ମା’-ସ୍ତ୍ରୀ ଏବଂ ଭଣଜା ଦେଖି ଭୋ ଭୋ କାନ୍ଦିଲେ ନିର୍ଭୟା ଦୁଷ୍କର୍ମକାରୀ ଅକ୍ଷୟ, ସ୍ବାମୀଙ୍କୁ କାନ୍ଦିବାର ଦେଖି ସ୍ତ୍ରୀ କଲେ ଏଭଳି କାମ…

ନୂଆଦିଲ୍ଲୀ ୨୮।୧: ନିର୍ଭୟା ୪ ଗଣଦୁଷ୍କର୍ମକାରୀଙ୍କ ମଧ୍ୟରୁ ତିନି ଦୋଷୀ ମୁକେଶ, ପବନ ଏବଂ ବିନୟଙ୍କ ପରିବାର ସଦସ୍ୟ କ୍ରମାଗତ ତାଙ୍କୁ ଭେଟିବା ପାଇଁ ତିହାର ଜେଲ୍ ଆସୁଥିଲେ। କିନ୍ତୁ ବହୁ ଅପେକ୍ଷା ପରେ ଶେଷରେ ଦୋଷୀ ଅକ୍ଷୟଙ୍କ ପରିବାର ଲୋକ ସୋମବାର ଦିନ ଜେଲ୍ ନମ୍ବର-୩ରେ ପହଞ୍ଚିଥିଲେ। ଫାଶୀ ତାରିଖ ଠିକ୍ ହେବା ପୂର୍ବରୁ ହିଁ ନଭେମ୍ବର ମାସରେ ଅକ୍ଷୟଙ୍କ ପତ୍ନୀ ତାଙ୍କୁ ଭେଟିବା ପାଇଁ ଜେଲ୍ ଆସିଥିଲେ। ଏହାପରେ ଅକ୍ଷୟଙ୍କ ପରିବାର ଲୋକଙ୍କ ସହିତ କ୍ରମାଗତ ଫୋନରେ କଥା ହେଉଥିଲେ।

ଅକ୍ଷୟଙ୍କ ପରିବାର ଲୋକ ବିହାରରେ ରୁହନ୍ତି। ଅକ୍ଷୟଙ୍କ ମା, ପତ୍ନୀ ଏବଂ ଭଣଜାକୁ ଅକ୍ଷୟଙ୍କୁ ଭେଟିବା ପାଇଁ ଜେଲରେ ପହଞ୍ଚିଥିଲେ।ସେମାନଙ୍କୁ ଦେଖିବା ପରେ ଅକ୍ଷୟ ନିଜକୁ ଅଟକାଇ ପାରିନଥିଲେ। ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ। ପୁଅର ଅବସ୍ଥା ଦେଖି ମା’ ବି ନିଜେ ନିଜକୁ ସମ୍ଭାଳି ପାରିନଥିଲେ। ଏପଟେ ପତ୍ନୀ ବି ନିଜକୁ ସମ୍ଭାଳି ନ ପାରି ସମସ୍ତଙ୍କୁ କୁଣ୍ଢାଇ ପକାଇଥିଲେ। ଜେଲ୍ ଅଧୀକ୍ଷକ କାର୍ଯ୍ୟାଳୟରେ ପାଖାପାଖି ଅଧା ଘଣ୍ଟା ଦେଖା ଦେଖି ସମୟରେ ପତ୍ନୀ ଏବଂ ମା’ ଚାଲିଥିବା ଆଇନ ପ୍ରକ୍ରିୟା ସମ୍ପର୍କରେ ଅକ୍ଷୟକୁ ପଚରାଉଚରା କରିଥିଲେ।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା