ଅନ୍‌ଲାଇନ୍ ଗେମ୍‌ ନିଶାରେ ନିଜର କିଡ୍‌ନାପ କରାଇଲା ୧୪ ବର୍ଷର ବାଳକ- ଘର ଲୋକଙ୍କୁ ମାଗିଲା ୫ ଲକ୍ଷ ଟଙ୍କା

ପାଟନା – ଅନ୍‌ଲାଇନ୍‌ ଗେମ୍‌ ନିଶା । ଅନ୍‌ ଲାଇନ୍‌ରେ ଗେମ୍‌ ଖେଳିବା ପାଇଁ ନିଜର କିଡ୍‌ନାପ୍‌ କରାଇଲା ବିହାରର ୧୪ ବର୍ଷର ବାଳକ । ପାଟନାର ଏହି ବାଳକ ଅନ୍‌ଲାଇନ୍‌ ଗେମ୍‌ ନିଶାରେ ବୁଡି ରହିଥିଲା । ଗରେ କେହି କିଛି କହିଲେ ବି ଶୁଣୁ ନଥିଲା । ଧୀରେ ଧୀରେ ସେ ଗେମ୍‌ ଖେଳିବା ଏହି ନାବାଳକ ପାଇଁ ନିଶା ପାଲଟି ଯାଇଥିଲା। ଗେମ୍‌ ଖେଳିବା ନିଶାରେ ସେ ଫୋନ୍‌ ଏବଂ ୨ ହଜାର ଟଙ୍କା ଦରି ଘରୁ ପଳାଇଥିଲା. ପରେ ସେ ଏକ ବସଷ୍ଟାଣ୍ଡରେ ବସି ନିଜ ମାଆଙ୍କ ନିକଟକୁ ସେ କିଡ୍‌ନାପ୍‌ ହୋଇଯାଇଥିବା ମେସେଜ୍‌ ପଠାଇଥିଲା । ପରେ ମୁକ୍ତି ପାଇଁ ୫ ଲକ୍ଷ ଟଙ୍କା ଦାବି କରିଥିଲା ।

ପିଲାଟିର ମାଆ ଏହି ଘଟଣାକୁ ପୁଲିସରେ ଅଭିଯୋଗ କରିଥିଲେ । ପୁଲିସ ଫୋନ୍‌ ନମ୍ବରକୁ ଟ୍ରାକ କରିବା ପରେ ପିଲାଟି ଏକ ବସ୍‌ଷ୍ଟାଣ୍ଡ ନିକଟରେ ରହିଥିବା ଜାଣିବା ପାଇଁ ପାଇଥିଲେ। ପରେ ପୁଲିସ ଟିମ୍‌ ବସ୍‌ ଷ୍ଟାଣ୍ଡ ନିକଟରେ ସାଦା ପୋଷାକରେ ପହଞ୍ଚିବା ପରେ ପିଲାଟି ବସ୍‌ ଷ୍ଟାଣ୍ଡ ନିକଟରେ ବସି ରହିଥିବା ଦେଖିବାକୁ ପାଇଥିଲେ । ତାକୁ ଧରି ପଚରା ଉଚରା କରିବାରୁ ସେ ସମସ୍ତ ଘଟଣା ବିଷୟରେ ମାନିଯାଇଥିଲା ।

ପିଲାଟି ଅନ୍‌ଲାଇନ୍‌ ଗେମ୍‌ ଖେଳିବା ନିଶାରେ ପରିଣତ ହୋଇଥିବାରୁ ସେ ନିଜ ବିଧବା ମାଆଙ୍କ ଠାରୁ ୫ ଲକ୍ଷ ଟଙ୍କା ଦାବି କରିଥିଲା । ଏଥିପାଇଁ ନିଜ ଅପହରଣର ନାଟକ ରଚିଥିଲା ବୋଲି ପିଲାଟି ସୂଚନା ଦେଇଛି ।

ପିଲାର ମାଆଙ୍କ ଅନୁସାରେ ପିଲାଟି ୧୦ ଶ୍ରଣୀରେ ପାଠ ପଢେ । ସେ ଘରୁ ସାଙ୍ଗ ଘରକୁ ଯାଉଛି କହି ଘରୁ ବାହାରିଥିଲା । ଏହାପରେ ସେ ଘରକୁ ଫେରି ନଥିଲା। ଘରୁ ସେ ୨ ହଜାର ଟଙ୍କା ଏବଂ ମୋବାଇଲ୍‌ ଫୋନ୍‌ ନେଇ ଚାଲିଯାଇଥିଲା । ପରେ ତାକୁ ଅପହରଣ କରାଯାଇଥିବା ତା ମୋବାଇଲ୍‌ରୁ ମେସେଜ୍‌ ଆସିଥିଲା । ପୁଲିସ ତୁରନ୍ତ ଘଟଣାର ଅନୁସନ୍ଧାନ କରି ତାକୁ ଧରିବାରେ ସଫଳ ହୋଇଥିଲା ।

   ସମ୍ବନ୍ଧିତ ଖବର


କଟକ IIFL‌ ଡକାୟତି ଘଟଣାର ପର୍ଦ୍ଦାଫାଶ : ୨୦ କୋଟିର ଲୁଟେରାଙ୍କୁ ବାନ୍ଧିଲା ପୋଲିସ, କମ୍ପାନୀ କର୍ମଚାରୀ ମାଷ୍ଟରମାଇଣ୍ଡ

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର

ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆସିଲା ରାୟ: ପ୍ରେମିକ ସମେତ ୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ସହ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା

ସାମାନ୍ୟ କଥାରୁ ବୀଭତ୍ସ ହତ୍ୟାକାଣ୍ଡ: ପତ୍ନୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ସ୍ୱାମୀ, ଅଭିଯୁକ୍ତକୁ ବାନ୍ଧିଲା ପୁଲିସ

ଆଶାରାମଙ୍କ ବେଲ୍‌ ପିଟିସନ ଉପରେ ହେବ ଶୁଣାଣି – ରାଜି ହେଲେ କୋର୍ଟ

ଆଦିବାସୀ ନାବାଳିକା ଦୁଷ୍କର୍ମ ମାମଲା: ୩ ସପ୍ତାହ ପରେ ଜେଲ୍‌ ଗଲେ ଓଏଏସ୍‌ଙ୍କ ଶ୍ୱଶୁର