PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ନିର୍ଭୟା ମାମଲା: ଦୋଷୀ ଅକ୍ଷୟ ସିଂର ପୁନଃବିଚାର ଆବେଦନର ଶୁଣାଣିରୁ ଓହରିଲେ ସିଜେଆଇ

ନୂଆଦିଲ୍ଲୀ,୧୭।୧୨: ନିର୍ଭୟା ଗଣଦୁଷ୍କର୍ମ  ମାମଲାର ପୁନଃବିଚାର ଆବେଦନର ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି(ସିଜେଆଇ)। ଆଜି ଏହି ମାମଲାର ଗୁରୁତ୍ବପୂର୍ଣ୍ଣ ଶୁଣାଣି ଥିବା ବେଳେ ସିଜେଆଇ ଏସଏ ବୋବଡେ ଏହି ମାମଲାଠାରୁ ନିଜକୁ ଅଲଗା ରଖିଛନ୍ତି। ଏହା ସହିତ  ମାମଲାର ଶୁଣାଣି ଆସନ୍ତା କାଲି ଅର୍ଥାତ ବୁଧବାର ୧୦ଟା ୩୦ ମିନିଟରେ ସୁପ୍ରିମକୋର୍ଟଙ୍କ ନୂତନ ଖଣ୍ଡପୀଠ କରିବେ। ତେବେ ନୂତନ ବେଞ୍ଚରେ ସାମିଲ ହେବେନାହିଁ ସିଜେଆଇ।

ନିର୍ଭୟା ମାମଲାର ୪ ଅଭିଯୁକ୍ତର ଭିତରୁ ଦୋଷୀ ଅକ୍ଷୟ ସିଂହ, ନିଜ ମୃତ୍ୟୁଦଣ୍ଡର ପୁନଃବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ଯଦି ପୁନଃବିଚାର ଆବେଦନକୁ ଖାରଜ କରିଦିଆଯାଏ, ତେବେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଅପରାଧୀ ମାନଙ୍କର ମୃତ୍ୟୁଦଣ୍ଡ ପାଇବାର ପଥ ପରିଷ୍କାର ହୋଇଯିବ ।

ନିଜର ମୃତ୍ୟୁ ଦଣ୍ଡକୁ ନେଇ ଆଶଙ୍କାରେ ଥିବା ଅକ୍ଷୟ ସିଂ ନିକଟରେ ସୁପ୍ରିମକୋର୍ଟରେ ପୁନଃବିଚାର ପାଇଁ ଆବେଦନ କରିଥିଲା। ଅକ୍ଷୟର ଓକିଲ  ଯୁକ୍ତି ଦର୍ଶାଇଥିଲେ ଯେ,  ବଢୁଥିବା ପ୍ରଦୂଷଣ କାରଣରୁ ଆୟୁ କମି ଯାଉଥିବାରୁ ମୃତ୍ୟୁଦଣ୍ଡର ଆବଶ୍ୟକତା ନାହିଁ। ଏହାସହ ଅକ୍ଷୟ ନିଜ ଆବେଦନରେ କହିଛି ଯେ ମୃତ୍ୟୁଦଣ୍ଡ ଅପରାଧୀକୁ ମାରିବ ଅପରାଧକୁ ନୁହେଁ । ଏଣୁ ମୃତ୍ୟୁଦଣ୍ଡର ପୁନଃବିଚାର ସହ ସଂସ୍କାର ଆଣିବା ପାଇଁ ସୁଯୋଗ ଦେବା ପାଇଁ ମୃତ୍ୟୁଦଣ୍ଡକୁ କୋହଳ କରିବାକୁ ଆବେଦନ କରିଛନ୍ତି ଅକ୍ଷୟଙ୍କ ଓକିଲ।

ସମ୍ବନ୍ଧିତ ଖବର