ନିଖୋଜ ନାବାଳିକା ଉଦ୍ଧାର ଅପହରଣକାରୀ ଗିରଫ

ଲକ୍ଷ୍ମୀପୁର- ଲକ୍ଷ୍ମୀପୁର ବ୍ଲକର ନିଖୋଜ ନାବାଳିକାକୁ ପୋଲିସ ଉଦ୍ଧାର କରିଛି । ଅପହରଣକାରୀ ମାଧବ ହିକ୍କାକୁ ପୋଲିସ ଗିରଫକରିବା ସହ କୋର୍ଟ ଚାଲାଣି କରିଛି । ନବମଶ୍ରେଣୀରେ ପଢୁଥିବା ନାବାଳିକା ଜଣଙ୍କ ନିଖୋଜ ହୋଇଯିବା ପରେ ପରିବାର ଲୋକ ଥାନାରେ ମାମଲା ରୁଜୁ କରିଥିଲେ ।
ମାଧବ ହିକ୍କା ନାମକ ଯୁବକ ତାକୁ ଅପହରଣ କରି ନେଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ । ଲକ୍ଷ୍ମୀପୁର ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।