ଭାରତର ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ଏନଆଇସି ଏବେ ସାଇବର ଆକ୍ରମଣର ଶିକାର

ନୂଆଦିଲ୍ଲୀ – ସରକାରୀ ବିଭାଗ ତଥା ପ୍ରତିଷ୍ଠାନରେ କମ୍ପ୍ୟୁଟର ନେଟୱର୍କର ସୁରକ୍ଷା ପାଇଁ ଗଠିତ ନୋଡାଲ ଏଜେନ୍ସି ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର(ଏନଆଇସି) ଏବେ ନିଜେ ସାଇବର ଆକ୍ରମଣର ଶିକାର ହୋଇଛି ।

ଏନଆଇସିର ୧୦୦ଟି କମ୍ପ୍ୟୁଟର ଏହାଯୋଗୁ ପ୍ରଭାବିତ ହୋଇଛି ଏବଂ ତା’ ସହିତ ଭାରତର ସୁରକ୍ଷା ସଂକ୍ରାନ୍ତ୍ରୀୟ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ହୋଇଯାଇଛି । ରିପୋର୍ଟ ଅନୁଯାୟୀ, ଏହି ସଂସ୍ଥାର ଜଣେ କର୍ମଚାରୀ ଏକ ଇ-ମେଲକୁ ଓପନ କରିଥିଲେ । ଏହାପରେ ତାଙ୍କ କମ୍ପ୍ୟୁଟର ହ୍ୟାକ୍‌ ହୋଇଯାଇଥିଲା ଏବଂ ସେଥିରୁ ସବୁ ତଥ୍ୟ ଗାଏବ ହୋଇଯାଇଥିଲା । ପରେ ପରେ ଉକ୍ତ ସଂସ୍ଥାର ପ୍ରାୟ ୧୦୦ଟି କମ୍ପ୍ୟୁଟରରେ ଏଭଳି ହୋଇଥିଲା ।

ଏସବୁ କମ୍ପ୍ୟୁଟରରୁ ଦେଶର ସୁରକ୍ଷା, ପ୍ରଧାନମନ୍ତ୍ରୀ,ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା, ଭିଭିଆଇପି ଏବଂ ଦେଶର ସାଧାରଣ ନାଗରିକଙ୍କ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଗାଏବ ହୋଇଯାଇଛି । ଏମିତିକି ବିଭିନ୍ନ ସରକାରୀ ବିଭାଗ ଏବଂ ପ୍ରତିଷ୍ଠାନ ସହ ସମ୍ପର୍କିତ ତଥ୍ୟ ବି ଗାଏବ ହୋଇଯାଇଛି । ଭାରତର ସାଇବର ସୁରକ୍ଷା ବ୍ୟବସ୍ଥା କେତେ ଦୁର୍ବଳ, ତାହା ଏହି ଘଟଣା ଯୋଗୁ ଉଜାଗର ହୋଇଯାଇଛି । ଏହି ଘଟଣାର ଯାଞ୍ଚ ଦାୟିତ୍ୱ ଦିଲ୍ଲୀ ପୁଲିସର ସାଇବର ସେଲକୁ ଦିଆଯାଇଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି କି ବେଙ୍ଗାଲୁରୁ ସ୍ଥିତ ଏକ ଆଇଟି ଫାର୍ମରୁ ଉକ୍ତ ଇ-ମେଲ ପଠାଯାଇଥିଲା । ସେଇ କଂପାନିର ଆମେରିକା ସହିତ ଲିଙ୍କ୍‌ ରହିଛି । କିନ୍ତୁ ଏହି ସାଇବର ଆକ୍ରମଣ ପଛରେ କାହାର ହାତ ଅଛି, ତାହା ଏପର୍ଯ୍ୟନ୍ତ
ସ୍ପଷ୍ଟ ହୋଇପାରିନାହିଁ ।

   ସମ୍ବନ୍ଧିତ ଖବର


କେମିତି କଟିବ ଆଜି, ପଢନ୍ତୁ ନିଜର ଭାଗ୍ୟ ଭବିଷ୍ୟ…

ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ଆଇଫୋନ୍‌ ୟୁଜର୍ସଙ୍କୁ ଝଟକା, ଆପ୍ସ ପାଇଁ ଦେବାକୁ ପଡ଼ିବ ଅଧିକ ଟଙ୍କା

ସାଂଘାତିକ ଷଡଯନ୍ତ୍ର-ପ୍ରେମିକ ସହ ମିଶି ଛାଡପତ୍ର ପାଇଁ ପତିଙ୍କ ପ୍ରାଇଭେଟ୍‌ ପାର୍ଟ କାଟିବା ପାଇଁ ଚେଷ୍ଟା କରୁଥିଲେ ନବ ବିବାହିତା

ଶୋକରେ ବି ଫାର୍ସ: ବାପାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପୂର୍ବରୁ ଚିରାଗ ପାଶଓ୍ବାନଙ୍କ ରିହର୍ସଲ, ଭିଡିଓ ଭାଇରାଲ

ପ୍ରିନ୍ସପାଲଙ୍କ ବିରୁଦ୍ଧରେ ଏମିତି ଅଭିଯୋଗ ଆଣିଲେ ମହିଳା ପ୍ରଫେସର, କହିଲେ ‘କ୍ୟାମେରାରେ ଜୁମ୍ କରି ଦେଖନ୍ତି…’