ଆତଙ୍କବାଦୀ ଲିଙ୍କ୍ ନୁହେଁ, ବନ୍ଧୁକ ଚାଲାଣ ଲିଙ୍କ୍‌ରେ ଉଠାଇଛି NIA : ପୋଲିସ କମିଶନର

ଭୁବନେଶ୍ବର ୨୧।୧୦ : ଆନ୍ତଃରାଜ୍ୟ ବନ୍ଧୁକ ରାକେଟ ଚେର ଖୋଜି ଭୁବନେଶ୍ବରରେ NIA। ଖଣ୍ଡଗିରି ଅଞ୍ଚଳରୁ ଯୁବକଙ୍କୁ ନେଇ NIAର ଜେରା। ଓଡ଼ିଶାକୁ ଆସୁଥିବା ବେଆଇନ ବନ୍ଧୁକର ତଦନ୍ତ କରୁଛି ଏନ୍‌ଆଇଏ। ବାହାର ରାଜ୍ୟର ଅଭିଯୁକ୍ତଙ୍କଠୁ ମିଳିଛି ବନ୍ଧୁକ କାରବାର ଲିଙ୍କ୍‌। ତବେ ସନ୍ଦିଗ୍ଧ ଆତଙ୍କବାଦୀ ଲିଙ୍କ୍‌ରେ ଏନ୍‌ଆଇଏ ଉଠାଇ ନେଇଥିବା ପ୍ରଥମେ ସନ୍ଦେହ କରାଯାଉଥିଲା। ତେବେ ଆତଙ୍କବାଦୀ ଲିଙ୍କ୍‌ରେ ନୁହେଁ, ବନ୍ଧୁକ ଚାଲାଣ ଲିଙ୍କ୍‌ରେ ଯୁବକଙ୍କୁ ଏନ୍‌ଆଇଏ ଉଠାଇଛି ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି। ବର୍ତ୍ତମାନ ମଧ୍ୟ ଯୁବକଙ୍କୁ ଖଣ୍ଡଗିରି ଥାନାରେ ପଚରାଉଚରା କରାଯାଉଛି।

ସୂଚନାଯୋଗ୍ୟ ଯେ, ଆଜି ଅପରାହ୍ନରେ ଖଣ୍ଡଗିରି ଫେଜ୍‌-୨ ରୁ ଯୁବକଙ୍କୁ ଉଠାଇ ନେଇଥିଲା ନ୍ୟାସନାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି ଟିମ୍ (NIA)। ଉକ୍ତ ଯୁବକଙ୍କୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ NIA ଟିମ୍‌ ପଚରାଉଚରା କରୁଛି। ତେବେ କେଉଁ ଲିଙ୍କରେ ଉକ୍ତ ବ୍ୟକ୍ତିଙ୍କୁ NIA ଉଠାଇ ନେଇଛି ତାହା ସ୍ପଷ୍ଟ ହୋଇନଥିଲା। ବନ୍ଧୁକ ଚାଲାଣ ଲିଙ୍କ୍‌ରେ ଯୁବକଙ୍କୁ ଏନ୍‌ଆଇଏ ଉଠାଇଛି ବୋଲି ଏବେ ସୂଚନା ମିଳିଛି।

ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। ତେବେ ଉକ୍ତ ଯୁବକ ଜଣକ ଗ୍ରାଜୁଏସନ୍‌ କରୁଥିବା ଜଣାପଡ଼ିଛି। ଯୁବକଙ୍କ ନିକଟରୁ ମୋବାଇଲ, ଲାପଟପ୍‌ ଜବତ ହୋଇଛି। ଖଣ୍ଡଗିରି ଥାନାରେ ଯୁବକଙ୍କୁ ପଚରାଉଚରା କରାଯାଉଛି।