ନୀଳଗିରି ମହିଳା ଆଇଆଇସିଙ୍କୁ କରୋନା

ନୀଳଗିରି,୨୨/୦୮: ନୀଳଗିରି ଥାନା ଆଇଆଇସି ମିନତୀ ବିଶ୍ୱାଳ କରୋନାରେ ଆକ୍ରାନ୍ତ । କିଛି ଦିନ ଧରି ସେ ଅସୁସ୍ଥ ଅନୁଭବ କରିବା ପରେ ସ୍ୱାବ୍‌ ପରୀକ୍ଷା କରିଥିଲେ । ତାଙ୍କ ରିପୋର୍ଟ ପଜିଟିଭି ଆସିଥିବା ଆସିଥିବା ସେ ନିଜେ ସୂଚନା ଦେଇଛନ୍ତି । ସେ ଏବେ ହୋମ ଆଇସୋଲେସନରେ । ଆଇଆଇସିଙ୍କ କରୋନା ପରେ ନୀଳଗିରି ଥାନାରେ ଛନକା ପଶିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନେ ମଧ୍ୟ ସଙ୍ଗରୋଧରେ ରହିଥିବା ଜଣାପଡ଼ିଛି ।