PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

କରୋନା ଯୋଗୁଁ ନ୍ୟୁଜିଲ୍ୟାଣ୍ଡରେ ଘୁଞ୍ଚିଲା ନିର୍ବାଚନ

ଓ୍ୱେଲିଂଟନ – କରୋନା ସଂକ୍ରମଣ ଯୋଗୁଁ ନ୍ୟୁଜିଲ୍ୟାଣ୍ଡରେ ନିର୍ବାଚନ ପ୍ରକ୍ରିୟାକୁ ଘୁଞ୍ଚାଇ ଦିଆଯାଇଛି । ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଦେଶରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଏକ ମାସ ପାଇଁ ଘୁଞ୍ଚାଇ ଦେଇଛନ୍ତି । ଏବେ ଅକ୍‌ଲାଣ୍ଡରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ସାଧାରଣ ନିର୍ବାଚନକୁ ଏକ ମାସ ପାଇଁ ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିବା ସୂଚନା ଦିଆଯାଇଛି । ଅକ୍‌ଲାଣ୍ଡରେ ଏବେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି ।

ବିଭିନ୍ନ ଦଳ ପକ୍ଷରୁ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ନିର୍ବାଚନ ପ୍ରଚାର କରିବା ସମ୍ଭବ ନୁହେଁ ବୋଲି ସୂଚନା ଦିଆଯାଇଥିଲା । ଅକ୍‌ଲାଣ୍ଡରେ ଏବେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାକୁ ୫୦ ଲକ୍ଷରୁ ଅଧିକ ଜନ ସାଧାରଣ ଏବେ ଘରେ ରହୁଛନ୍ତି । ସେଥିପାଇଁ ନିର୍ବାଚନ ପ୍ରଚାର କରାଯାଇ ପାରିବ ନାହିଁ ବୋଲି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା ।

ଅକ୍ଟୋବର ମାସ ବେଳକୁ ସ୍ଥିତିରେ ସୁଧାର ଆସିପାରେ ବୋଲି ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ସେହି ସମୟରେ ନିର୍ବାଚନ କରାଇଲେ ସମସ୍ତେ ଏଥରେ ଅଂଶଗ୍ରହଣ କରିପାରିବେ ବୋଲି ସେ କହିଛନ୍ତି । .

ଏହାଠାରୁ ଅଧିକ ସମୟ ପାଇଁ ସାଧାରଣ ନିର୍ବାଚନକୁ ଘୁଞ୍ଚାଇବା ସମ୍ଭବ ନୁହେଁ ବୋଲି ସେ ସୂଚନା ଦେଇଛନ୍ତି । ଏବେ କରାଯାଇଥିବା ସର୍ବେକ୍ଷଣ ଅନୁସାରେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଆରଡେର୍ନଙ୍କ ଲେବର ପାର୍ଟି କଞ୍ଜରଭେଟିଭ୍‌ ନ୍ୟାସନାଲ ପାର୍ଟିଠାରୁ ଜନମତରେ ବେଶ୍‌ ଆଗୁଆ ଥିବା ସୂଚନା ମିଳିଛି ।

ସମସ୍ତେ ଏବେ ସମାନ ପରିସ୍ଥିତିର ମୁକାବିଲା କରୁଛନ୍ତି । ସମସ୍ତଙ୍କୁ ସମାନ ପରିସ୍ଥିତିରେ କାମ କରିବା ପାଇଁପଡିବ ବୋଲି ସେ ସୂଚନା ଦେଇଛନ୍ତି । ନ୍ୟୁଜିଲାଣ୍ଡରେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ହ୍ରାସ ପାଇଥିଲା । ଏବେ କିନ୍ତୁ ନୂତନ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ଏବେ ୭୮ ଟି ସକ୍ରିୟ ମାମଲା ଥିବା ବେଳେ ମୋଟ୍‌ କରୋନା ମାମଲା ୧୨୮୦ଟି । ଏବଂ ୨୨ ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି ।

କରୋନା ସଂକ୍ରମଣକୁ ସଫଳତାର ସହ ମୁକାବିଲା କରିଥିବାରୁ ଆରଡେର୍ନାଙ୍କର ଲୋକପ୍ରିୟତା ଆହୁରି ବୃଦ୍ଧି ପାଇଛି । ଶୀଘ୍ର ନିର୍ବାଚନ କଲେ ତାଙ୍କ ଦଳ ଅଧିକ ଆସନ ଦଖଲ କରିବାର ସମ୍ଭାବନା ରହିଛି । ଏଥିପାଇଁ ପ୍ରଧାନମନ୍ତ୍ରୀ ଶୀଘ୍ର ନିର୍ବାଚନ କରିବା ପାଇଁ ଚାହୁଁଛନ୍ତି ବୋଲି ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି । ପୂର୍ବରୁ ସେପ୍ଟେମ୍ବର ୧୯ ତାରିଖରେ ନିର୍ବାଚନ ହେବାର ଥିଲା । ଏହାକୁ ପ୍ରାୟ ଏକ ମାସ ପର୍ଯ୍ୟନ୍ତ ଘୁଞ୍ଚାଯାଇଛି । ନ୍ୟୁଜିଲାଣ୍ଡର ଆଇନ ଅନୁସାରେ ନଭେମ୍ବର ୨୧ ତାରିଖ ମଧ୍ୟରେ ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବାର ଆବଶ୍ୟକତା ରହିଛି ।

ଏବେ ନ୍ୟୁଜିଲାଣ୍ଡର ନିର୍ବାଚନ କମିଶନ ସାମାଜିକ ଦୂରତ୍ୱ ଏବଂ ବିଭିନ୍ନ ସ୍ୱାସ୍ଥ୍ୟଗତ ଏବଂ ସାମାଜିକ କଟକଣାରେ ନିର୍ବାଚନ ଅନୁଷ୍ଠିତ କରାଇପାରିବେ ବୋଲି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର