ଦଳ ନ୍ୟୁଜିଲାଣ୍ଡ ଗସ୍ତ କରି କ୍ରିକେଟ୍‌ ସିରିଜ୍‌ ଖେଳିବେ ।

ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଡେଭିଡ୍‌ ହ୍ୱାଇଟ୍‌ କହିଛନ୍ତି ଯେ, ଆମେ ଇତି ମଧ୍ୟରେ ୱେଷ୍ଟ ଇଣ୍ଡିଜ୍‌, ପାକିସ୍ତାନ, ଅଷ୍ଟ୍ରେଲିଆ ଓ ବାଂଲାଦେଶ କ୍ରିକେଟ୍‌ ବୋର୍ଡକୁ ଘରୋଇ ସିରିଜ୍‌ ପାଇଁ ପ୍ରସ୍ତାବ ଦେଉଛୁ । ପ୍ରତ୍ୟେକ ବୋର୍ଡ ଆମ ପ୍ରସ୍ତାବ ଗ୍ରହଣ କରି ନ୍ୟୁଜିଲାଣ୍ଡ ଆସିବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ପାକିସ୍ତାନ ଓ ୱେଷ୍ଟ ଇଣ୍ଡିଜ୍‌ ବିପକ୍ଷରେ ନ୍ୟୁଜିଲାଣ୍ଡ ଟେଷ୍ଟ ଓ ଟି-ଟ୍ୱେଣ୍ଟି ସିରିଜ୍‌ ଖେଳିବ । ସେହିପରି ବାଂଲାଦେଶ ବିପକ୍ଷରେ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ୍‌ ଅନୁଷ୍ଠିତ ହେବ । ଅଷ୍ଟ୍ରେଲିଆ ବିପକ୍ଷରେ କେବଳ ଦିନିକିଆ ସିରିଜ୍‌ ଖେଳିବା ପାଇଁ ସ୍ଥିର ହୋଇଛି ।

ସମ୍ବନ୍ଧିତ ଖବର