PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଆସନ୍ତା ମାସ ସ୍କୁଲ ଖୋଲିବାକୁ କେନ୍ଦ୍ର ସରକାର କରୁଛନ୍ତି ଯୋଜନା, ଜାଣନ୍ତୁ କ’ଣ ରହିବ ନିୟମ

https://digitallearning.eletsonline.com/

ନୂଆଦିଲ୍ଲୀ,୮।୮: କରୋନା ଭାଇରସ୍ ମହାମାରୀକୁ ପ୍ରାୟ ୬ ମାସ ବିତି ସାରିଛି, କିନ୍ତୁ ଏବେ ବି ସ୍କୁଲ ଖୋଲାଯିବାକୁ ନେଇ କିଛି ସ୍ପଷ୍ଟ ହୋଇପାରିନି। ସ୍କୁଲ ଖୋଲାଯିବା ପ୍ରଶ୍ନ ଏଭଳି  ଯେ, ଯାହାର ଜବାବ୍  ସ୍କୁଲ, ଅବିଭାବକ ଓ ପିଲାଙ୍କ ଭିତରେ ଖୋଜାଯାଉଛି। କିନ୍ତୁ ଏହା ଭିତରେ ଭାରତରେ କରୋନା ଭାଇରସର ୨୦ ଲକ୍ଷରୁ ଅଧିକ ମାମଲା ସାମନାକୁ ଆସିସାରିଛି। ସେତେବେଳେ କେନ୍ଦ୍ର ସରକାର ସ୍କୁଲକୁ ଖୋଲାଯିବା ଉପରେ ବିଚାର କରୁଛନ୍ତି।

କେନ୍ଦ୍ର ସରକାର ସ୍କୁଲକୁ ସେପ୍ଟେମ୍ବରରେ ଖୋଲିବାର ଯୋଜନା ପ୍ରସ୍ତୁତ କରୁଛନ୍ତି। ସରକାର ସେପ୍ଟେମ୍ବରରୁ ନଭେମ୍ବର ଭିତରେ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାର ବିଚାର କରୁଛନ୍ତି। ଏହା ଅନୁସାରେ, ପୂର୍ବରୁ ୧୦ମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କ ପାଇଁ ସ୍କୁଲ ଖୋଲାଯିବ। ଏହାପରେ ୬ଷ୍ଠରୁ ୯ମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାର ଯୋଜନା ରହିଛି। ଏହି ଯୋଜନା ଅନୁସାରେ ପ୍ରଥମ ଫେଜରେ ୧୦ମରୁ ଦ୍ବାଦଶ ଶ୍ରେଣୀର ଛାତ୍ରଙ୍କୁ ସ୍କୁଲ ଆସିବାକୁ କୁହାଯିବ। ଏବେ ସ୍କୁଲରେ ୪ଟି ସେକ୍ସନ ହେବ, ଯାହାଫଳରେ ଗୋଟିଏ ଦିନରେ ଦୁଇଟି ସେକ୍ସନରେ ପାଠପଢା ହେବ। ଫଳରେ ସୋସିଆଲ ଡିଷ୍ଟାନ୍ସର ପୁରା ଧ୍ୟାନ ରଖିହେବ।

ଏହାଛଡା ସ୍କୁଲର ଟାଇମିଂକୁ ମଧ୍ୟ ଅଧା କରିଦିଆ ଯିବ। ସ୍କୁଲ ଟାଇମିଂକୁ ୫-୬ ଘଣ୍ଟାରୁ ହ୍ରାସ କରି ୨-୩ ଘଣ୍ଟା କରିବା ଉପରେ ବିଚାର ଚାଲିଛି।  ସିଫ୍ଟ  ଅନୁସାରେ କ୍ଳାସ ନିଆଯିବ। ଏହା ସହିତ ସ୍କୁଲକୁ ମଝିରେ ସାନିଟାଇଜ୍ କରିବାକୁ ୧ ଘଣ୍ଟାର ସମୟ ଦିଆଯିବ।  ସ୍କୁଲକୁ ୩୩ ପ୍ରତିଶତ ସ୍କୁଲ ଷ୍ଟାଫ ଓ ଛାତ୍ରଙ୍କୁ  ନେଇ କାମ କରାଯିବ। ଚର୍ଚ୍ଚାରେ ମଧ୍ୟ ଏହା ଜାଣିବାକୁ ଚେଷ୍ଟା ଚାଳିଛି ଯେ, ସରକାର ପ୍ରାଇମେରୀ ଓ ପ୍ରି-ପ୍ରାଇମେରୀ ସ୍ତରର ଛାତ୍ରଙ୍କ ପାଇଁ ସ୍କୁଲକୁ ଖୋଲିବା ଉଚିତ୍ କି ନାହିଁ। ଏଭଳି ସ୍ଥିତିରେ ଅନଲାଇନ୍ କ୍ଲାସ ହିଁ ଠିକ୍ । କୁହାଯାଉଛି ଯେ,  ଏ ସମ୍ପର୍କରେ ଗାଇଡଲାଇନକୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ନୋଟିଫାଇ କରାଯାଇପାରେ। ତେବେ ଏ ବିଷୟରେ ଅନ୍ତି ନିଷ୍ପତ୍ତି ରାଜ୍ୟ ଉପରେ ଛାଡି ଦିଆଯିବ।

ରାଜ୍ୟର ଶିକ୍ଷା ସଚିବଙ୍କୁ ଏନେି ଗତ ସପ୍ତାହରେ ଏକ ଚିଠି ପଠାଯାଇଛି। ଯେଉଁଥିରେ ଅବିଭାବକଙ୍କୁ ସ୍କୁଲ ଖୋଲାଯିବା ସମ୍ପର୍କରେ ଫିଡ୍ ବ୍ୟାକ୍ ନେବାକୁ କୁହାଯାଇଛି ଓ ଏହା ଜାଣିବାକୁ କୁହାଯାଇଛି ଯେ, ଅବିଭାବକ କେଉଁ ପର୍ଯ୍ୟନ୍ତ ସ୍କୁଲକୁ ଚାହାନ୍ତି ତାହା ଖୋଲୁ। ଏହି ମାମଲାରେ ବହୁ ରାଜ୍ୟ ନିଜର ଆସେସମେଣ୍ଟ ପଠାଇ ଦେଇଛନ୍ତି। ଏହା ଅନୁସାରେ, ହରିୟାଣା, କେରଳ, ବିହାର, ଆସମ ଓ ଲଦାଖ ଅଗଷ୍ଟରେ ରାଜସ୍ଥାନ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ସେପ୍ଟେମ୍ବରେ ସ୍କୁଲ ଖୋଲିବା କଥା କହିଛନ୍ତି। ତେବେ ଅଧିକାଂଶ ଅବିଭାବକ ନିଜର ପିଲାଙ୍କୁ ସ୍କୁଲ ଛାଡିବାକୁ ଚାହୁଁନାହାନ୍ତି।