ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା ପରେ ଏବେ ଆମେରିକାର ଧାର୍ମିକସ୍ଥଳରେ ଗୁଳିକାଣ୍ଡ, ୧ ମୃତ

ଓ୍ବାଶିଂଟନ,୨୮।୪: ଆମେରିକାର କାର୍ଲିଫର୍ଣ୍ଣଆରେ ଗତ ଶନିବାର ଜଣେ ବନ୍ଧୁକଧାରୀ ୟେହୁଦୀ ପ୍ରାର୍ଥନାସ୍ଥଳରେ ଗୁଳିକାଣ୍ଡ କରିଥିଲା। ଏହି ସମୟରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ପୋଲିସ ଏହି ମାମଲାରେ ୧୯ ବର୍ଷୀୟ ଆକ୍ରମଣକାରୀକୁ ଗିରଫ କରିନେଇଛି। ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଏହି ଘଟଣା ଉପରେ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଆମକୁ ୟେହୁଦି ବିରୋଧୀ ବିଚାରଧାରାକୁ ହରାଇବା ଦରକାର। ସାରା ଆମେରିକା ପୀଡିତ ୟେହୁଦୀ ସମ୍ପ୍ରଦାୟଙ୍କ ସହିତ ରହିଛି।

୬ ମାସ ପୂର୍ବରୁ ଜଣେ ଜଣେ ଆକ୍ରମଣକାରୀ ପିଟର୍ସବର୍ଗରେ ଟ୍ରି ଅଫ୍ ଲାଇଫ୍ ପ୍ରାଥନା ସ୍ଥଳରେ ୧୧ ଜଣ ଲୋକଙ୍କ ହତ୍ୟା କରିଥିଲା। ଆମେରିକାରେ ୟେହୁଦୀ ସମ୍ପ୍ରଦାୟ ଉପରେ  ଏହା ସବୁଠାରୁ ବଡ ଆକ୍ରମଣ ରହିଥିଲା। ସାନ ଡିଏଗୋ କାଉଣ୍ଟ୍ରିର ଶରିଫ୍ ବିଲ୍ ଗୋରଙ୍କ କହିବା ଅନୁସାରେ ଗୁଳିକାଣ୍ଡ ବେଳେ ୪ଜଣ ଲୋକ ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲାରେ ଭର୍ତ୍ତି କରାଯାଇଛି। ତେବେ ଜଣେ ମହିଳା ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ସୋସିଆଲ ମିଡିଆରୁ ଆକ୍ରମଣକାରୀ ସମ୍ପର୍କରେ ତଥ୍ୟ ଏକାଠି କରାଯାଉଛି। ଆକ୍ରମଣର ୧ ଘଣ୍ଟା ପୂର୍ବରୁ ସେ ଏକ ଚିଠି ପୋଷ୍ଟ କରିଥିଲା। ଆକ୍ରମଣକାରୀ ନିକଟରୁ ଏଆର-୧୫ ରାଇଫଲ ମିଳିଛି।