ନିର୍ଭୟା ମାମଲା: ମୁକେଶର ଓକିଲଙ୍କ ସଙ୍ଗୀନ ଅଭିଯୋଗ, ଦୋଷୀଙ୍କୁ ଦିଆଯାଉଥିଲା ଯୌନ ନିର୍ଯାତନା

ନୂଆଦିଲ୍ଲୀ,୨୮।୧: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ଆସନ୍ତା ଫେବୃଆରୀ ୧ ତାରିଖରେ ଫାଶୀ ଦିଆଯିବ। ତେବେ ଏହା ପୂର୍ବରୁ ମାମଲାର ଅନ୍ୟତମ ଦୋଷୀ ମୁକେଶର ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଶେଷ ହୋଇଛି। ଆସନ୍ତା କାଲି ଏହି ମାମଲାରେ ପୁଣିଥରେ ଶୁଣାଣି କରାଯିବ। ରାଷ୍ଟ୍ରପତି ମୁକେଶର ଦୟା ଆବେଦନକୁ ଖାରଜ୍ କରାଯିବାକୁ ନେଇ ଚ୍ୟାଲେଞ୍ଜ କରାଯାଇଥିଲା। ଜଷ୍ଟିସ୍ ଆର ଭାନୁମତି, ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ୍ ଏଏସ୍ ବୋପନ୍ନାଙ୍କ ଖଣ୍ଡପୀଠ ସମ୍ମୁଖରେ ମୁକେଶର ଓକିଲ ତିହାର ଜେଲ ପ୍ରଶାସନ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସେ କହିଛନ୍ତି, ଜେଲ ଭିତରେ ମୁକେଶକୁ ଯୌନ ନିର୍ଯାତନା ଦିଆଯାଇଛି।

ମୁକେଶର ଅଭିଯୋଗ ଅନୁସାରେ, ତିହାର ଜେଲରେ ତା’ର ଯୌନ ଶୋଷଣ କରାଯାଇଛି। ତାକୁ ନିର୍ଭୟା ମାମଲାର ଅନ୍ୟତମ ଦୋଷର ଅକ୍ଷୟ ସହିତ ଶାରିରୀକ ସମ୍ପର୍କ ରଖିବାକୁ କୁହାଯାଉଥିଲା। ତାକୁ ପ୍ରଥମ ଦିନରେ ହିଁ ଜେଲରେ ମାରପିଟ୍ କରାଯାଉଥିଲା ଓ ୫ ବର୍ଷ ହେବ ସେ ଏହି ଭୟରେ ରାତିରେ ଶୋଇପାରେନି। ଯେତେବେଳେ ସେ ଶୋଇବାକୁ ଚେଷ୍ଟା କରେ ତାକୁ ମୃତ୍ୟୁ ଓ ମାଡର ସ୍ବପ୍ନ ଆସେ।

କୋର୍ଟରେ ମୁକେଶର ଓକିଲ ଅଞ୍ଜନା ପ୍ରକାଶ କହିଥିଲେ, ରାଷ୍ଟ୍ରପତିଙ୍କୁ ଯେଉଁ ଦୟା ଆବେଦନ କରାଯାଇଥିଲା, ସେଥିରେ ଜେଲ ସୁପରିଡେଣ୍ଟେଣ୍ଟ ନିଜର ପରାମର୍ଶ ଦୋଇନଥିଲେ। ଯଦି ଜେଲ ଅଧୀକ୍ଷଙ୍କ ପରାମର୍ଶ ଦେବାର ଦରକାର ନଥିଲା, ତେବେ ’କଲମ୍’ କାହିଁକି ଦେଲେ? ଯଦି ’କଲମ’ ରହିଛି ତେବେ ସେଥିରେ ପରାମର୍ଶ ଦେବା ମଧ୍ୟ ଦରକାର। ପାପକୁ ଘୃଣା କରିବା ଦରକାର କିନ୍ତୁ ପାପୀକୁ ନୁହେଁ। ତିହାର ଜେଲ ଅଧୀକ୍ଷକ ଆଇନର ସଠିକ୍ ପାଳନ କରିନାହାନ୍ତି ବୋଲି ମୁକେଶର ଓକିଲ କହିଛନ୍ତି।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା