ଲଭ୍‌ ଜିହାଦ ମାମଲାରେ ନିକିତାଙ୍କ ହତ୍ୟା- ହତ୍ୟାକାରୀ ତସିଫ୍‌ ବିଧାୟକଙ୍କ ସମ୍ପର୍କୀୟ ଭାଇ

ଫରିଦାବାଦ- ହରିୟାନାର ଫରିଦାବାଦ ବଲ୍ଲଭଗଡରରେ ନିକିତା ନାମକ ଛାତ୍ରୀଙ୍କୁ ତସିଫ୍‌ ନାମକ ଯୁବକ ହତ୍ୟା କରିଛି । ହତ୍ୟାକାରୀ ତସିଫ୍‌ କଂଗ୍ରେସ ବିଧାୟକ ଅଫତାବ ଅଲାମଙ୍କ ଦାଦାଙ୍କ ପୁଅ । ଆଗରୁ ତସିଫ ନାମରେ ମାମଲା ରୁଜୁ କରାଯାଇଥିଲା । ତସିଫ୍‌ ପୂର୍ବରୁ ନିକିତାଙ୍କୁ ହଇରାଣ କରିବା ସହ ଧର୍ମ ପରିବର୍ତ୍ତନ କରି ତାକୁ ବିବାହ କରିବା ପାଇଁ ଚାପ ପକାଉଥିଲା। ନିକିତା ଭଲ ଛାତ୍ରୀ ଥିଲେ । ଲଗାତାର ତିନି ବର୍ଷ ପାଇଁ ଟପ୍ପର ରହିବା ସହ ସେନାରେ ଯୋଗ ଦେବା ପାଇଁ ଚାହୁଁଥିଲେ । ପରୀକ୍ଷା ଦେଇ ଘରକୁ ଫେରିବା ପାଇଁ ସେ ନିଜ ଭାଇଙ୍କୁ ଅପେକ୍ଷା କରିଥିଲେ । ଏତିକି ବେଳେ ତସିଫ୍‌ ଏବଂ ତାର ଜଣେ ସାଙ୍ଗ ଏକ ଧଳା ରଙ୍ଗର କାର୍‌ରେ ଆସି ନିକିତାଙ୍କୁ ଅପହରଣ କରିବା ପାଇଁ ଚେଷ୍ଟା କରିଥିଲା। ପରେ ସେ ଏଥିରେ ସଫଳ ନ ହେବାରୁ ସେ ତାକୁ ଗୁଳି କରିଥିଲା । ଗୁରୁତର ଅବସ୍ଥାରେ ନିକିତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।

Also read- ଦିଲୀପ ରାୟଙ୍କୁ ଆଶ୍ବସ୍ତି: କୋଇଲା ଦୁର୍ନୀତି ମାମଲାରେ ସିବିଆଇ ଦେଇଥିବା ଦଣ୍ଡାଦେଶକୁ ରଦ୍ଦ କଲେ ଦିଲ୍ଲୀ ହାଇକୋର୍ଟ

ପୁଲିସ ହତ୍ୟାକାରୀ ତାସିଫ୍‌କୁ ଗିରଫ କରିଛି । ଏହି ହତ୍ୟାର ଭିଜୁଆଲ୍‌ ସିସିଟିଭିରେ କଏଦ ହୋଇଛି । ସେ ନିକିତାଙ୍କ ମୁଣ୍ଡକୁ ଅତି ପାଖରୁ ଗୁଳି କରି ହତ୍ୟା କରିଛି । ତସିଫ୍‌ର ଦାଦା କବୀର ଅହମ୍ମଦ ମଧ୍ ବିଧାୟକ ଥିଲେ । ହତ୍ୟାକାରୀର ପିତା ମଧ୍ୟ ହରିୟାନା ସରକାରର ପୂର୍ବତନ ମନ୍ତ୍ରୀ ।

READ-ଧନୀ କ’ଣ ସତରେ ଚିନ୍ତା କରନ୍ତି ଗରିବଙ୍କ ଉନ୍ନତି? ଏକ ରୋଚକ ସ୍ଥିତି- ୮୦ କୋଟିପତି ଗରିବଙ୍କ ଅଧିକାର ନେଇ କରୁଛନ୍ତି ଚିତ୍କାର…

ଏହି ଘଟଣାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରାଯାଇଛି । ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଚଢଉ ଜାରି ରଖିଛି । ୨୦୧୮ ମସିହାରେ ତସିଫ ନିକିତାଙ୍କୁ ଅପହରଣ କରି ତାଙ୍କର ଧର୍ମ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିଥିଲା ।

ଅପରାଧୀକୁ ସଜ୍ଜା ମିଳିବ ବୋଲି ହରିୟାନା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଛନ୍ତି । ଅପରାଧୀ କିଏ ବି ହେଉ ତାକୁ ଛଡା ଯିବନି ବୋଲି କହିଛନ୍ତି । ପୁଲିସ ଅପରାଧୀକୁ ଗିରଫ କରିଛି ତା ଉପରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ।