ରସେଲ ଧମାକା: ନାଇଟ୍‌ ରାଇଡର୍ସର ବିଶାଳ ସ୍କୋର

କୋଲକାତା,୨୮ା୪(ଏଜେନ୍ସି): ଘରୋଇ କୋଲକାତା ନାଇଟ୍‌ ରାଇଡର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଚାଲିଥିବା ଆଇପିଏଲ୍‌ ମୁକାବିଲାରେ ଚର୍ଚ୍ଚିତ ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ ଧୂଆଁଧାର ଇନିଂସ ଖେଳିଛନ୍ତି । ଫଳରେ ଘରୋଇ ଦଳ ୨/୨୩୨ ରନ୍‌ର ବିଶାଳ ସ୍କୋର ସଂଗ୍ରହ କରିଛି । ଜବାବରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଓଭର ଶେଷ ସୁଦ୍ଧା ୨ ୱିକେଟ୍‌ ହରାଇ ୨୯ ରନ୍‌ ସଂଗ୍ରହ କରିଛି । ଦଳ ପକ୍ଷରୁ ଏଭିନ ଲୁଇସ୍‌ ୯ ଓ ସୂର୍ଯ୍ୟ କୁମାର ଯାଦବ ୭ ରନ୍‌ କରି ଅପରାଜିତ ରହିଛନ୍ତି ।

ଟସ୍‌ ଜିତି ଏହି ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ନାଇଟ୍‌ ରାଇଡର୍ସ ପକ୍ଷରୁ ଲିନ୍‌ ଓ ଗିଲ୍‌ ପାଳି ଆରମ୍ଭ କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ୍‌ ମୁମ୍ବାଇ ବୋଲରମାନଙ୍କୁ ନିର୍ମମ ପ୍ରହାର କରି ଦଳୀୟ ସ୍କୋରକୁ ଦ୍ରୁତ ବେଗରେ ଆଗେଇ ନେଇଥିଲେ । ପ୍ରଥମ ୱିକେଟ୍‌ରେ ୯୬ ରନ୍‌ ସଂଗୃହୀତ ହୋଇଥିଲା । ଦଶମ ଓଭରରେ ରାହୁଲ ଚହର ଯୋଡି ଭାଙ୍ଗିଥିଲେ । ସେ ଲିନ୍‌ଙ୍କୁ ପାଭିଲିୟନ ପଠାଇ ଦେଇଥିଲେ । ଗିଲ୍‌ଙ୍କୁ ଅଟକାଇବାରେ ମୁମ୍ବାଇ ବୋଲରଙ୍କ ପକ୍ଷରେ ସମ୍ଭବ ହୋଇ ନଥିଲା । ପ୍ରଥମ ୱିକେଟ୍‌ର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ରସେଲ ଅପରାଜିତ ଗିଲ୍‌ଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଦ୍ୱିତୀୟ ୱିକେଟ୍‌ରେ ଉଭୟ ୬୨ ରନ୍‌ ଯୋଗ କରିଥିଲେ । ଗିଲ୍‌ ଅର୍ଦ୍ଧଶତକ ପୂରଣ କରିଥିଲେ । ଦଳୀୟ ସ୍କୋର ୧୫୮ ବେଳେ ବ୍ୟକ୍ତିଗତ ୭୬ ରନ୍‌ କରି ଗିଲ୍‌ ଆଉଟ୍‌ ହୋଇଥିଲେ । ସେ ୪୫ଟି ବଲ୍‌ର ସାମ୍ନା କରି ୬ଟି ଚୌକା ଓ ୪ଟି ଛକା ମାରିଥିଲେ ।

ଗିଲ୍‌ଙ୍କ ୱିକେଟ୍‌ର ପତନ ପରେ ଆରମ୍ଭ ହୋଇ ଯାଇଥିଲା ରସେଲ ବିସ୍ଫୋରଣ । ତାଙ୍କ ଆକ୍ରମଣରୁ ମୁମ୍ବାଇ ଇଣ୍ଡିଆନ୍ସର କୌଣସି ବୋଲର ବର୍ତ୍ତି ନଥିଲେ । ରସେଲ ଚୌକା ଓ ଛକାର ବର୍ଷା କରି ଦଳୀୟ ସ୍କୋରକୁ ୨୩୨ରେ ପହଞ୍ଚାଇ ଦେଇଥିଲେ । ସେ ୪୦ଟି ବଲ୍‌ରୁ ୬ଟି ଚୌକା ଓ ୮ଟି ବିଶାଳ ଛକା ବଳରେ ଅପରାଜିତ ୮୦ ରନ୍‌ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିନେଶ କାର୍ତ୍ତିକ ଅପରାଜିତ ୧୫(୧ଚୌକା, ୧ଛକା) ରନ୍‌ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ରାହୁଲ ଚହର ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ ।

   ସମ୍ବନ୍ଧିତ ଖବର


ଗ୍ରେଗ୍ ବାର୍କଲେ ଆଇସିସିର ନୂତନ ଅଧ୍ୟକ୍ଷ, ଦ୍ବିତୀୟ ରାଉଣ୍ଡ ଭୋଟିଂରେ ମିଳିଲା ସଂଖ୍ୟା ଗରିଷ୍ଠତା

ରେଡ୍‌ ବୁଲ୍‌ କ୍ୟାମ୍ପସ୍‌ ଟି-ଟ୍ୱେଣ୍ଟି କ୍ରିକେଟ୍‌ : ଫାଇନାଲ୍‌ରେ ସୋଆ ବିଶ୍ୱବିଦ୍ୟାଳୟ

କରୋନା କାଳରେ କେତେଥର କୋଭିଡ ଟେଷ୍ଟ କରିଛନ୍ତି ବିସିସିଆଇ ଅଧ୍ୟକ୍ଷ? ନିଜେ କଲେ ଖୁଲାସା

ICC ବାଛିବ ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳି: ଭାରତରୁ ଅଛନ୍ତି ୬ ଖେଳାଳି, ବିରାଟ ସର୍ବାଧିକ ୫ଟି ଆଓ୍ବାର୍ଡ ପାଇଁ ମନୋନୀତ

ନୂଆ ଜର୍ସିରେ ପୁରୁଣା ସ୍ମୃତି: ଅଷ୍ଟ୍ରେଲିଆ ଗସ୍ତରେ ଆସିଥିବା ବିରାଟ ବାହିନୀଙ୍କ ନୂଆ ପୋଷାକ ମନେ ପକାଉଛି ୯୦ ଦଶକର କଥା

ବିରାଟ ଓ ରୋହିତଙ୍କ ମଧ୍ୟରେ ଭଲ ଅଧିନାୟକ କିଏ? ଗମ୍ଭୀର ରଖିଲେ ପ୍ରତିକ୍ରିୟା, କହିଲେ…