PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ଘରୁ ଆଣିବାକୁ ଭୁଲି ଯାଇଥିଲେ ପର୍ସ, ପ୍ରଧାନମନ୍ତ୍ରୀ ଦେଲେ ମହିଳାଙ୍କ ସପିଂ ବିଲ୍

ନୂଆଦିଲ୍ଲୀ,୬।୪: ଯଦି ଆପଣ କୌଣସି ସୁପର ମାର୍କେଟରେ କିଛି ଜିନିଷ କିଣିବାକୁ ପହଁଞ୍ଚି ଯାଇଛନ୍ତି, ଆଉ ଆପଣଙ୍କ ପାଖରେ ସେ ସମୟରେ ଟଙ୍କା ନଥାଏ ଏକ ବିଚିତ୍ର ପିରିସ୍ଥିତି ସୃଷ୍ଟି ହୋଇତାଏ। କିନ୍ତୁ ଭାବନ୍ତୁ ତ ଯଦି ଆପଣଙ୍କ ସମ୍ପୂର୍ଣ୍ଣ ବିଲ୍  ପ୍ରଧାନମନ୍ତ୍ରୀ ଦେଇ ଦିଅନ୍ତି। ତେବେ ଆପଣଙ୍କୁ ଏହା ଉପରେ ବିଶ୍ବାସ ହୋଇନପାରେ। କିନ୍ତୁ କିଛି ଏଭଳି ଘଟଣା ନ୍ୟୁଜିଲାଣ୍ଡର ଏହି ମହିଳାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।

ପ୍ରକୃତରେ ଏହି ମହିଳା ଜଣକ କ୍ରାଇଷ୍ଟଚର୍ଚ୍ଚର ଏକ ସୁପରମାର୍କେଟରେ ସପିଂ କରିବାକୁ ଯାଇଥିଲେ। ତାଙ୍କ ସହ ଥିଲେ ଦୁଇ ସନ୍ତାନ।, ମହିଳା ଜଣକ ବହୁତ କିଛି ଜିନିଷ   କିଣିସାରିଥିଲେ ଓ ବିଲ୍ ଭରିବା ପାଇଁ ଲାଇନରେ ମଧ୍ୟ ଲାଇନରେ ଠିଆ ହୋଇଥିଲେ। ଯେତେବେଳେ ବିଲ୍ ଭରିବାର ସମୟ ଆସିଥିଲା ହଠାତ ତାଙ୍କୁ ମନେପଡିଥିଲା ଯେ ସେ ନିଜର ପର୍ସ ଆଣିବାକୁ ଭୁଲି ଯାଇଛନ୍ତି।

ମହିଳା ଜଣଙ୍କୁ ଏବେ ଚିନ୍ତାରେ ଦେଖି ଲାଇନରେ ଠିଆ ହୋଇଥିବା ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜୋର୍ସିଣ୍ଡା ଆର୍ଡନ ତାଙ୍କର ସମସ୍ତ ବିଲ୍ ଦେଇଥିଲେ। ଏହି ଘଟଣା ପରେ ଏବେ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀଙ୍କୁ ଖୁବ୍ ପ୍ରଶଂସା କରାଯାଉଛି। ତାଙ୍କର କହିବା ଅନୁସାରେ ସେ, ଏଭଳି ଜଣେ ମହିଳାଙ୍କୁ ଏଥିପାଇଁ ସାହାର୍ଯ୍ୟ କରିଛନ୍ତି ଯେ, ସେ ଜଣେ ମା’।

ମହିଳାଙ୍କର ଜଣେ ବନ୍ଧୁ ହେଲେନ୍ ବର୍ନେସ ଏହି ଘଟଣାକୁ ଟ୍ବିଟରରେ ସେୟାର କରିଛନ୍ତି। ତେବେ ସେ ପ୍ରଧାନମନ୍ତ୍ରୀଙ୍କୁ ଏନେଇ କଡା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ମୋର ବନ୍ଧୁ ନିଜର ଦୁଇ ପିଲାଙ୍କୁ ନେଇ ସପିଂ କରିବାକୁ ଯାଇଥିଲେ। ସେ ନିଜର ପର୍ସ ଘରେ ଛାଡି ଦେଇଥିଲେ। ତେବେ ଲାଇନରେ ତାଙ୍କ ପଛରେ ଠିଆ ହୋଇଥିବା ପ୍ରଧାନମନ୍ତ୍ରୀ ଜୋର୍ସିଣ୍ଡା ଆଗକୁ ଆସି ଏଭଳି ବିଲ୍ ଦେଲେ, ଯେମିତି ମୁଁ ମୋ ସାଙ୍ଗକୁ ଭଲ ପାଉନି କିମ୍ବା ଆମେ ଯେପରି ସେହି ଟଙ୍କା ଦେଇ ପାରିନଥାନ୍ତୁ। ଉଲ୍ଳେଖନୀୟ ଯେ ଗତ ମାସରେ ମଧ୍ୟ ପ୍ରଧାନମନ୍ତ୍ରୀ ର୍ଜୋସିଣ୍ଡାଙ୍କ ଚର୍ଚ୍ଚା ସାରା ବିଶ୍ବରେ ହୋଇଥିଲା। ପ୍ରକୃତରେ , କ୍ରାଇଷ୍ଟଚର୍ଚ୍ଚର ମସଜିଦରେ ହୋଇଥିବା ଆକ୍ରମଣ ପରେ ସେ ବୁର୍ଖା ପିନ୍ଧି ପୀଡିତଙ୍କ ସ୍ଥିତି ଜାଣିବାକୁ ପହଁଞ୍ଚିଥିଲେ।