PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

କଳାହାଣ୍ଡି: ଚଉଠି ରାତି ପୂର୍ବରୁ ନବବଧୂର ମୃତ୍ଯୁ; ହତ୍ଯା ନା ଆତ୍ମହତ୍ୟା, କାରଣ ଖୋଜୁଛି ପୋଲିସ

କଳାହାଣ୍ଡି  ୧୨/୩: ଚଉଠି ରାତି ପୁର୍ବରୁ ନବବଧୂର ମୃତଦେହ ଉଦ୍ଧାର । କୋକସରା ଥାନା ଜୟନ୍ତପୁର କଲୋନୀ ପଡାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ବନ୍ଦ କୋଠରୀରୁ ନବବଧୂର ମୃତଦେହ ଉଦ୍ଧାର ହୋଇଛି ।  ମୃତକ ହେଲେ ଟେମରା ଗାଁର ତାରା ଜାଲ୍‌ ।

ଗତ ୩ ତାରିଖରେ ତାରାଙ୍କ ବିବାହ ଜୟନ୍ତପୁର କଲୋନୀପଡାର ସୁମନ୍ତ ଜାଲଙ୍କ ସହିତ ସମ୍ପନ୍ନ ହୋଇଥିଲା ।ତାଙ୍କ ପରମ୍ପରା ଅନୁସାରେ ବିବାହର ୭ ଦିନ ପରେ ବୁଢାରଜା ଠାକୁରଙ୍କ ଦର୍ଶନ ପରେ ଚଉଠି ରାତି ଅନୁଷ୍ଠିତ ହୋଇଥାଏ | ତେବେ ସାମାଜିକ ରିତି ଅନୁଯାୟୀ ଆଜି ଥିଲା ଚଉଠି ରାତି । କିନ୍ତୁ ତା’ ପୂର୍ବରୁ ତାରାଙ୍କ ସନ୍ଦେହଜନକ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି |

ଆଜି ସକାଳୁ ତାରାଙ୍କ ରୁମର କବାଟ ଭିତରପଟୁ ବନ୍ଦ ଥିଲା । ତେବେ ବେକରେ ଦଉଡି ଦେଇ ତାରା ଆତ୍ମହତ୍ଯା କରିଥିବା କହୁଛନ୍ତି ତାଙ୍କ ଶ୍ୱଶୁର ଘର ଲୋକେ । ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ଏହି ଆତ୍ମହତ୍ୟା ପଛରେ ପ୍ରେମ ଜନିତ କାରଣ ଥାଇପାରେ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପହଞ୍ଚି କୋକସରା ପୋଲିସ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର