PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ନବବଧୂଙ୍କୁ କିରୋସିନି ଢାଳି ପୋଡ଼ି ମାରିଦେଲେ ! ସ୍ବାମୀ ଅଟକ, ପୁଲିସର ଛାନ୍‌ଭିନ ଜାରି

ମାହାଙ୍ଗା ୦୨/୦୧: ବୁଧବାର ସବୁଠି ଆନନ୍ଦ ଉଲ୍ଲାସରେ ନୂଆବର୍ଷ ପାଳନ କରାଯାଉଥିବା ବେଳେ ମାହାଙ୍ଗା ଥାନା ଅଧୀନ ମୂଳବସନ୍ତ ପଞ୍ଚାୟତ ସିପୁରା ଗାଁରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ନିଆଁରେ ପୋଡ଼ି ହୋଇ ଜଣେ ନବବଧୂଙ୍କ ଶୋଚନୀୟ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ସିପୁରା ଗାଁର ଉତ୍ତମ ଯେନାଙ୍କ ପତ୍ନୀ ସୁଚିତ୍ରା ଯେନା (୩୦) । ସେ ୬ ମାସ ତଳେ ପ୍ରେମ ବିବାହ କରିଥିଲେ । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ନବବଧୂଙ୍କ ଭାଇ ଏତଲା ଦେଇଥିବା ବେଳେ ଶାଶୂଘର ଲୋକେ ଏହା ଏକ ଆତ୍ମହତ୍ୟା ବୋଲି କହୁଛନ୍ତି । ମାହାଙ୍ଗା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳ ପହଞ୍ଚି ମୃତଦେହ ଜବତକରି ବ୍ୟବଚ୍ଛେଦ ଲାଗି କଟକ ବଡ଼ ଡାକ୍ତରଖାନାକୁ ପଠାଇ ଛାନ୍‌ଭିନ୍‌ ଆରମ୍ଭ କରିଛନ୍ତି । ସ୍ୱାମୀ ଉତ୍ତମଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି । ଏହି ଘଟଣାକୁ ନେଇ ଏଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

ଅଭିଯୋଗ ମୁତାବକ ପ୍ରାୟ ୬ ମାସ ତଳେ ସିପୁରା ଗ୍ରାମର ବିପ୍ରବର ଯେନାଙ୍କ ପୁଅ ଉତ୍ତମ ଜେନା ଟାଙ୍ଗୀ ଥାନା ଅଧୀନ ନପଙ୍ଗ ପଞ୍ଚାୟତ ବିରୋଳ ଗାଁର ଧୀରେନ୍ଦ୍ର ସାମଲଙ୍କ ସାନ ଝିଅ ସୁଚିତ୍ରାଙ୍କୁ ପ୍ରେମ ବିବାହ କରିଥିଲେ । ବିବାହର କିଛି ଦିନ ପରେ ବାରମ୍ବାର ଯୌତୁକ ଆଣିବା ଲାଗି ଶାଶୂଘର ଲୋକେ ସୁଚିତ୍ରାଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ଏପରିକି ରାତି ଅଧରେ ମାଡ଼ମାରି ଘରୁ ବାହାର କରିଦେଇଥିଲେ । ଏଣୁ ସୁଚିତ୍ରା ଚିନ୍ତାରେ ଥିଲେ । ଏନେଇ ଉଭୟ ପରିବାର ବସି ଆପୋସ ଆଲୋଚନା କରି ସମାଧାନ କରିଥିଲେ । ଏହାସତ୍ତେ୍ୱ ଯୌତୁକ ଦିଆ ନ ଯିବାରୁ ସୁଚିତ୍ରାଙ୍କୁ ତାଙ୍କ ସ୍ୱାମୀ, ଶାଶୂ, ଶ୍ୱଶୁର ଓ ନଣନ୍ଦ ମିଶି ହତ୍ୟାକରି କିରାସିନି ଢାଳି ନିଆଁ ଲଗାଇ ପୋଡ଼ି ଏହାକୁ ଆତ୍ମହତ୍ୟାର ରୂପ ଦେଉଥିବା ସୁଚିତ୍ରାଙ୍କ ଭାଇ ଅମିୟ କୁମାର ସାମଲ ତାଙ୍କ ଏତଲାରେ ଦର୍ଶାଇଛନ୍ତି । ପୁଲିସ ହତ୍ୟା ମାମଲା ରୁଜୁକରି ତଦନ୍ତ ପ୍ରକ୍ରିୟାକୁ ଜୋର୍‌ଦାର କରିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୁଲିସ କହିଛି ।

ସୂଚନା ଥାଉକି, ସୁଚିତ୍ରାଙ୍କ ବଡ଼ ଭଉଣୀ ଉତ୍ତମଙ୍କ ବଡ଼ ଭାଇଙ୍କୁ ବିବାହ କରିଛନ୍ତି । ଏଣୁ ଏଇ ଦୁଇ ଭଉଣୀ ଦୁଇ ଯା’ ଭାବେ ଚଳୁଥିଲେ । ସୁଚିତ୍ରାଙ୍କ ମୃତ୍ୟୁକୁ ନେଇ ଏଠାରେ ନାନା ପ୍ରଶ୍ନ ଉଠିଛି । କାରଣ ଖୋଲା ଘରେ ହିଁ ତାଙ୍କର ମୃତଦେହଟି ତଳ ମୁହାଁ ହୋଇରହିଛି । ପାଖରେ କିରାସିନି ଜାର ଓ ଦିଆସିଲି କାଠି ପଡ଼ିଛି । କିରାସିନି ଜାର୍‌ର ଠିପି ବନ୍ଦ ରହିଛି । ଯଦି ସିଏ ଆତ୍ମହତ୍ୟା କଲେ, କିରାସିନି ଢାଳି ଦେହରେ ନିଆଁ ଲଗାଇବା ପରେ କ’ଣ ଠିପି ବନ୍ଦ କରିଥିଲେ କି ବୋଲି ପ୍ରଶ୍ନ ଉଠିଛି ।

ସମ୍ବନ୍ଧିତ ଖବର