PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ: ବନ୍ଦ କର ଆପୋଲୋ ହସ୍ପିଟାଲ

ଭୁବନେଶ୍ୱର ୨୯/୧୨: ଆପୋଲୋ ହସ୍ପିଟାଲରେ ବେଆଇନ୍‌ ଭାବେ କିଡ୍‌ନୀ ପ୍ରତିରୋପଣ ମାମଲରେ କ୍ଷୁବ୍ଧ ଜାତୀୟ ମାନବାଧିକାର କମିଶନ ଆଜି ଚରମ ନିଷ୍ପତ୍ତି ନେଇଛନ୍ତି । ମାସକ ଭିତରେ ହସ୍ପିଟାଲର ପଞ୍ଜୀକରଣ ବାତିଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ କମିଶନଙ୍କ ଆଗରେ ଆପୋଲୋ ନିଜ ସପକ୍ଷରେ ଯେତେ ସବୁ ଯୁକ୍ତି ଉପସ୍ଥାପନ କରିଥିଲା, ତାକୁ ଅଗ୍ରାହ୍ୟ କରିଛନ୍ତି । ଫଳରେ ୪ ମାସ ଧରି ଚାଲିଥିବା ଆପୋଲୋ ହସ୍ପିଟାଲ ଅଡ଼ୁଆ ଆହୁରି ସଂଗୀନ ହୋଇଛି। ଖାଲି ସେତିକି ନୁହେଁ, କିଡ୍‌ନୀ କାଢ଼ି ନିଆଯାଇଥିବା ପୀଡ଼ିତ ଅନୀଲ ସ୍ୱାମୀଙ୍କୁ ତୁରନ୍ତ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସରକାରଙ୍କୁ କହିଛନ୍ତି କମିଶନ ।

ସୂଚନାଯୋଗ୍ୟ, ବରଗଡ଼ର ରାଘବାନନ୍ଦ ଦୋରା କିଡ୍‌ନୀ ପ୍ରତିରୋପଣ ପାଇଁ ଆପୋଲୋ ହସ୍ପିଟାଲର ଦ୍ୱାରସ୍ଥ ହୋଇଥିଲେ। ଟ୍ରାନ୍ସପ୍ଲାଣ୍ଟେସନ୍‌ ଅଫ୍‌ ହ୍ୟୁମାନ ଅର୍ଗାନ ଆଣ୍ଡ ଟିସ୍ୟୁସ୍‌ ଆକ୍ଟ୧୯୯୪ ଅନୁସାରେ କେବଳ ରକ୍ତସମ୍ପର୍କ ଲୋକ ହିଁ କିଡ୍‌ନୀ ଦାନ କରିପାରିବେ। ତଦନୁଯାୟୀ ଭାଇ ଜୟରାମ ଦୋରା ତାଙ୍କୁ କିଡ୍‌ନୀ ଦାନ କରିବେ ବୋଲି ଦର୍ଶାଇ ରାଘବାନନ୍ଦ ସରକାରଙ୍କ ଠାରୁ ଏନ୍‌ଓସି ହାସଲ କରିଥିଲେ। କିନ୍ତୁ କିଡ୍‌ନୀ ପ୍ରତିରୋପଣବେଳେ ଚଞ୍ଚକତା ଓ ଜାଲିଆତି କରାଯାଇ ଜୟରାମଙ୍କ ବଦଳରେ ଅନୀଲ ସ୍ୱାମୀ ନାମକ ଜଣେ ବ୍ୟକ୍ତିଙ୍କଠାରୁ କିଡ୍‌ନୀ କାଢ଼ି ଆଣି ଆପୋଲୋ ହସ୍ପିଟାଲରେ ରାଘବାନନ୍ଦଙ୍କ ଠାରେ ପ୍ରତିରୋପଣ କରାଯାଇଥିଲା । ଯାହା ସଂପୂର୍ଣ୍ଣ ବେଆଇନ ।

ଏ ସମ୍ପର୍କରେ ନିଜେ ଅନୀଲ ତାଙ୍କ କିଡ୍‌ନୀ ନିଆଯାଇଥିବା ବରଗଡ଼ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ଏହାର ତଦନ୍ତ ଭାର ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚଙ୍କୁ ଦିଆଯାଇଥିଲା। ବରଗଡ଼ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏହି ମାମଲା ବିଚାରାଧୀନ ଥିବାବେଳେ ମାନବାଧିକାର କର୍ମୀ ଅଖଣ୍ଡ ପୂରା ଘଟଣାକୁ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଚଳିତ ବର୍ଷ ଅଗଷ୍ଟ ମାସରେ ଜାତୀୟ ମାନବାଧିକାର କମିଶନ ଏହାକୁ ବିଚାର କରି ଆପୋଲୋ ହସ୍ପିଟାଲର ପଞ୍ଜୀକରଣ ବାତିଲ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ବିରୋଧରେ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏ ସଂପର୍କରେ ଆପୋଲୋ ହସ୍ପିଟାଲକୁ ନିଜ ପକ୍ଷ ରଖିବାପାଇଁ ଆଉଥରେ ସୁଯୋଗ ଦେବାକୁ କମିଶନଙ୍କୁ ପରାମର୍ଶ ଦେଇଥିଲେ।

ହାଇକୋର୍ଟଙ୍କ ନିର୍ଦ୍ଦେଶମତେ ହସ୍ପିଟାଲ କର୍ତ୍ତୃପକ୍ଷ ପୁନର୍ବାର କମିଶନଙ୍କ ନିକଟରେ ନିଜ ପକ୍ଷ ଉପସ୍ଥାପନ କରି କରିଥିଲେ । କିଡ୍‌ନୀ କଢ଼ାଯିବା ବେଳେ ଜୟରାମଙ୍କ ବଦଳରେ ଅନୀଲଙ୍କ ଠାରୁ କିଡ୍‌ନୀ ନିଆଯିବା ତ୍ରୁଟି ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ଦାୟୀ ନୁହେଁ ବୋଲି ଆପୋଲୋ ଦର୍ଶାଇଥିଲା । କିଡ୍‌ନୀ ଗ୍ରହୀତା ରାଘବାନନ୍ଦଙ୍କ ପରିବାର ଅନୀଲଙ୍କୁ ଜୟରାମ ବୋଲି ଦର୍ଶାଇ ହସ୍ପିଟାଲରେ ଉପସ୍ଥିତ କରାଇଥିଲେ । ତେଣୁ ହସ୍ପିଟାଲ କର୍ତ୍ତୃପକ୍ଷ ଅସ୍ତ୍ରୋପଚାର କରି କିଡ୍‌ନୀ କାଢ଼ିଥିଲେ । କମିଶନ ଆପୋଲୋର ଏହି ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଛନ୍ତି । କିଡ୍‌ନୀ ପ୍ରତିରୋପଣ ପାଇଁ ଆବଶ୍ୟକ ସମସ୍ତ ସରକାରୀ ଦସ୍ତାବିଜ୍‌ରେ ଫଟୋ ରହିଥିବାରୁ ହସ୍ପିଟାଲର ଯୁକ୍ତି ସଂପୂର୍ଣ୍ଣ ନିରାଧାର ବୋଲି ଦର୍ଶାଇ କମିଶନ ହସ୍ପିଟାଲର ପଞ୍ଜୀକରଣ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ କିଡ୍‌ନୀ ହରାଇଥିବା ଅନୀଲଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କମିଶନ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏ ସମ୍ପର୍କରେ ଆପୋଲୋ କର୍ତ୍ତୃପକ୍ଷ କହିଛନ୍ତି, ଆମକୁ ଉପସ୍ଥିତ ରହି ପକ୍ଷ ରଖିବାକୁ ଜାତୀୟ ମାନବାଧିକାର କମିଶନରେ ସୁଯୋଗ ଦିଆଯାଇନି । ତେଣୁ ଆମେ କମିଶନଙ୍କ ନିର୍ଦ୍ଦେଶ ବିରୋଧରେ ଉପରିସ୍ଥ କୋର୍ଟକୁ ଯିବୁ ।