PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣା: କାଠ ବୋଝେଇ ଟ୍ରକକୁ ଧକ୍କା ଦେବାପରେ ଡିଜେଲ ଟ୍ୟାଙ୍କରରେ ଲାଗିଲା ନିଆଁ, ୯ ଜଣ ଜୀବନ୍ତ ଦଗ୍ଧ
  • ||
  • ସରେଣ୍ଡର୍ କଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ, ୩୪ ବର୍ଷ ପୂର୍ବ ରୋଡ୍‌ ରେଜ୍‌ ମାମଲାରେ ହୋଇଛି ବର୍ଷେ ସଶ୍ରମ କାରାଦଣ୍ଡ
  • ||
  • ଭୁବନେଶ୍ଵର : ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ, ସ୍ଥିତି ସମୀକ୍ଷା କଲେ ବିଏମ୍ସି ମେୟର ସୁଲୋଚନା ଦାସ
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ଜଗନ୍ନାଥ ନଗରରେ ବୋମା ମାଡ଼
  • ||
  • ନୂଆଦିଲ୍ଲୀ : ୨୭ ମାସ ପରେ ଜେଲ୍‌ରୁ ମୁକୁଳିଲେ ଆଜମ ଖାନ, ସ୍ଵାଗତ କଲେ ଶିବପାଳ ଯାଦବ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୦ ପଜିଟିଭ୍ ଚିହ୍ନଟ
  • ||
  • ସିବିଆଇ ପଞ୍ଝାରେ ପୁଣି ଲାଲୁ ପ୍ରସାଦ : ରେଲୱେ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ, ୧୭ଟି ଠିକଣାରେ ଚାଲିଛି ରେଡ୍
  • ||

ଜାମିନ ପାଇଁ କୁକୁର ବାହାନା

source:bfsi.eletsonline.com

ଲଣ୍ଡନ,୩୦ା୩(ଏଜେନ୍ସି):ପିଏନ୍‌ବି ଘୋଟାଲାର ମହାନାୟକ ନିରବ ମୋଦିଙ୍କ ଜାମିନ ଆବେଦନକୁ ୱେଷ୍ଟ୍‌ମିନିଷ୍ଟର କୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି । କିନ୍ତୁ ଜେଲ୍‌ରୁ ଖସିବା ପାଇଁ ସବୁ ପ୍ରକାର ଉଦ୍ୟମ କରିଥିଲେ ନିରବଙ୍କ ଓକିଲ । ପୋଷା କୁକୁରର ବାହାନା ଦେବା ପାଇଁ ମଧ୍ୟ ପଛାଇ ନ ଥିଲେ ନିରବ । ପୋଷା କୁକୁରର ଦେଖାରେଖା ପାଇଁ ତାଙ୍କୁ ଜାମିନ ଆବଶ୍ୟକ ବୋଲି ସେ ଆବେଦନ କରିଥିଲେ । ସାଧାରଣତଃ ବ୍ରିଟେନ୍‌ରେ ପୋଷା ଜନ୍ତୁମାନଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇଥାଏ । ଏହାର ଫାଇଦା ଉଠାଇ ଜେଲ୍‌ରୁ ମୁକୁଳିବା ଆଳରେ ଥିଲେ ନିରବ ।

ବାପା ମା’ ପରିପକ୍ୱ ବୟସରେ ଥିବାରୁ ସେ ଏକ କୁକୁର ଘରେ ରଖିଛନ୍ତି, ଯାହାର ଯତ୍ନ ନେବା ପାଇଁ କେହି ନାହାନ୍ତି । ତେଣୁ ନିରବଙ୍କୁ ଛଡାଯାଉ ବୋଲି ତାଙ୍କ ଓକିଲ କୋର୍ଟରେ ଅନୁରୋଧ କରିଥିଲେ । ବ୍ରିଟେନ୍‌ ସହ ନିରବଙ୍କ ନିବିଡ଼ ସମ୍ପର୍କ ଥିବା ତାଙ୍କ ଓକିଲ ଦର୍ଶାଇଥିଲେ । ବ୍ରିଟେନ୍‌ରୁ ସେ ଫେରାର୍‌ ହୋଇଯିବେ ବୋଲି ଯେଉଁ ଆଶଙ୍କା କରାଯାଉଛି ତାହା ଭିତ୍ତିହୀନ । ସେ ଅନ୍ୟ କେଉଁ ରାଷ୍ଟ୍ରକୁ ଯାଇନାହାନ୍ତି କିମ୍ବା ଆଉ କାହାର ନାଗରିକତ୍ୱ ପାଇଁ ଆବେଦନ କରିନାହାନ୍ତି । ସେ କେବଳ ବ୍ରିଟେନ୍‌ରେ ହିଁ ରହିପାରିବେ ବୋଲି ତାଙ୍କ ଓକିଲ ଯୁକ୍ତି ବାଢ଼ିଥିଲେ । ଏହା ମାଧ୍ୟମରେ ସେ ମ୍ୟାଜିଷ୍ଟ୍ରେଟ୍‌ ଇମ୍ମା ଆର୍ବୁଥ୍‌ନଟ୍‌ଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଚାହିଁଥିଲେ । କିନ୍ତୁ ଶତ ଉଦ୍ୟମ ବିଫଳ ହୋଇଛି । ଭାରତ ସରକାରଙ୍କ ପକ୍ଷରୁ ପ୍ରକାଶ କରାଯାଇଥିବା ଆଶଙ୍କାକୁ ଭିତ୍ତି କରି କୋର୍ଟ ନିରବଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ପୁଣି ଥରେ ସେ ଦକ୍ଷିଣ ପଶ୍ଚିମ ଲଣ୍ଡନର ଏଚ୍‌ଏମ୍‌ପି ୱାଣ୍ଡ୍‌ସୱର୍ଥ ଜେଲ୍‌କୁ ଫେରିଛନ୍ତି । ପରବର୍ତ୍ତୀ ଶୁଣାଣି ଏପ୍ରିଲ ୨୬ରେ ହେବ । ଏହି ଶୁଣାଣିବେଳେ ନିରବଙ୍କୁ ଭିଡିଓ କନ୍‌ଫରେନ୍ସରେ କୋର୍ଟରେ ହାଜର କରାଯିବ ।

୪ଟି ଅଧାରରେ ନିରବଙ୍କ ଜାମିନ ଆବେଦନ ଖାରଜ କରାଯାଇଛି । ଜାମିନ ମିଳିଲେ ନିରବ ନିଶ୍ଚିତ ଲଣ୍ଡନରୁ ଫେରାର ହୋଇଯିବେ ଏବଂ ଆଉ ଧରାଛୁଆଁ ଦେବେନି । ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ସହ ପ୍ରମାଣଗୁଡିକୁ ନଷ୍ଟ କରିବା ପାଇଁ ସେ ଚେଷ୍ଟା କରିବେ ବୋଲି ଭାରତ ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଟୋବି କ୍ୟାଡ୍‌ମ୍ୟାନ୍‌ କହିଥିଲେ । ମାମଲାର ତଦନ୍ତରେ ନିିରବ ଆଦୌ ସହଯୋଗ କରୁ ନ ଥିବା ସେ କହିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ନିରବ ଏବେ ଉପରିସ୍ଥ ନ୍ୟାୟାଳୟରେ ଆବେଦନ କରିପାରନ୍ତି ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର