PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ପୂର୍ବତନ କଂଗ୍ରେସ ବିଧାୟକଙ୍କ ଘରେ ଏନଆଇଏର ଚଢାଉ, ଆତଙ୍କବାଦୀ ସଂଗଠନ ଆଇଏସ ସହ ପୁଅ-ବୋହୂଙ୍କର ସମ୍ପର୍କ ଥିବା ନେଇ ସନ୍ଦେହ

https://english.newstracklive.com

ମାଙ୍ଗାଲୋର,୪।୮:କର୍ଣ୍ଣାଟକ କଂଗ୍ରେସର ପୂର୍ବତନ ଓ ସ୍ବଗର୍ତ ନେତା ବିଏମ୍ ଇଦିନବାଙ୍କ ବାସଭବନରେ ଜାତୀୟ ତଦନ୍ତକାରୀ ଏଜେନ୍ସି(ଏନଆଇଏ)ର ଚଢାଉ। ଏନଆଇଏ କଂଗ୍ରେସ ନେତାଙ୍କ ପୁଅ ବିଏମ୍ ବାଶା ଓ ବୋହୂଙ୍କର ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ସହିତ ସମ୍ପର୍କ ଥିବାର ଅଭିଯୋଗରେ ଚଢାଉ କରିଛି। ମିଳିଥିବା ସୂଚନା ଅନୁସାରେ, ଏବେ ଦୁହିଁଙ୍କୁ ପଚରାଉଚରା କରାଯାଉଛି। ବାଶା ଓ ତାଙ୍କର ପରିବାର ମାଙ୍ଗାଲୋରର ମସ୍ତିକଟ୍ଟେର ଉଲ୍ଲାଲରେ ରୁହନ୍ତି। ଏନଆଇଏର ଏକ ଟିମ୍‌ ସକାଳୁ ଜମ୍ମୁ କଶ୍ମୀରର ତିନୋଟି ସ୍ଥାନ ସହିତ ବେଙ୍ଗାଲୁର ଓ ମାଙ୍ଗାଲୋରର ଏକ ସ୍ଥାନରେ ତଲାସୀ ନେଇଥିଲେ।

ପୋଲିସର ସୂଚନା ଅନୁସାରେ, ବେଙ୍ଗଲୁରରୁ ସକାଳୁ ଆସିଥିବା ଅଧିକାରୀମାନେ ତୁରନ୍ତ ତଦନ୍ତ ଆରମ୍ଭ କରିଦେଇଛନ୍ତି। ଇଦିନାବାଙ୍କ ପୁଅ ବି ଏମ ବାଶା ଏହି ଘରେ ନିଜର ପରିବାର ସହିତ ରୁହନ୍ତ। ସିରିଆସ୍ଥିତ ଆତଙ୍କବାଦୀ ସଂଗଠନ ଆଇଏସ୍ ସହିତ ସମ୍ପର୍କ ଥିବା ସନ୍ଦେହରେ ଏହି ଚଢାଉ ହୋଇଛି। ୨୫ ଅଧିକାରୀଙ୍କ ଦଳ ଚାରୋଟି କାରରେ ଆସି ସକାଳୁ ଆସି ଏହି ଚଢାଉ କରିଥିଲେ। ଏନଆଇଏର ଏହି ଟିମ୍‌କୁ ସ୍ଥାନୀୟ ପୋଲିସ ସୁରକ୍ଷା ପ୍ରଦାନ କରିଛି।

ସମ୍ବନ୍ଧିତ ଖବର