ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ନୀଳମାଧବ ଆଦିବାସୀ ସଂଘ ମହିଳା ମୋର୍ଚ୍ଚାର ଆନ୍ଦୋଳନ: ‘ସଅର’ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ଦିଅ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ‘ସଅର’ ସମ୍ପ୍ରଦାୟ ଲୋକଙ୍କୁ ଆଦିବାସୀ ମାନ୍ୟତା ଦାବି କରି ନୀଳମାଧବ ଆଦିବାସୀ ସଂଘର ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ଆଇନ ଅମାନ୍ୟ ଆନ୍ଦୋଳନ କରାଯାଇଛି । ଶତାଧିକ ମହିଳା କର୍ମୀ ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ସରକାର ବିରୋଧୀ ନାରା ଦେଇ ନବୀନ ନିବାସ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ । ଅଧାବାଟରେ ସୁରକ୍ଷା କର୍ମୀ ଅଟକାଇବାରୁ ସେମାନେ ୧୪୪ ଧାରା ଲାଗିଥିବା ଲୋୟର ପିଏମଜିରେ ଧାରଣାରେ ବସି ଥିଲେ । ପରେ ମୋର୍ଚ୍ଚାର ଏକ ପ୍ରତିନିଧି ମଣ୍ଡଳୀ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଅଧିକାରୀମାନେ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ନୀଳମାଧବ ଆଦିବାସୀ ସଂଘର ମହିଳା ମୋର୍ଚ୍ଚା ସଭାନେତ୍ରୀ କୁନିଲତା ଦେହୁରୀ କହିଛନ୍ତି ।
‘ସଅର’ଶବ୍ଦର ଠିକ୍‌ ଇଂରାଜୀ (ଶବ୍ଦ)ଉଚ୍ଚାରଣ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିବାଦରେ ଲାଗିଛନ୍ତି । ଯାହା ଫଳରେ ୨୦୦୬ ମସିହା ଠାରୁ ‘ସଅର’ ସମ୍ପ୍ରଦାୟର ଲୋକମାନେ କୌଣସି ଜାତିର ମାନ୍ୟତା ଆଜି ପର୍ଯ୍ୟନ୍ତ ପାଇ ପାରିନାହାନ୍ତି । ‘ସଅର’ର ପ୍ରକୃତ ଇଂରାଜୀ ଶବ୍ଦ ଏସଏଓଆରଏ ଥିବା ବେଳେ ରାଜ୍ୟ ସରକାର କେନ୍ଦ୍ର ପାଖକୁ ଏସଏଚଏଆରଏ, ଏସଏଏଆରଏ ଭଳି ବିଭିନ୍ନ ପ୍ରକାରର ସ୍ପେଲିଙ୍ଗ କରି ପଠାଉଛନ୍ତି । ଫଳରେ ରାଜ୍ୟରେ ଥିବା ୧୧ ଲକ୍ଷ ‘ସଅର’ ସମ୍ପ୍ରଦାୟର ଆଦିବାସୀ ପରିବାର ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ବୋଲି ନୀଳମାଧବ ଆଦିବାସୀ ସଂଘର ଉପଦେଷ୍ଟା ପ୍ରଶନ୍ନ ବିଷୋଇ ଅଭିଯୋଗ କରିଛନ୍ତି ।
ଏଥିପାଇଁ ହଜାର ହଜାର ଛାତ୍ରଛାତ୍ରୀ ଜାତିଗତ ପ୍ରମାଣପତ୍ର ନପାଇ ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହେଉଛି । ଇଂରାଜୀ ଶବ୍ଦ ଏସଏଏଆରଏ ଲେଖାଥିବା ଜାତି କେଉଁ ବର୍ଗରେ (ଏସଟି, ଏସି, ଓବିସି, ଏସ୍‌ଇବିସି) ସରକାର ଏପର୍ଯ୍ୟନ୍ତ ଚିହ୍ନଟ କରି ନଥିବା କହିଛନ୍ତି । ଏନେଇ ସଂଘ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ସରକାର ଶୁଣୁ ନାହାନ୍ତି । ତେଣୁ ଆଜି ଆଇନ ଅମାନ୍ୟ ଆନ୍ଦୋଳନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.