ଲଣ୍ଡନରେ ଗିରଫ ହେଲା ହୀରା ବ୍ୟବସାୟୀ ନିରବ ମୋଦି

ଲଣ୍ଡନ ୨୦।୩: ହୀରା ବ୍ୟବସାୟୀ ତଥା ୧୩ ହଜାର କୋଟି ଟଙ୍କାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଆଜି ଲଣ୍ଡନରେ ଗିରଫ ହୋଇଛି। ତାକୁ ଗିରଫ କରିବା ପାଇଁ ଦୁଇ ଦିନ ତଳେ ଲଣ୍ଡନରେ ଓ୍ବେଷ୍ଟମିଷ୍ଟର କୋର୍ଟ  ଏହି ପରଓ୍ବାନା ଜାରି କରିଥିଲେ। ଭାରତ ସରକାର ନିରବ ମୋଦିକୁ ଭାରତ ଆଣିବାକୁ ସକ୍ଷମ ହେଲେ ତାହା ମୋଦି ସରକାରଙ୍କ ବଡ଼ ସଫଳତା ବୋଲି କୁହାଯିବ।

ଗତ ୯ ତାରିଖରେ ନିରବ ମୋଦି ଙ୍କୁ ଦେଶକୁ ପ୍ରତ୍ୟାର୍ପିତ କରିବା ପାଇଁ ଭାରତ କରିଥିବା ଅନୁରୋଧକୁ ଗ୍ରହଣ କରିଥିଲେ ବ୍ରିଟେନ। ବ୍ରିଟିଶ ଗୃହ ସଚିବ ସଜିଦ ଜାଭିଦ ଏହି ଅନୁରୋଧକୁ ଗ୍ରହଣ କରି ୧୩,୪୦୦ କୋଟି ଟଙ୍କାର ପଞ୍ଜାବ ନେସନାଲ ବ୍ୟାଙ୍କ୍ ଠକେଇ ଅଭିଯୁକ୍ତ ନିରବଙ୍କୁ ଭାରତକୁ ପ୍ରତ୍ୟାର୍ପିତ କରିବାକୁ ଇଂଲଣ୍ଡ ସହଯୋଗ କରିବ ବୋଲି ଜଣାଇଥିଲେ। ଭାରତ–ଇଂଲଣ୍ଡ ଚୁକ୍ତି ଅନୁସାରେ ନୀରବ ପ୍ରତ୍ୟାର୍ପଣ ପ୍ରକ୍ରିୟା ପାଇଁ ଇଂଲଣ୍ଡର ଓ୍ବେଷ୍ଟିନିଷ୍ଟର ମାଜିଷ୍ଟେ୍ରଟ କୋର୍ଟଙ୍କ ଅନୁମତି ଜରୁରୀ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now