ବିଳାସରୁ ବିଷାଦ: ଜେଲରେ ଏମିତି ପୀଡା ଭୋଗୁଛନ୍ତି ନିରବ

ପଞ୍ଜାବ ନ୍ୟାସ୍‌ନାଲ ବ୍ୟାଙ୍କ(ପିଏନ୍‌ବି) ଘୋଟାଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ବିଶେଷ କରି ନିଜର ବିଳାସ ଜୀବନ ପାଇଁ ଚର୍ଚ୍ଚିତ । ନିଜର ସୌଖୀନ ସାମଗ୍ରୀକୁ ନେଇ ସେ ବେଶ୍‌ ଜଣାଶୁଣା । ଭାରତରେ ଏହି ହୀରା ବ୍ୟବସାୟୀର କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହେଉଥିବାବେଳେ ବି ସେ ଲଣ୍ଡନ୍‌ରେ ଅଏସ୍‌ କରୁଥିଲେ । ଇଂଲଣ୍ଡର ଏକ ଗଳିରେ ବହୁମୂଲ୍ୟ ଅଷ୍ଟ୍ରିଚ୍‌ କମ୍ପାନିର ଜ୍ୟାକେଟ୍‌ ପିନ୍ଧି ବୁଲୁଥିଲେ ନିରବ ମୋଦି । କାହାକୁ ବିଶ୍ୱାସ ନ ଥିଲା ଯେ ଏକ୍‌ଦମ୍‌ ଐଶ୍ୱର୍ଯ୍ୟରେ ରହିଥିବା ଏହି ବ୍ୟକ୍ତିଜଣଙ୍କୁ ଜେଲ୍‌ରେ ରହିବାକୁ ପଡ଼ିବ । ସେ ପୁଣି ଏଭଳି ଜେଲ୍‌ ଯେଉଁଠି ନା ଭଲ ଶୌଚାଳୟ ଅଛି ନା ରହିବା ପାଇଁ ଅନୁକୂଳ ଜାଗା । ଲଣ୍ଡନ୍‌ କୋର୍ଟ ନିରବଙ୍କୁ ୨୯ ତାରିଖ ଯାଏ ହାଜତକୁ ପଠାଇ ଦେଇଥିବାବେଳେ କାରାଗାରରେ ତାଙ୍କ ଅବସ୍ଥା ଏବେ ଶୋଚନୀୟ । ତେବେ କିପରି ଏହି ଜେଲ, ଯେଉଁଠି ନିରବ ମୋଦି ରହୁଛନ୍ତି…

ବ୍ରିଟେନର ସବୁଠୁ ଖରାପ ଜେଲ
ୱାଣ୍ଡ୍‌ସୱର୍ଥ ଜେଲ୍‌ର କ୍ଷମତା ଯେତିକି ତା’ଠାରୁ ଢ଼େର ଅଧିକ କଏଦୀ ଏଠାରେ ରହୁଛନ୍ତି । ଇଂଲଣ୍ଡ୍‌ର ଏହା ସବୁଠାରୁ ଅଧିକ କଏଦୀବିଶିଷ୍ଟ ଜେଲ । ଏଠାରେ ମୋଟ ୧୬୨୮ ଜଣ କଏଦୀ ରହିପାରିବେ କିନ୍ତୁ ଏହାଠାରୁ ଢ଼େର ଅଧିକ ଏଠାରେ ରହୁଛନ୍ତି । ଏହା ବ୍ରିଟେନର ସବୁଠୁ ଖରାପ ଜେଲ୍‌ ଭାବେ ଜଣା ।

୧୩୦ ବର୍ଷ ପୁରୁଣା ଜେଲ୍‌
ନୀରବ ମୋଦିଙ୍କୁ ରଖାଯାଇଥବିା ଜେଲ୍‌ ୧୮୫୧ ମସିହାରେ ନିର୍ମାଣ ହୋଇଥିଲା । ଏହା ପରେ ମାତ୍ର ଥରୁଟେ ୧୯୮୯ରେ ଏହାର ନବୀକରଣ କରାଯାଇଥିଲା । ଏହା ସତ୍ତେ୍ୱ ଏହାକୁ ସେତେଟା ଆଧୁନିକ କରାଯାଇପାରିନାହିଁ । ଗୋଟିଏ ଶୌଚାଳୟକୁ ଏଠାରେ ବୃହତ୍‌ ସଂଖ୍ୟାରେ କଏଦୀ ବ୍ୟବହାର କରନ୍ତି । ଡକ୍ରା ଭଳିଆ କୋଠରୀରେ ଦୁଇ ଜଣ ଲେଖାଏଁ ରୁହନ୍ତି । ଏଭଳି କ୍ଷେତ୍ରରେ ଜେଲ୍‌ପୀଡା ଭୋଗୁଛନ୍ତି ନିରବ ।

ଦାଉଦ୍‌ ଇବ୍ରାହିମ୍‌ର ସହଯୋଗୀଙ୍କ ସହ ନିରବ
ଜେଲରେ ଦାଉଦ ଇବ୍ରାହିମର୍‌ ସହଯୋଗୀ ସହ ନୀରବ ମୋଦି ରହୁଛନ୍ତି । ଉକ୍ତ ବ୍ୟକ୍ତିଙ୍କ ନାଁ ହେଉଛି ଜୀବର ମୋତି । ୮୦ ଲକ୍ଷ ୟୁରୋ ଖର୍ଚ୍ଚରେ ନିର୍ମିତ ଏକ ଆଲିସାନ ବଙ୍ଗଳାରେ ରହୁଥିବା ନିରବ ମୋଦିଙ୍କ ପାଇଁ ଜେଲ ଏକ ଖରାପ ସ୍ୱପ୍ନଠୁ କମ ନୁହେଁ ।

ଘାତକ ଅପରାଧୀଙ୍କ ଆଡ୍ଡା
ଡ୍ରଗ୍‌ ମାଫିଆ ଏବଂ ମାନସିକ ବିକାରଗ୍ରସ୍ତ ଅପରାଧୀଙ୍କ ମଧ୍ୟରେ ରହିବା ନିଶ୍ଚିତ ଭାବେ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ।

ଅନ୍ଧାର କୋଠରୀରେ ବନ୍ଦ
ଯେଉଁ ପ୍ରକୋଷ୍ଠରେ ନିରବଙ୍କୁ ରଖାଯାଇଛି ସେଠାରେ ବିଦ୍ୟୁତ୍‌ ନାହିଁ । ଏଭଳି କ୍ଷେତ୍ରରେ ଭାରତର ଏହି ଅତି ଧନୀ ଏବେ ବିନା ଆଲୁଅରେ ରହୁଛି ।

ପ୍ଲାଷ୍ଟିକ୍‌ ସର୍ଜରୀ କରିବାକୁ ଚାହୁଁଥିଲେ ନିରବ
ରିପୋର୍ଟ ଅନୁସାରେ କିଛି ଦିନ ହେବ ନିରବ ମୋଦି ପ୍ଲାଷ୍ଟିକ୍‌ ସର୍ଜରୀ ଆଳରେ ଥିଲେ । ଗିରଫଦାରୀରୁ ବଞ୍ଚିବା ପାଇଁ ସେ ଏଭଳି ଯୋଜନା କରୁଥିଲେ ।

   ସମ୍ବନ୍ଧିତ ଖବର


ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ

ଦେଖନ୍ତୁ- ନୁସରତ୍‌ ଜାହାନ୍‌ ନୃତ୍ୟ କରିବା ସହ ଢାକ ବଜାଇବାର ଦୃଶ୍ୟ ଭାଇରାଲ୍‌