ପ୍ରିୟଙ୍କା ଚୋପ୍ରା ଛାଡ଼ିଦେଲେ ସ୍ବାମୀ ନିକଙ୍କ ସାଥ୍, ସୋସିଆଲ ମିଡ଼ିଆରେ ଉଭୟଙ୍କୁ ନେଇ ଚାଲିଛି ଥଟ୍ଟାମଜ୍ଜା

ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍ ଜୋନସଙ୍କୁ ନେଇ ଗତ କିଛି ଦିନ ହେବ ବହୁତ ମଜାକ୍ ଉଡ଼ାଇବାରେ ଲାଗିଛନ୍ତି ଦର୍ଶକ। ନିକ୍ ନିଜର ଦୁଇ ଭାଇ ଜୋ ଜୋନସ ଓ କେବିନ ଜୋନସଙ୍କ ସହିତ ଆମେରିକାର ନ୍ୟୁ ଜର୍ସିରେ ଏମଟିଭି ବିଡ଼ିଓ ମ୍ୟୁଜିକ୍ ଆଓ୍ବାର୍ଡରେ ପ୍ରଦର୍ଶନ କରିବା ପାଇଁ ଯାଇଥିଲେ।

ମିଳିଥିବା ସୂଚନାନୁସାରେ, ଦୀର୍ଘ ୧୧ବର୍ଷ ପରେ ତିନି ଭାଇ ଏକାଠି ହୋଇ ପ୍ରଦର୍ଶନ କରିଥିଲେ ଏବଂ ଏଥିପାଇଁ ଜାନସ ବ୍ରଦର୍ସ ନିଜ ଗୀତ ‘ସକର’ ପାଇଁ ବେଷ୍ଟ ପପ୍ ଆଓ୍ବାର୍ଡ ବି ଜିତିଛନ୍ତି।  

ଏହି ବିଜେତାଙ୍କ ନାମ ଘୋଷଣା ପରେ ଜୋ ଜୋନସ ନିଜ ପତ୍ନୀ ସୋଫି ଟର୍ନର ଏବଂ କେବିନ ଜୋନସ ନିଜ ପତ୍ନୀ ଡେନିୟଲଙ୍କୁ କିସ୍ କରିଥିବାର ନଜର ଆସିଥିଲା। ସେହି ସମୟରେ ନିକ୍ କିନ୍ତୁ ଏକଲା ରହିଯାଇଥିଲେ। କାରଣ ପ୍ରିୟଙ୍କା ସେଠାରେ ଉପସ୍ଥିତ ନଥିଲେ।

ଆଉ ନିକ୍ ଏକଲା ଗୋଟିଏ ସ୍ଥାନରେ ଠିଆ ହୋଇ ମୁରୁକି ମୁରୁକି ହସୁଥିବାର ନଜର ଆସିଥିଲେ। ଏହି କାରଣରୁ ନିକଙ୍କୁ ନେଇ ପାଇଁ ସୋସିଆଲ ମିଡ଼ିଆରେ ଅନେକ ଥଟ୍ଟାମଜ୍ଜା କରାଯାଉଛି।

ଏହି ଫଟୋକୁ ଦେଖିଲେ ଲାଗୁଛି ନିକ୍ ମଧ୍ୟ ପ୍ରିୟଙ୍କା ବହୁତ ମିସ୍ କରୁଥିଲେ। ଏହି ଟ୍ବିଟ୍ ଫଟୋକୁ ଦେଖିବା ପରେ ନିକଙ୍କୁ ଟ୍ରୋଲ କରାଯାଇଛି।  ଫ୍ୟାନ୍ସ ବି ପଚାରୁଛନ୍ତି- ପ୍ରିୟଙ୍କା କେଉଁଠି ଅଛନ୍ତି ? ଏମିତି କି ଫଟୋକୁ ସେୟାର କରି ନିକଙ୍କୁ ‘ବିଚାରା’ ବୋଲି କୁହାଯାଉଛି।   

   ସମ୍ବନ୍ଧିତ ଖବର


ବିବାଦରେ କୋରିଓଗ୍ରାଫର ଟେରେନ୍ସ ଲୁଇସ୍‌, ଭାଇରାଲ୍‌ ହେଉଛି ଭିଡ଼ିଓ

NCB ଦୀପିକାଙ୍କ ସାମନାରେ ଗୋଟେ ମୋଟା ଓ ଗୋଟେ ପତଳା ସିଗାରେଟ୍ ରଖିଥିଲା…ଏହାର କାରଣ କଣ ଜାଣନ୍ତୁ –

ଆଜି ରାତିରୁ କେବିସି -୧୨ ଆରମ୍ଭ – ଶୋ’ର ପ୍ରତି ଏପିସୋଡରେ ଜିତି ପାରିବେ ଏକ ଲକ୍ଷ ଟଙ୍କା…ଜାଣନ୍ତୁ ଏହାର ସହଜ ଉପାୟ

ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କ ପରଲୋକ, ‘ଇତନି ଶକ୍ତି ହମେ ଦେ ନା ଦାତା…’ ଗୀତରୁ ଲାଭ କରିଥିଲେ ପ୍ରସିଦ୍ଧି

କରଣ ଜୋହରଙ୍କୁ ଯଦି ଫସାଇ ଦେବ ତ ତୁମକୁ ଛାଡ଼ି ଦେବୁ – ଏନସିବି ଉପରେ ଅଭିଯୋଗ ଲଗେଇଲେ ଡ୍ରଗ୍ସ କେସ୍‌ରେ ଗିରଫ ହୋଇଥିବା କ୍ଷିତିଜ୍ ପ୍ରସାଦ

ରିୟାଙ୍କ ଏଫଆଇଆଇ ସିବିଆଇ ନିକଟରେ ପହଁଞ୍ଚିଲା, ସୁଶାନ୍ତଙ୍କ ଭଉଣୀଙ୍କୁ ଯେକୌଣସି ସମୟରେ ପଚରାଉଚରା ପାଇଁ ଡକାଯାଇପାରେ