ମାସ୍କ ଦୁର୍ନୀତି , ମହାମାରୀର ମହାଦୁର୍ନୀତି ବୋଲି କହିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର – ରାଜ୍ୟ ସରକାର  କେନ୍ଦ୍ର ସରକାରଙ୍କ ଟଙ୍କା ତୋଷରପାତ କରିବାରେ ଲାଗିଛନ୍ତି। ସରକାରୀ ପୋର୍ଟାଲରୁ ନ କିଣି ବାହାରୁ କରୋନା ପାଇଁ ସାମଗ୍ରୀ କିଣୁଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅଭିଯୋଗ କରିଛନ୍ତି।   ବିଷ୍ଣୁ ଏଣ୍ଟରପ୍ରାଇଜରୁ  ୧୬  ଟଙ୍କାରେ କିଣିଛନ୍ତି।  ଗରିବ ରୋଗୀ ଲୋକଙ୍କ ପାଇଁ ଯେଉଁ ଅର୍ଥ ଆସୁଛି ତାକୁ ତୋଷରପାତ କରୁଛନ୍ତି ବୋଲି ଏକା ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।  ଯେଉଁ ଅଫିସରମାନେ  ତୋଷରପାତ କରିଛନ୍ତି ସେମାନେ ସରକାର ଜାଣତରେ ହୋଇଛି ବୋଲି କହିଛନ୍ତି ସେ ଅଭିଯୋଗ କରିଛନ୍ତି . ତା ମାନେ ଏହକୁ କ୍ୟାବିନେଟ ଅନୁମତି ଦେଇଛି ବୋଲି ସେ କହିଛନ୍ତି।

 ୫ଲକ୍ଷ ଟଙ୍କାର ମେସିନସକୁ  ୧୦ ଲକ୍ଷ ଟଙ୍କାରେ କିଣା ଯାଇଛି। କୋଭିଡ଼ ଟେଷ୍ଟିଂ ମେସିନ କିଣିବାକୁ ଗୋଟିଏ କମ୍ପାନୀଙ୍କୁ  ୧୨ କୋଟି ଟଙ୍କା ଦେଇଛନ୍ତି । ପିପିଇ ଟେଷ୍ଟ କଲେନି। ବିନା ଟେଷ୍ଟିଂ ବ୍ୟବହାର କରିବାକୁ  ଦିଆଯାଇଥିବା କଥା ସେ କହିଛନ୍ତି।

ଏହି ସାମ୍ବାଦାକି ସମ୍ମିଳନୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କ ନାମରେ ଅଭିଯୋଗ କରିଛନ୍ତି।  ଅଫିସର ମାନେ କହୁଛନ୍ତି ମୁଖ୍ୟମନ୍ତ୍ରୀ ଏ କଥା  ଜାଣିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଦୁର୍ନୀତି ହୋଇନି ବୋଲି। ମନ୍ତ୍ରୀ କହୁଛନ୍ତି ମୁ କିଛି ଜାଣିନି। ଗଣତନ୍ତ୍ରରେ ମନ୍ତ୍ରୀ ଲୋକଙ୍କୁ ସମସ୍ତ ଘଟଣା ପାଇଁ ଉତ୍ତରଦାୟୀ ବୋଲି ସେ କହିଛନ୍ତି।

 ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ। ଏହା ବିରୋଧରେ ଲୋକାୟୁକ୍ତ , ସିବିସି,  କଂଗ୍ରେସ ଦଳ ଦ୍ୱାରସ୍ଥ ହେବା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।   ସମସ୍ତଙ୍କ ସଲସୁତୁରରେ ଏହି ଦୁର୍ନୀତି ହୋଇଛି ବୋଲି ସେ କହିଛନ୍ତି ।

   ସମ୍ବନ୍ଧିତ ଖବର


ଖଣ୍ଡଗିରିରୁ ଯୁବକଙ୍କୁ ଉଠାଇନେଲା NIA, ଅଜ୍ଞାତ ସ୍ଥାନରେ କରୁଛି ପଚରାଉଚରା

ଓକିଲଗୁଡା ପଥର ଖାଦାନ ବିସ୍ଫୋରଣ ଘଟଣା : ତହସିଲଦାର ଲକ୍ଷ୍ମୀ ନାରାୟଣ ସାବତ ସସ୍‌ପେଣ୍ଡ

ନିବେଶକଙ୍କ ପ୍ରଥମ ପସନ୍ଦ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ରାଜ୍ୟରେ କରୋନା ନେଲା ଆଉ ୧୩ ଜୀବନ: ମୃତ୍ୟୁସଂଖ୍ୟା ୧୧୮୧କୁ ବୃଦ୍ଧି

ଚାକିରି ନ ମିଳିବାରୁ ଆତ୍ମହତ୍ୟା ! ଜୀବନ ହାରିଲେ ସିଭିଲ୍‌ ଇଞ୍ଜିନିୟରିଂ ଛାତ୍ର

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଓଡ଼ିଆଙ୍କ ବାଜିମାତ; ଅନୁଷ୍କା, ହିତେଶ ହାତେଇଲେ ୧୩ ପୁରସ୍କାର…