ଖଣ୍ଡଗିରିରୁ ଯୁବକଙ୍କୁ ଉଠାଇନେଲା NIA, ଅଜ୍ଞାତ ସ୍ଥାନରେ କରୁଛି ପଚରାଉଚରା

ଭୁବନେଶ୍ବର ୨୧।୧୦ : ଭୁବନେଶ୍ୱର ଖଣ୍ଡଗିରି ଫେଜ୍‌-୨ ରୁ ଯୁବକଙ୍କୁ ଉଠାଇ ନେଇଛି ନ୍ୟାସନାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି ଟିମ୍ (NIA)। ଉକ୍ତ ଯୁବକଙ୍କୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ NIA ଟିମ୍‌ ପଚରାଉଚରା କରୁଛି। ତେବେ କେଉଁ ଲିଙ୍କରେ ଉକ୍ତ ବ୍ୟକ୍ତିଙ୍କୁ NIA ଉଠାଇ ନେଇଛି ତାହା ଅସ୍ପଷ୍ଟ ରହିଛି।  ଏପରିକି ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ।

ତେବେ ଉକ୍ତ ଯୁବକ ଜଣକ ଗ୍ରାଜୁଏସନ୍‌ କରୁଥିବା ଜଣାପଡ଼ିଛି। କୌଣସି ଧମକ ପୂର୍ଣ୍ଣ ବାର୍ତ୍ତା ପଠାଇଥିବା ସୂଚନା ମିଳିଛି। ଯୁବକଙ୍କ ନିକଟରୁ ମୋବାଇଲ, ଲାପଟପ୍‌ ଜବତ ହୋଇଛି। ସନ୍ଦିଗ୍ଧ ଆତଙ୍କବାଦୀ ଲିଙ୍କ୍‌ରେ ଏନ୍‌ଆଇଏ ଉଠାଇନେଇଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରିନାହିଁ। ଏକ ଅଜ୍ଞାତ ସ୍ଥାନରେ NIA ଟିମ୍‌ ପଚରାଉଚରା ଜାରି ରଖିଛି।