ପ୍ରମୁଖ ଖବର
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||
  • ଆଜି ରଥଯାତ୍ରା ପ୍ରସ୍ତୁତି ବୈଠକ, ପୁରୀ ସର୍କିଟ୍ ହାଉସ୍‌ରେ ବସିବ ମିଟିଂ
  • ||
  • IPL 2024: ଆଜି ରାଜସ୍ଥାନ ରୟାଲ୍ସ-ଦିଲ୍ଲୀ କ୍ୟାପିଟାଲ୍ସ ମୁକାବିଲା, ପ୍ରଥମ ବିଜୟ ପାଇଁ ବ୍ୟଗ୍ର ପନ୍ତ ବାହିନୀ
  • ||
  • ଗୁରୁବାର ପଦ୍ମ ଧରିବେ ସାଂସଦ ଭର୍ତ୍ତୃହରି ମହତାବ ! ମିଳିପାରେ କଟକ ଲୋକସଭା ପ୍ରାର୍ଥୀ ଟିକେଟ୍
  • ||
  • ଆହୁରି ଜଳାଇବ ତାତି, ୩ ଦିନରେ ଆହୁରି ୩ ଡିଗ୍ରୀ ବଢ଼ିବ ତାପମାତ୍ରା
  • ||

ନବ ବିହାହିତା ଷୋହଳ ମଙ୍ଗଳାରେ ବାପଘରକୁ ଆସି ପ୍ରେମିକ ସହ ଗାଏବ.., ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକ ଛୁ’, ପ୍ରେମିକାଙ୍କ ଧାରଣା...

କାଠପଦା ୦୨/୦୮: ଜଣେ ନବ ବିହାହିତା କନ୍ୟା ସ୍ୱାମୀଙ୍କ ସହ ଷୋହଳ ମଙ୍ଗଳାରେ ବାପଘରକୁ ବୁଲିବାକୁ ଆସି ପୁରୁଣା ପ୍ରେମିକଙ୍କ ସହ ଦୀର୍ଘ ୪ ଘଣ୍ଟା ଧରି ଗାଏବ ହୋଇ ଯାଇଥିଲେ । ପରେ ପ୍ରେମିକଙ୍କ ପରିବାର, ପ୍ରେମିକାଙ୍କୁ ତାଙ୍କ ପୁଅଙ୍କ ସହ ବିବାହର ପ୍ରତିଶ୍ରୁତି ଦେଇ ଗାଁକୁ ଫେରାଇ ଆଣିଥିଲେ । ଅନ୍ୟପଟରେ ସ୍ୱାମୀ ଏବଂ ତାଙ୍କ ପରିବାରକୁ କନ୍ୟାଘର ପକ୍ଷରୁ ବୁଝାଶୁଝା କରି ତାଙ୍କ ଘରକୁ ଫେରାଇ ଦିଆଯାଇଥିଲା । ଏହାପରେ ପ୍ରେମିକଙ୍କ ପରିବାର ଲୋକେ ଚତୁରତାର ସହ ନିଜ ଘରେ ତାଲା ମାରି ଫେରାର ହୋଇ ଯାଇଥିବା ବେଳେ ପ୍ରେମିକା ପ୍ରେମିକଙ୍କୁ ବିବାହ କରିବା ଜିଦରେ ପ୍ରେମିକଙ୍କ ଘର ସମ୍ମୁଖରେ ଧାରଣା ଦେବା ଘଟଣା ମାହାଙ୍ଗାରେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରକାଶ ଯେ ମାହାଙ୍ଗା ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଯୁବତୀ ବଡଚଣା ଅଞ୍ଚଳର ଜଣେ ଯୁବକଙ୍କୁ ଜୁଲାଇ ୧୩ ତାରିଖ ଦିନ ବୈଦିକ ରିତି ଅନୁଯାୟୀ ବିବାହ କରିଥିଲେ । ଗତ ଶୁକ୍ରବାର ଷୋହଳ ମଙ୍ଗଳାରେ କନ୍ୟା ବର ସହ ତାଙ୍କ ବାପଘରକୁ ବୁଲିବା ପାଇଁ ଆସିଥିଲେ । କନ୍ୟା ଘରେ ମଧ୍ୟାହ୍ନଭୋଜନ ପରେ କନ୍ୟା ଗାଁ ବୁଲିବାକୁ ଯାଇଥିଲେ । ଏହି ସମୟରେ ସେହି ଗ୍ରାମର ତାଙ୍କର ପୁରୁଣା ପ୍ରେମିକଙ୍କ ସହ ସାଲେପୁର ଥାନା ଅଞ୍ଚଳରେ ଥିବା ପ୍ରେମିକଙ୍କ ବନ୍ଧୁଘରକୁ ଯାଇ ଗାଏବ ହୋଇ ଯାଇଥିଲେ । ୪ ଘଣ୍ଟା ଧରି ଝିଅ ଘରକୁ ନ ଫେରିବାରୁ ବହୁ ଖୋଜାଖୋଜି ପରେ ପ୍ରେମିକ ସହ ଫେରାର ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ପ୍ରେମିକଙ୍କ ବାପମାଆ ବନ୍ଧୁ ଘରେ ପହଞ୍ଚି ଉଭୟଙ୍କୁ ବୁଝାଶୁଝା କରିବା ସହ ବିବାହର ପ୍ରତିଶ୍ରୁତି ଦେଇ ନିଜ ଗ୍ରାମକୁ ଫେରାଇ ଆଣିଥିଲେ ।

ଏହାପରେ ସ୍ୱାମୀ ଏବଂ ତାଙ୍କ ପରିବାରକୁ କନ୍ୟା ଘର ପକ୍ଷରୁ ବୁଝାଶୁଝା କରି ତାଙ୍କ ଗ୍ରାମକୁ ଫେରାଇ ଦିଆଯାଇଥିଲା । ତେବେ ଇତିମଧ୍ୟରେ ଚତୁରତାର ସହ ପ୍ରେମିକ ଓ ତାଙ୍କ ବାପମାଆ ଘରେ ତାଲା ପକାଇ ଫେରାର ହୋଇ ଯାଇଥିଲେ । ପରେ ପ୍ରେମିକା, ପ୍ରେମିକଙ୍କୁ ବିବାହ ଜିଦରେ ରାତିସାରା ପ୍ରେମିକଙ୍କ ଘର ସମ୍ମୁଖରେ ବସିଥିଲେ । ଏ ନେଇ ପ୍ରେମିକାଙ୍କ ବାପା ଜୟପୁର ଫାଣ୍ଡିରେ ପ୍ରେମିକଙ୍କ ପରିବାରଙ୍କ ବିରୋଧରେ ଏକ ଅଭିଯୋଗ କରିଛନ୍ତି । ସେହିପରି ପ୍ରେମିକକୁ ବିବାହ ନ କଲେ ପ୍ରେମିକା ଆତ୍ମହତ୍ୟା କରିବ ବୋଲି କହୁଛନ୍ତି । ଏ ସଂପର୍କରେ ଫାଣ୍ଡି ଅଧିକାରୀ ଜଗନ୍ନାଥ ପାଣିଗ୍ରାହୀଙ୍କୁ ପଚାରିବାରୁ ସେ କହିଲେ, ଏ ନେଇ ଏକ ଅଭିଯୋଗ ହୋଇଛି । ଏହା ଉପରେ ତଦନ୍ତ ଚାଲିଥିବା ପ୍ରକାଶ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.