ବିଦେଶରେ ଅୟସ କରୁଛନ୍ତି ହୀରା ବେପାରୀ ନିରବ ମୋଦି, ରହୁଛନ୍ତି ଏହିଭଳି ସୈାଖିନ ଆପାର୍ଟମେଣ୍ଟରେ

ଲଣ୍ଡନ୍,୯।୩: ହୀରା ବେପାରୀ ନିରବ ମୋଦି ଲଣ୍ଡନ୍ର ୱେଷ୍ଟ୍ଏଣ୍ଡ୍ ଠାରେ ମୁକ୍ତ ଭାବରେ ଅୟସ କରିବା ସହ ନୂଆ କରି ହୀରା ବ୍ୟବସାୟ ଆରମ୍ଭ କରିଛନ୍ତି। ଶନିବାର ପ୍ରତ୍ୟୁଷରେ ପଳାତକ ବୋଲି କୁହାଯାଉଥିବା ନିରବ ମୋଦିଙ୍କର ଏକ ଭିଡିଓ ଏବଂ ସାକ୍ଷାତ୍କାର ଦି ୟୁକେ ଡେଲି ଟେଲିଗ୍ରାଫ୍ ପ୍ରକାଶ କରିଛି।

ଭିଡିଓରୁ ଜଣାପଡ଼ିଛି ଯେ ୪୮ ବର୍ଷିୟ ପଳାତକ ଅକ୍ସ୍ଫୋର୍ଡ ଷ୍ଟ୍ରିଟ୍ ନିକଟରେ ଏକ ବିଳାସମୟ ଫ୍ଲାଟ୍ରେ ରହୁଛନ୍ତି ଏବଂ ସୋହୋ ଠାରେ ଏକ ନୂତନ ହୀରା ବ୍ୟବସାୟ ଆରମ୍ଭ କରିଛନ୍ତି।
ଏଥିରେ ଦେଖାଯାଉଛି ସେ ଟିକିଏ ମୋଟା ହୋଇ ଯାଇଛନ୍ତି ଏବଂ ମୋଡ଼ା ନିଶ ରଖିଛନ୍ତି। ଇଣ୍ଟର୍ ପୋଲ୍ ରେଡ୍ କର୍ଣ୍ଣର ନୋଟିସ ଜାରି କରାଯାଇଥିବା ଏବଂ ପ୍ରତ୍ୟପର୍ଣ ପାଇଁ ଅନୁରୋଧ କରାଯାଇଥିବା ନିରବ ମୋଦି ସମ୍ଭବତଃ ପ୍ରତ୍ୟପର୍ଣ ଏଡ଼ାଇବା ଲାଗି ପ୍ଲାଷ୍ଟିକ୍ ସର୍ଜରି କରାଛନ୍ତି।
ଟୋଟେନ୍ହାମ୍ କୋର୍ଟ ରୋଡ୍ ଠାରୁ ଦୂରସ୍ଥ ଏକ ବିଳାସମୟ ନଭଶ୍ଚୁମ୍ଭୀ ଅଟ୍ଟାଳିକା ସେଣ୍ଟର୍ ପଏଣ୍ଟ୍ର ଗୋଟିଏ ମହଲାର ପ୍ରାୟ ଅଧା ଜାଗାବିଶିଷ୍ଟ ଗୋଟିଏ ତିନି ବେଡ୍ରୁମ୍ ଆପାର୍ଟମେଣ୍ଟ୍ରେ ସେ ରହୁଛନ୍ତି। ଏହି ଆପାର୍ଟମେଣ୍ଟ୍ରୁ ମୂଲ୍ୟ ୮ ମିଲିୟନ୍ ପାଉଣ୍ଡ୍ ଏବଂ ମାସିକ ଭଡ଼ା ୧୭, ୦୦୦ ପାଉଣ୍ଡ୍। ଏହି ଆପାର୍ଟମେଣ୍ଟ୍ ଠାରୁ ଅଳ୍ପ ଦୂରରେ ସେ ଗୋଟାଏ ହୀରା ବ୍ୟବସାୟ ପ୍ରତିଷ୍ଠାନ ଆରମ୍ଭ କରିଛନ୍ତି।