ସଂସଦ ଚାଳିଥିବା ବେଳେ ଶିଶୁକୁ କୋଳରେ ଧରି ବାଚସ୍ପତି ପିଆଇଲେ କ୍ଷୀର,ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ

ଓ୍ବେଲିଙ୍ଗଟନ୍,୨୩।୮:ନ୍ୟୁଜିଲ୍ୟାଣ୍ଡ ସଂସଦରେ ଏକ ଗୁରୁତ୍ୱପୂର୍ଣ୍ଣ ବିଲକୁ ନେଇ  ଡିବେଟ ଚାଲିଥିବା ବେଳେ ସେ ସମୟରେ ବାଚସ୍ପତି ଟ୍ରେବର ମଲାର୍ଡଙ୍କ କୋଳରେ ଦେଖିବାକୁ ମିଳିଥିଲା ଏକ ଶିଶୁକୁ। ବାଚସ୍ପତି ଏହି ଶିଶୁକୁ କୋଳରେ ଧରି ବୋତଲ ଯୋଗେ କ୍ଷୀର ପିଆଉଥିବାର ଫଟୋ ଏବେ ସୋସାଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଶିଶୁଟି ବାଚସ୍ପତିଙ୍କ ନୁହେଁ ବାସ୍ତବରେ ଶିଶୁଟି ସାଂସଦ  ଟମାତୀ କାଫେଙ୍କର। ଟମାତୀ ତାଙ୍କର ସନ୍ତାନ ଜନ୍ମହେବା ପରେ କିଛି ଦିନ ଛୁଟିରେ ଥିଲେ। ତେବେ ଏଥର  ସଂସଦକୁ ସାଙ୍ଗେରେ ତାଙ୍କର ନବଜାତ ଶିଶୁପୁତ୍ରକୁ ଧରି ଆସିଥିଲେ। ତେବେ  ସଂସଦରେ ଗୁରୁତ୍ବପୂର୍ଣ୍ଣ ବିଲ ସମ୍ପର୍କରେ ଚର୍ଚ୍ଚା ଚାଲିଥିବା ବେଳେ ଶିଶୁଟି ଏଥିରେ ବାଧା ସୃଷ୍ଟି କରିବାରୁ ବାଚସ୍ପତି  ତାକୁ ନିଜ କୋଳକୁ ନେଇ ଗୃହ କାର୍ଯ୍ୟ ଜାରି ରଖିଥିଲେ।

ଏହି ଫଟୋକୁ  ବାଚସ୍ପତି ମଲାର୍ଡ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଅପଲୋଡ କରିଛନ୍ତି, ଆଉ ଉଲ୍ଲେଖ କରିଛନ୍ତି ସ୍ପିକରଙ୍କ ଏହି ଆସନରେ ସାଧାରଣତଃ ଜଣେ ଅଧିକାରୀକ ବ୍ୟକ୍ତି ଅଳଙ୍କୃତ କରିଥାନ୍ତି। ହେଲେ ଆଜି ମୋ ସହ ଏଠାରେ ଜଣେ ଭିଆଇପି ବସିଛନ୍ତି। ଏଥିପାଇଁ ମୁଁ ଟମାତୀ କାଫେ ଓ ଟିମଙ୍କ ଘରର ଏହି ନୂତନ  ସଦସ୍ୟକୁ ଅଭିନନ୍ଦନ ଜଣାଉଛି।

ବହୁ ସାଂସଦ ଟ୍ବିଟରରେ ଟମାତିଙ୍କୁ ଟ୍ୟାଗ୍ କରି ତାଙ୍କ ପୁଅ ସହିତ ନିଜର ଫଟୋ ମଧ୍ୟ ସେୟାର କରିଛନ୍ତି। ଏହି ଫଟୋଟି ଗତ ଅଗଷ୍ଟ ୨୧ ତାରିଖର। ପେଟରନିଟି ଲିଭରେ ଥିବା ସାଂସଦ ଟମାତୀ ପ୍ରଥମ ଥର ସଂସଦକୁ ଆସିଥିଲେ। କିନ୍ତୁ ସାଙ୍ଗରେ ଏଥିର ତାଙ୍କ ପୁଅକ ନେଇ ଆସିଥିଲେ। ବାଚସ୍ପତିଙ୍କ ଏହି ଫଟୋଟିକୁ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି।

   ସମ୍ବନ୍ଧିତ ଖବର


ବାଇକ୍ କିମ୍ବା କାର୍‌ରେ ଷ୍ଟଣ୍ଟ୍‌ କଲେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ : ପୋଲିସ୍ କମିଶନରଙ୍କ ନିର୍ଦ୍ଦେଶ

ରେମୋଙ୍କ ସହ କାମ କରିବେ ଉର୍ବଶୀ

ହିମାଳୟର ଉଚ୍ଚ ଚଟ୍ଟାଣରେ ‘ଭୀଷ୍ମ’ – ଚୀନକୁ ଚେକ୍ ଦେବାକୁ ପ୍ରସ୍ତୁତ ଭାରତର ଟ୍ୟାଙ୍କ୍

କୃଷି ବିଲ୍ ଉପରେ ମୋହର ମାରିଲେ ରାଷ୍ଟ୍ରପତି

ଏଠାରେ ସେକ୍ସ ୱାର୍କର ହେବା ପାଇଁ ଅଛି ପ୍ରଥା – ଯୁବତୀମାନଙ୍କ ପସନ୍ଦକୁ ନେଇ କୋର୍ଟ କହିଲେ …

ଜିନ୍‌ଗତ ତ୍ରୁଟି ଥିଲେ କରୋନା ମୁକାବିଲା ମୁସ୍କିଲ ହେବ-ଗବେଷଣା