PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଜଭବନରେ କରିବେ ରାତ୍ରିଯାପନ
  • ||
  • ଫ୍ରାନ୍ସ: ଫାଇଟର ଜେଟ୍ ରାଫେଲ ତିଆରି କରୁଥିବା କମ୍ପାନୀର ମାଲିକ ଓଲିଭର ଡାସଲ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ
  • ||
  • ଭବାନୀପାଟଣା: ଏକ ତରଫା ପ୍ରେମରୁ ହତ୍ୟା, ଯୁବତୀଙ୍କୁ ଛୁରି ଭୁସି ଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମାଆ ମୃତ
  • ||
  • ପାରାଦୀପ : ଅଠରବାଙ୍କୀ ରେଳବାଇ କଲୋନୀ ପଛପଟ ଟ୍ରେନ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଆତ୍ମହତ୍ୟା ସନ୍ଦେହ
  • ||
  • ନୀଳଗିରି : ନୀଳଗିରି ବ୍ଲକ ଅଧିନ ମଛୁଆ ଗ୍ରାମର ଉମାକାନ୍ତ ସିଂ ଓ ଲକ୍ଷ୍ମୀ ସିଂଙ୍କ ଝିଅ ସୌଭାଗ୍ୟବତୀଙ୍କ ମୁଣ୍ଡ ଅସ୍ଵାଭାବିକ ଭାବରେ ବୃଦ୍ଧି ପାଉଛି, ଚିକିତ୍ସା ପାଇଁ ପରିବାର ନିକଟରେ ନାହିଁ ସମ୍ବଳ, ଝିଅ ପାଇଁ ହାତୁଡି ଧରି ପଥର ସହ ସଙ୍ଘର୍ଷ କରୁଛି ମାଆ
  • ||
  • ସୋର : ସୋର ଅଞ୍ଚଳରେ ୨ଟି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ, ୩ ଗୁରୁତର, ୭ ଏକର ଜମିର ଧାନ ଜଳିଗଲା ୧୦ ବଖରା ପୋଡି ପାଉଁଶ
  • ||
  • ବାଲେଶ୍ବର: ଖଇରା ଓ ନୀଳଗିରି ଅଞ୍ଚଳରେ ଅଚାନକ ଚଢ଼ାଉ କଲେ ନୀଳଗିରି ଏସଡିପିଓ, ୩ ବେଆଇନ ପଥର ବୋଝେଇ ଡ଼ମ୍ଫର ଜବତ,୪ ଅଟକ
  • ||

ଗାଁ ଭିତରକୁ ପଶିଲା ଭାଲୁ, ଅଞ୍ଚଳବାସୀ ଆତଙ୍କିତ

ନୀଳଗିରି,୨୩/୨: ନୀଳଗିରିର ବିଭିନ୍ନ ଅଞ୍ଚଳରେ ଏବେ ଭାଲୁ ଆତଙ୍କ ଦେଖାଦେଇଛି।ସ୍ଵର୍ଣଚୁଡ଼ ସଂରକ୍ଷିତ ଜଙ୍ଗଲରୁ ବିଭିନ୍ନ ଅଂଚଳକୁ ରାତ୍ରରେ ଭାଲୁ ଖାଦ୍ୟ ଅନ୍ୱେଷଣ ପାଇଁ ଯାଇଥାନ୍ତି। ସକାଳ ହେଲେ ଭାଲୁ ଜଙ୍ଗଲକୁ ଫେରିନପାରି ଉପଦ୍ରଵ କରିଥାନ୍ତି। ଯିଏ ଆଗରେ ପଡେ ଆକ୍ରମଣ କରି ରକ୍ତାକ୍ତ କରି ପକାନ୍ତି। ଆଜି ଏକ ଭାଲୁ ପେପରମିଲ ନିକଟରେ ବ୍ୟାପକ ଉପଦ୍ରଵ କରିଛି।ବାଟବଣା ହୋଇ ଭାଲୁଟି ଜଣେ ବ୍ୟକ୍ତିଙ୍କ ଚାଳିଆ ଘରେ ଗଳି ରହିଥିଲା।

ନୀଳଗିରି ବନ ବିଭାଗ ଘଟଣା ସ୍ଥଳକୁ ଯାଇ ଭାଲୁଟିର ଗତିବିଧି ଉପରେ ନଜର ରଖିଥିଲା। ଭାଲୁଟି ସନ୍ଧ୍ୟା ପରେ ସେଠାରୁ ଅନ୍ୟତ୍ର ପଳାଇଯାଇଥିଲା। ସେହିପରି ଆଜି ରାତ୍ର ସାଢ଼େ ୮ ଟା ସମୟରେ ପଣ୍ଡା ଅଫିସ ଛକ ନିକଟ ରେ ନୀଳଗିରି ମିତ୍ରପୁର ରାସ୍ତା ପାର ହୋଇ ଏକ ବିରାଟକାୟ ଭାଲୁଟି ପାଖରେ ଥିବା ବସ୍ତିକୁ ପଶିଥିଲା। କାଳେ ଭାଲୁ କାହା ପାରିବାରକୁ ଆକ୍ରମଣ କରିବ ଏଥିପାଇଁ ଗ୍ରାମବାସୀ ମାନେ ହାତରେ ଠେଙ୍ଗାଧରି ଭାଲୁଟିକୁ ଖୋଜିଥିଲେ। ହେଲେ ଅନ୍ଧାରର ସୁଯୋଗରେ ଭାଲୁଟି କେଉଁ ବୁଦାମୂଳରେ ଲୁଚିରହିଥିଲା। ଏନେଇ ଗାଁରେ ଆତଙ୍କ ଖେଳି ଯାଇଥିବା ଜଣାପଡ଼ିଛି।