ଏବେ ଏହି ଜ୍ୟାକେଟକୁ ନେଇ ଚର୍ଚ୍ଚାରେ ନୀରବ ମୋଦି, ଜାଣନ୍ତୁ ଏହାର ମୂଲ୍ୟ ଓ କେଉଁଥିରେ ତିଆରି ହୋଇଛି?

ନୂଆଦିଲ୍ଲୀ,୧୦।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିଙ୍କୁ ନିକଟରେ ଇଂଲଣ୍ଡରେ ଦେଖିବାକୁ ମିଳିଥିଲା। ପୂର୍ବ ଅପେକ୍ଷା ଦେଖିବାକୁ ନୀରବ ସମ୍ପୂର୍ଣ୍ଣ ବଦଳି ଯାଇଛନ୍ତି। ଧଳା ଦାଢି, ନିଶ ରଖିସାରିଥିବା ବେଳେ ଏବେ ସେ ଏବେ ଲଣ୍ଡନରେ ବେଧଡକ ଭାବରେ ବୁଲୁଛନ୍ତି। କିନ୍ତୁ ଏବେ ନୀରବଙ୍କ ବ୍ୟାଙ୍କ ଘୋଟାଲା ଅପେକ୍ଷା ତାଙ୍କର ଜ୍ୟାକେଟକୁ ନେଇ ସୋସିଆଲ ମିଡିଆରେ ଭାରି ଚର୍ଚ୍ଚ ଚାଲିଛି। ଏଥର ନୀରବଙ୍କୁ ପିଙ୍କ ସାର୍ଟ, ବ୍ଲାକ ଲେଦର ଜ୍ୟାକେଟ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ଏହି ଜ୍ୟାକେଟ୍ କିନ୍ତୁ ସାଧରଣ ଜ୍ୟାକେଟ ନୁହେଁ। ତେବେ ଜାଣନ୍ତି କି ନୀରବ ପିନ୍ଧିଥିବା ଏହି କଳାରଙ୍ଗର ଲେଦର ଜ୍ୟାକେଟର ମୂଲ୍ୟ କେତେ? ଏହାର ମୂଲ୍ୟ ୧୦ ହଜାର ପାଉଣ୍ଡ(୯ ଲକ୍ଷ ୧୧ ହଜାର ଟଙ୍କା) ବୋଲି କୁହାଯାଇଛି। ତାଙ୍କର ଏହି ଜ୍ୟାକେଟ ଓଟପକ୍ଷୀର ଚମଡାରୁ ତିଆରି କରାଯାଇଛି।

ଓଟପକ୍ଷୀର ଏହି ଲେଦରରେ ପୂର୍ବରୁ ସେନାର ୟୁନିଫର୍ମ ଓ ଟୋପି ଏଥିରେ ତିଆରି କରାଯାଉଥିଲା। କିନ୍ତୁ ଏହାକୁ ତିଆରି କରିବାର ଦାମୀ ପ୍ରୋସେସ୍ ଓ ମୂଲ୍ୟ କାରଣରୁ ଏହି ଲେଦର ଅନ୍ତଃର୍ଜାତୀୟ ସ୍ତରରେ ନିଜର ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିପାରିଛି। ଧୀରେ ଧୀରେ ଓଟପକ୍ଷୀର ଚମଡାରେ ବହୁ ବିଳାସମୟ ଜିନିଷ ଯେପରିକି ପର୍ସ, ବ୍ୟାଗ୍, ଜ୍ୟାକେଟ ଓ ବୁଟ୍ ଆଦି ତିଆରି କରାଯାଇଛି।
Exclusive: Telegraph journalists tracked down Nirav Modi, the billionaire diamond tycoon who is a suspect for the biggest banking fraud in India’s historyhttps://t.co/PpsjGeFEsy pic.twitter.com/v3dN5NotzQ
— The Telegraph (@Telegraph) March 8, 2019
ଏକ ଇଂରାଜୀ ଖବର କାଗଜ ପକ୍ଷରୁ ଏହି ଭିଡିଓଟି ଜାରି କରାଯାଇଛି। ଯେଉଁଥିରେ ରିପୋର୍ଟର ଜଣକ ନୀରବଙ୍କୁ କିଛି ପ୍ରଶ୍ନ ପଚାରିବାକୁ ଯିବା ବେଳେ ସେ କିନ୍ତୁ ଏହାର ଉତ୍ତର ଦେବାକୁ ଚାହୁଁନାହାଁନ୍ତି। କିଛି ପ୍ରଶ୍ନ ପଚାରିଲେ ‘ନୋ କମେଣ୍ଟ’ କହି ଟାଳି ଦେଉଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ସେ ଏକ ଟାକ୍ସିକୁ ଇଶାରା କରନ୍ତି, କିନ୍ତୁ ଡ୍ରାଇଭର ତାଙ୍କୁ ବସାଇବାକୁ ମନା କରିଦିଅନ୍ତି। ରିପୋର୍ଟର ତାଙ୍କୁ କିଛି ସମୟ ପିଛା କରିଥିଲେ କିନ୍ତୁ ସେ ଆଉ ଏକ ଟାକ୍ସିରେ ବସି ଚାଲିଯାଇଥିଲେ। ଉଲ୍ଳେଖନୀୟ ଯେ ମହାରାଷ୍ଟ୍ରର ପିଏନବି ବ୍ୟାଙ୍କରୁ ୧୪,୦୦୦ ହଜାର କୋଟିଙ୍କାର ଋଣ ନେଇ ନୀରବ ଇଂଲଣ୍ଡରେ ଆତ୍ମଗୋପନ କରିଛନ୍ତି।