PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ନିରଞ୍ଜନଙ୍କ ସତ୍ୟପାଠ: ୪୦ କୋଟିର ମାଲିକ, ଗାଡ଼ି ଖଣ୍ଡେ ନାହିଁ

ଭୁବନେଶ୍ୱର,୨ା୪(ବ୍ୟୁରୋ): ୪୦ କୋଟି ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମାଲିକ । ହେଲେ ନିଜର ଗାଡି ଖଣ୍ଡେ ନାହିଁ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଙ୍ଗଳବାର ଏକ ସତ୍ୟପାଠରେ ଏଭଳି ସୂଚନା ଦେଇଛନ୍ତି । ଘସିପୁର ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରି ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଥିବା ସତ୍ୟପାଠରେ ନିରଞ୍ଜନ ଦର୍ଶାଇଛନ୍ତି, ୨୦୧୭-୧୮ରେ ସେ ୧୩,୦୮,୫୨୯ ଟଙ୍କା ରୋଜଗାର କରିଥିଲେ । ସେଥିମଧ୍ୟରୁ ୬୫,୦୦୦ ଟଙ୍କାର ଆୟ ଆୟକରମୁକ୍ତ ରହିଥିବା ବେଳେ ୧୨,୪୩,୫୨୯ ଟଙ୍କା ଆୟରେ କର ବସିଛି । ୨୦୧୫-୧୬ରେ ନିରଞ୍ଜନ ରୋଜଗାର କରିଥିବା ୪୨,୦୬,୧୯୦ ଟଙ୍କା ତୁଳନାରେ ଏହା ପ୍ରାୟ ୭୦% କମ । ସତ୍ୟପାଠ ମୁତାବକ, ଏବେ ନିରଞ୍ଜନ ମୋଟ୍‌ ସମ୍ପତ୍ତି ମୂଲ୍ୟ ୪୦ କୋଟି ୨୩ ଲକ୍ଷ ଟଙ୍କାରୁ ଅଧିକ । ଏଥିରେ ୮ କୋଟି ୨୮ ଲକ୍ଷ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବା ବେଳେ ୩୧ କୋଟି ୯୫ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ପିସିସି ସଭାପତିଙ୍କ ପାଖରେ ୫,୨୬,୦୦୦ ଟଙ୍କାର ନଗଦ ରହିଛି । ତାଙ୍କର ବିଭିନ୍ନ ବ୍ୟାଙ୍କ ଖାତାରେ ୧ କୋଟି ୩୪ ଲକ୍ଷ ୫ ହଜାର ଟଙ୍କା ଜମା ରହିଛି ।

ସେହିଭଳି ସେ ବଣ୍ଡ୍‌, ସେୟାର ଓ ମ୍ୟୁଚୁଆଲ୍‌ ଫଣ୍ଡ ଆଦିର ସାଢ଼େ ୫ କୋଟି ଟଙ୍କା ନିବେଶ କରିଛନ୍ତି । ଏପରିକି ଜୀବନ ବୀମା ପାଇଁ ୧,୩୩,୧୫,୦୦୦ ଟଙ୍କା ପ୍ରିମିୟମ୍‌ ଦେଇଛନ୍ତି । ସେହିଭଳି ନିରଞ୍ଜନ ୬,୨୨,୦୦୦ ଟଙ୍କା ମୂଲ୍ୟର ସୁନା, ଗହଣା ରଖିଛନ୍ତି । କିନ୍ତୁ ନିରଞ୍ଜନଙ୍କ ପାଖରେ ଗାଡ଼ି ଖଣ୍ଡେ ନାହିଁ । କେନ୍ଦୁଝରରେ ନିରଞ୍ଜନଙ୍କ ନାମରେ ୩.୪୬ ଏକରର ଏକ ଚାଷଜମି ରହିଛି, ଯାହାର ବଜାର ମୂଲ୍ୟ ପ୍ରାୟ ୪,୭୫,୭୫,୦୦ ଟଙ୍କା ହେବ । ସେହିଭଳି ଭୁବନେଶ୍ୱର, ରାଉରକେଲା, କେନ୍ଦୁଝର, ଯୋଡ଼ା, ବଡ଼ବିଲଠାରେ ତାଙ୍କର ୩୧ କୋଟି ୯୫ ଲକ୍ଷ ଟଙ୍କାର ଆବାସିକ କୋଠା ରହିଥିବା ସତ୍ୟପାଠରେ କୁହାଯାଇଛି । ଅପରପକ୍ଷେ ନିରଞ୍ଜନଙ୍କ ପତ୍ନୀ ପ୍ରଭାତ ନଳିନୀ ପଟ୍ଟନାୟକଙ୍କ ନାମରେ ୧୦ କୋଟିରୁ ଅଧିକ ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଥିବା ବେଳେ ୫ କୋଟିରୁ ଅଧିକ ମୂଲ୍ୟର ସ୍ଥାବର ସମ୍ପତ୍ତି ରହିଛି ।

ସମ୍ବନ୍ଧିତ ଖବର