PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ ଜିଲ୍ଲାରେ ୧୯ ତାରିଖରୁ ବନ୍ଦ ରହିବ ସବୁ ଅଙ୍ଗନବାଡ଼ି କେନ୍ଦ୍ର, ଟ୍ୱିଟ୍‌ କରି ସୂଚନା ଦେଲେ ଜିଲ୍ଲାପାଳ ଜ୍ଞାନ ଦାସ
  • ||
  • କୁମ୍ଭମେଳା ଫେରନ୍ତାଙ୍କ ପାଇଁ ଗାଇଡ୍ ଲାଇନ୍ ଜାରି କଲେ ଏସ୍ଆରସି- କ୍ୱାରେଣ୍ଟାଇନରେ ରହିବେ କୁମ୍ଭମେଳା ଶ୍ରଦ୍ଧାଳୁ
  • ||
  • ଏସ୍‌ସିବିରୁ ହାଇଦର ଫେରାର ଘଟଣାରେ ୩ଅଭିଯୁକ୍ତ ଗିରଫ , ୨ ଜଣ ଯୁବକ ଓ ଜଣେ ଯୁବତୀ ଗିରଫ
  • ||
  • ୨୦ ଜିଲ୍ଲାର ସହରରେ ଆଜି ୯ଟାରୁ ଆରମ୍ଭ ହେଲା ନାଇଟ୍ କର୍ଫ୍ୟୁ, ସବୁ ସହରରେ ପୁଲିସର କଡ଼ାକଡ଼ି ଯାଞ୍ଚ
  • ||
  • କୋଭିଡ୍ ସ୍ଥିତିର ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବୈଠକରେ ବରିଷ୍ଠ ଅଧିକାରୀ ଉପସ୍ଥିତ
  • ||
  • ବିଷ ପିଇଥିବା ମହିଳାଙ୍କର ଭଦ୍ରକରୁ କଟକ ଯିବା ବାଟରେ ଭଣ୍ଡାରିପୋଖରୀ ନିକଟରେ ମୃତ୍ୟୁ
  • ||
  • ଆଜି ଭୁବନେଶ୍ୱରରୁ ୪୫୧ କରୋନା ପଜିଟିଭ୍ ଆକ୍ରାନ୍ତ, କ୍ୱାରେନଣ୍ଟାଇନ୍ କଣ୍ଟାକ୍ଟରୁ ୯୧, ଲୋକାଲ୍ କଣ୍ଟାକ୍ଟ ୩୬୦ ଚିହ୍ନଟ
  • ||
  • ବ୍ୟାରେଜ୍‌ ନିର୍ମାଣ ନେଇ ଆନ୍ଧ୍ରକୁ ସହଯୋଗ କରାଯାଉ – ନବୀନଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଚିଠି
  • ||
  • କୋଭିଡ୍‌ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ କରିବେ ସମୀକ୍ଷା , ରାତି ୮ଟାରେ ବୈଠକ ଡାକିଲେ ମୋଦି , ଟିକାକରଣ ନେଇ ମଧ୍ୟ କରିପାରନ୍ତି ସମୀକ୍ଷା , ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ରହିବେ ଉପସ୍ଥିତ
  • ||
  • ଆସିକାରୁ ପୋଲସରା ଯାଉଥିବା ମିନି ବସ୍ କବିସୂର୍ଯ୍ୟନଗର ଥାନା ନିକଟରେ ଓଲଟି ପ୍ରାୟ ୧୦ ଗୁରୁତର
  • ||
  • ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିଙ୍କ ପ୍ରେସ୍‌ମିଟ୍ – ଆଜି ରାତି ୯ଟାରୁ ଟ୍ୱିନ୍‌ ସିଟିରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯିବ , କଟକଣା ପାଳନ କରିବାକୁ ଲୋକଙ୍କ କଲେ ନିବେଦନ
  • ||
  • ଦେଶରେ କୋଭିଡ୍‌ ଟିକାର ଅଭାବ ନାହିଁ – ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ
  • ||
  • ବଲାଙ୍ଗୀର: ଏମିତି ବି ଆସେ ମୃତ୍ୟୁ, ଚା’ ପିଉଥିଲା ବେଳେ ହଠାତ ଟଳି ପଡିଲେ ଯୁବକ
  • ||
  • ନନ୍ଦପୁର: ଗାଁ ବନ୍ଧରେ ବୁଡ଼ି କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଶାଶୁଙ୍କ ଦେହାନ୍ତ
  • ||
  • ପାରଦୀପ: ପାରଦୀପ ମାଛଧରା ବନ୍ଦରରୁ ମାଛ ଧରା ଡଙ୍ଗା ଚୋରି, ଡଙ୍ଗା ଥିଲା ୧୦ ଲକ୍ଷ ଟଙ୍କା
  • ||
  • କଟକ: ନୂଆପାଟଣା ବାଲିଘାଟକୁ ନେଇ ଏନଜିଟିଙ୍କ କଡା ଆଦେଶ, ଯେଉଁ ଏସ୍କାଭେଟରରେ ବାଲି ଖନନ ହୋଇଥିଲା ସେ ସବୁ ମେସିନକୁ ଜବତ କର
  • ||
  • କଟକ: ରେଭେନ୍ସାରେ ପୁଣି ଧାରଣା ଦେଲେ ଛାତ୍ରଛାତ୍ରୀ, ହଷ୍ଟେଲ ବନ୍ଦ ନିଷ୍ପତ୍ତିକୁ ବିରୋଧ
  • ||
  • ରାୟଗଡା: ଗୁମା ଘାଟିରେ ଅଘଟଣ, ମହୁମାଛି ଆକ୍ରମଣରେ ୪ଜଣ ଆହତ
  • ||
  • ଭୁବନେଶ୍ୱର: ବେପାରୀଙ୍କ ଠାରୁ ୧୫ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର କଲା ଏସଟିଏଫ୍
  • ||
  • ସୁନ୍ଦରଗଡ଼: ଝାଡ଼ଖଣ୍ଡରୁ ଝିରପାଣି ଦେଇ ଯାଇଥିବା ରାଉରକେଲା ପ୍ରବେଶ ପଥକୁ ସିଲ କଲା ପ୍ରଶାସନ
  • ||

ନ୍ୟୁଜ୍‌ ସେଭେନ୍‌ ସର୍ଟଫିଲ୍ମ କଣ୍ଟେଷ୍ଟ୍‌ ‘ସୋ-କେଶ୍‌ ୨୦୨୦’: ‘ଥ୍ରୁ ଦି ଆଇଜ୍ ଅଫ୍ ଆନ୍ ଆର୍ଟିଷ୍ଟ’ ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର

ଭୁବନେଶ୍ୱର, ୦୬/୦୩ : ଆରମ୍ଭ ହେଲା ନୂଆ ଅଧ୍ୟାୟ । ସର୍ଟଫିଲ୍ମରେ ଶ୍ରେଷ୍ଠତା ପାଇଁ ମିଳିଲା ସ୍ୱୀକୃତି, ସମ୍ମାନ ଓ ପୁରସ୍କାର । ସୁମା ରିଅଲ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ପରିଚାଳିତ ଲୋକଙ୍କ ନଜରରେ ନମ୍ବର ଓ୍ୱାନ ଟିଭି ଚ୍ୟାନେଲ ନ୍ୟୁଜ ୭ର ସର୍ଟଫିଲ୍ମ କଣ୍ଟେଷ୍ଟ୍ ସୋ-କେଶ୍ ୨୦୨୦ର ବିଜେତାଙ୍କୁ ପୁରସ୍କୃତ କରାଯାଇଛି । ୫ ତାରିଖ ସନ୍ଧ୍ୟାରେ ହୋଟେଲ ସ୍ୱସ୍ତି ପ୍ରିମିୟମରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଓଡିଆ ସିନେ ଇଣ୍ଡଷ୍ଟ୍ରୀର ବହୁ ପ୍ରମୁଖ ପ୍ରସିଦ୍ଧ ବ୍ୟକ୍ତିତ୍ୱ ଅତିଥି ଭାବେ ଯୋଗଦେଇ ନ୍ୟୁଜ ୭ ସର୍ଟ ଫିଲ୍ମ କଣ୍ଟେଷ୍ଟ ସୋ-କେଶ୍ ୨୦୨୦ର ବିଜେତାମାନଙ୍କୁ ପୁରସ୍କୃତ କରିଛନ୍ତି ।

ରାଜ୍ୟରେ ପ୍ରଥମ ଥର ପାଇଁ ସର୍ଟଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ କଳାକାରଙ୍କୁ ଏପରି ଭାବେ ସମ୍ମାନିତ ଓ ପୁରସ୍କୃତ କରାଯାଇଛି । ସୋ-କେଶ୍ ୨୦୨୦ରେ ମୋଟ୍ ୮୭ଟି ସର୍ଟଫିଲ୍ମ ଅଂଶଗ୍ରହଣ କରିଥିବା ବେଳେ ସେଥିମଧ୍ୟରୁ ୧୨ଟି ବର୍ଗରେ ପ୍ରତିଭା ଓ କଳାକାରଙ୍କୁ ପୁରସ୍କୃତ କରିଛି ରାଜ୍ୟର ଏକ ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ସୁମା ରିଅଲ ମିଡିଆ । ଏହି ସର୍ଟଫିଲ୍ମ ପ୍ରତିଯୋଗିତାରେ    ପ୍ରଥମ ଶ୍ରେଷ୍ଠ ସିନେମା ବିବେଚିତ ହୋଇଛି ପ୍ରଯୋଜକ କାଳିନ୍ଦୀ ଚରଣସାହୁଙ୍କ ଥ୍ରୁ ଦି ଆଇଜ୍ ଅଫ୍ ଆନ୍ ଆର୍ଟିଷ୍ଟ୍ । ଏ ବାବଦରେ ପ୍ରଯୋଜକଙ୍କୁ ୫୦୦୦୦ ଟଙ୍କା ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି । ସେହିପରି ଦ୍ୱିତୀୟ ଶ୍ରେଷ୍ଠ ସିନେମା ଭାବେ ପୁରସ୍କୃତ ହୋଇଛି ଗୁଡିଆ । ଏହାର ପ୍ରଯୋଜକ ସତ୍ୟପ୍ରକାଶ ସାହୁଙ୍କୁ ୩୦ ହଜାର ଟଙ୍କା, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି । ସେହିଭଳି ଦର୍ଶକଙ୍କ ପସନ୍ଦ ଭିତ୍ତିରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି କ୍ଷୁଦ୍ର ଚଳଚ୍ଚିତ୍ର ଦୁହିତା। ଏହାର ପ୍ରଯୋଜକ ସବିତା ନାୟକଙ୍କୁ ୨୦ ହଜାର ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଛି ।

ସେହିପରି ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ‘ଥ୍ରୁ ଦି ଆଇଜ୍ ଅଫ୍ ଆନ୍ ଆର୍ଟିଷ୍ଟ’ ପାଇଁ ଅଭିଷେକ ସ୍ୱାଇଁଙ୍କୁ ମିଳିଥିବା ବେଳେ,  ଅଭିନେତା ଚୌଧୁରୀ ଜୟପ୍ରକାଶ ଦାସଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି । ‘ଗୁଡିଆ’ର ଅଭିନୟ ପାଇଁ ସେ ଏହି ପୁରସ୍କାର ପାଇଛନ୍ତି ।  ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ପ୍ରତିଭା ପଣ୍ଡା । ତାଙ୍କୁ କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିନେତ୍ରୀ’ ପାଇଁ ଏହି ପୁରସ୍କାର ମିଳିଛି ।  ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ଆର୍ଯ୍ୟ ଅଭିପ୍ସା ଖୁଣ୍ଟିଆଙ୍କୁ ମିଳିଛି । ସେ ‘ଗୁଡିଆ’ ସିନେମାରେ ଟାଇଟଲ୍ ରୋଲରେ ଥିଲେ । ସେହିଭଳି ‘ଦୁହିତା’ରେ ଉତ୍କୃଷ୍ଟ ଅଭିନୟ ପାଇଁ ମହମ୍ମଦ ବବଲୁଙ୍କୁ ଶ୍ରେଷ୍ଠ ସହଯୋଗୀ ଅଭିନେତା ପୁରସ୍କାର ମିଳିଛି   । କ୍ଷୁଦ୍ର ସିନେମା ‘ଭଙ୍ଗାସିଲଟ’ରେ ମନଛୁଆଁ ଅଭିନୟ ପାଇଁ ଶ୍ରେଷ୍ଠ ସହଯୋଗୀ ଅଭିନେତ୍ରୀ ଭାବେ କନକ ଚୌଧୁରୀ ଦଣ୍ଡସେନାଙ୍କୁ ପୁରସ୍କୃତ କରାଯାଇଛି । ଏହି ସମସ୍ତ ପୁରସ୍କୃତ ନିର୍ଦ୍ଦେଶକ ଓ କଳାକାରଙ୍କୁ ନଗଦ ୧୦୦୦୦ ଟଙ୍କା ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ ଅତିଥି।

ସେହିଭଳି  ଶ୍ରେଷ୍ଠ ସାମାଜିକ ବାର୍ତ୍ତା ପାଇଁ କ୍ଷୁଦ୍ର ସିନେମା ‘ଦି ବୁକ୍‌’କୁ ସ୍ପେଶାଲ ଜୁରି  ପୁରସ୍କାର ମିଳିଛି ।   ସୂର୍ଯ୍ୟୋଦୟ ଲାଇବ୍ରେରୀ ଦ୍ୱାରା ନିର୍ମିତ ଏହି ସିନେମା ପାଇଁ ସୂର୍ଯ୍ୟୋଦୟ ସ୍ୱେଚ୍ଛାସେବୀଙ୍କୁ ପୁରସ୍କାର ବାବଦରେ ୧୦୦୦୦ ଟଙ୍କା, ଟ୍ରଫି ଓ ମାନପତ୍ର ଦିଆଯାଇଛି । ସେହିଭଳି ସ୍ପେଶାଲ ଜୁରି କଳାକାର ପୁରସ୍କାର ସ୍ୱାତୀ ଦିବ୍ୟଦର୍ଶିନୀ ଷଡଙ୍ଗୀଙ୍କୁ ମିଳିଛି । କ୍ଷୁଦ୍ର ଚଳଚ୍ଚିତ୍ର ‘ଅପଦାର୍ଥ’ରେ ଅଭିନୟ ପାଇଁ ଏହି ପୁରସ୍କାର ବାବଦରେ ସେ ୧୦୦୦୦ ଟଙ୍କା, ଟ୍ରଫି ଓ ମାନପତ୍ର ପାଇଛନ୍ତି । ଏହି ବର୍ଗରେ ସ୍ପେଶାଲ ଜୁରି କନସେପ୍ଟ ପୁରସ୍କାର କ୍ଷୁଦ୍ର ଚଳଚ୍ଚିତ୍ର ‘ମଦର ନେଚର’ର ପ୍ରଯୋଜକ ସନ୍ଦୀପ ରାଏଙ୍କୁ ମିଳିଛି । ତାଙ୍କୁ ୧୦୦୦୦ ଟଙ୍କା ସହ ଟ୍ରଫି ଓ ମାନପତ୍ର ମିଳିଛି ।

ସୁମା ରିଅଲ ମିଡିଆ ସିଇଓ ସୁନିଲ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବ ପ୍ରଦୀପ ପ୍ରଜ୍ୱଳନରୁ ଆରମ୍ଭ ହୋଇଥିଲା । ଏତିରେ ପ୍ରମେୟ-ନ୍ୟୁଜ୭ ଗ୍ରୁପ୍ ଏଡିଟର ଗୋପାଳକୃଷ୍ଣ ମହାପାତ୍ର, ନ୍ୟୁଜ୭ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ, ପ୍ରମେୟନ୍ୟୁଜ.କମ୍‌ର କନସଲଟିଂ ଏଡିଟର୍ ସୁବ୍ରତ ଦାସ, ପ୍ରମେୟ-ନ୍ୟୁଜ୭ ମାର୍କେଟିଂ ଡିରେକ୍ଟର ହିମାଂଶୁ ହୋତା ବିଶେଷ ଅତିଥି ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ସିନେ ନିର୍ମାତା-ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅଭିନେତ୍ରୀ ଅନୁ ଚୌଧୁରୀ, ଅଭିନେତା ଆକାଶ ଦାସ ନାୟକ, ଅଭିନେତା ତଥା ସାଂସଦ ମୁନା ଖାଁ ସାମିଲ ହୋଇଥିଲେ । ଏହାସହ ଅତିଥି ଭାବେ ବରିଷ୍ଠ ସିନେ ନିର୍ଦ୍ଦେଶକ ସୁବାସ ଦାସ, ସିନେ ସମୀକ୍ଷକ ସୂର୍ଯ୍ୟୋଦୟ, ଗାୟିକା ଲୋପିତା ମିଶ୍ର ଏବଂ ସିନେ ଇଣ୍ଡଷ୍ଟ୍ରୀର ବହୁ ପ୍ରସିଦ୍ଧ ବ୍ୟକ୍ତି ଯୋଗ ଦେଇଥିଲେ । ଗ୍ରୁପ ଏଡିଟର୍ ଗୋପାଳକୃଷ୍ଣ ମହାପାତ୍ର  ନ୍ୟୁଜ୭ ସର୍ଟଫିଲ୍ମ କଣ୍ଟେଷ୍ଟ ସୋ-କେଶ୍ ୨୦୨୦ର ଆରମ୍ଭ ଏବଂ ଲକ୍ଷ୍ୟ ନେଇ ତାଙ୍କ ବକ୍ତବ୍ୟ ରଖିଥିଲେ । ସିଇଓ ସୁନିଲ ଦାସ କହିଥିଲେ, କିଛି ନୂଆ କରିବାର ପ୍ରୟାସ ଜାରି ରଖିଥିବା ପ୍ରମେୟ ଏବଂ ନ୍ୟୁଜ ୭ ସର୍ଟଫିଲ୍ମ କଣ୍ଟେଷ୍ଟକୁ ଜାରି ରଖିବା ସହ ପ୍ରତିଭା ଓ ସୃଜନଶୀଳତାକୁ ପ୍ରୋତ୍ସାହନ ଦେଇଚାଲିବ ।

ଅତିଥି ମାନେ ସୁମା ରିଅଲ ମିଡିଆର ଏହି ପ୍ରୟାସକୁ ପ୍ରଶଂସା କରିବା ସହ ସର୍ଟଫିଲ୍ମର ଗୁରୁତ୍ୱ ଓ ସ୍ୱୀକୃତି ସମ୍ପର୍କରେ ମତ ରଖିଥିଲେ । ଏଣ୍ଟରଟେନମେଣ୍ଟର ଏହି ଧାରାରେ ପ୍ରତିଭାଙ୍କୁ ପ୍ରୋତ୍ସାହନର ଆବଶ୍ୟକତା ନିହାତି ଆବଶ୍ୟକ ଥିବା ବେଳେ ସୁମା ରିଅଲ ମିଡିଆ ଏଥିରେ ଏକ ଉଦାହରଣ ବୋଲି ଅତିଥିମାନେ ମତ ରଖିଥିଲେ । ସମସ୍ତେ ସୁମା ରିଅଲ ମିଡିଆକୁ ଏଥିପାଇଁ ଧନ୍ୟବାଦ ଦେବା ସହ ରାଜ୍ୟର ପ୍ରତିଭା ଓ କଳାକାରଙ୍କୁ ସେମାନଙ୍କ ସୃଜନଶୀଳତା ପରିପ୍ରକାଶ କରୁଥିବା ଏହି ପ୍ଲାଟଫର୍ମର ସୁଯୋଗ ନେବାକୁ ଆହ୍ୱାନ କରିଥିଲେ ।ଶେଷରେ ନ୍ୟୁଜ ୭ର କାର୍ଯ୍ୟନିର୍ବାହୀ ସମ୍ପାଦକ ଦେବନାରାୟଣ ସେଠୀ ଧନ୍ୟବାଦ ଦେଇଥିଲେ । ସୋନାଲି ଶ୍ରୀଚନ୍ଦନ ଏହି କାର୍ଯ୍ୟକ୍ରମର ଉପସ୍ଥାପନା କରିଥିବା ବେଳେ ନ୍ୟୁଜ ୭ର ପୋଷ୍ଟ ପ୍ରଡକ୍ସନ ହେଡ୍ ଅମରେନ୍ଦ୍ର ମହାପାତ୍ର,  ପ୍ରଶାନ୍ତ ପାଇକରାୟ, ସୁଜିତ ମୁଦୁଲି ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।