ନିର୍ଭୟା ମାମଲା: ଦୋଷୀ ମୁକେଶ୍ ତିହାର ଜେଲ୍ ପ୍ରଶାସନକୁ ଦେଲା ଦୟା ଯାଚିକା

ନୁଆଦିଲ୍ଲୀ ୧୪/୧: ନିର୍ଭୟା କେସରେ ଏକ ବଡ ଖବର ସାମ୍ନାକୁ ଆସିଛି । ନିର୍ଭୟା କେସ୍ ଦୋଷୀ ମୁକେଶ ତିହାର ଜେଲ୍ ପ୍ରଶାସନକୁ ନିଜ ଦୟା ଯାଚିକା ଦେଇଛି । ଦିଲ୍ଲୀ ହାଇକୋର୍ଟ ଆସନ୍ତାକାଲି ଏନେଇ ଶୁଣାଣି କରିବେ । କହିରଖୁଛୁ ନିର୍ଭୟାର ୨ ଦୋଷୀଙ୍କୁ ସୁପ୍ରିମକୋର୍ଟ ମଙ୍ଗଳବାର ବଡ ଝଟକା ଦେଇ ତାଙ୍କ କ୍ୟୁରେଟିଭ୍ ଯାଚିକା ଖାରଜ କରିଦେଇଛନ୍ତି । ଜଷ୍ଟିସ୍ ଏନଭି ରମନା, ଜଷ୍ଟିସ୍ ଅରୁଣ ମିଶ୍ର, ଜଷ୍ଟିସ୍ ରୋହିଣ୍ଟନ୍ ଫଲି ନରିମନ୍, ଜଷ୍ଟିସ୍ ଆର୍ ଭାନୁମତି ଓ ଜଷ୍ଟିସ୍ ଅଶୋକ ଭୂଷଣଙ୍କ ୫ ନ୍ୟାୟାଧୀଶ ବିଶିଷ୍ଟ ପୀଠ ବିନୟ ଶର୍ମା ଓ ମୁକେଶ ଦ୍ୱାରା ଦାୟର ହୋଥିବା ଯାଚିକାକୁ ଖାରଜ କରିଦେଇଥିଲେ ।

ଏବେ କେସରେ ଦୋଷୀଙ୍କୁ ୨୨ ଜାନୁୟାରୀ ସକାଳ ୭ଟାରେ ଫାଶୀ ଦିଆଯିବା ନିର୍ଦ୍ଧାରିତ ହୋଇଯାଇଛି । ଏହି ମାମଲାରେ ୪ ଦୋଷୀ ଅଛନ୍ତି ଯେଉଁମାନଙ୍କ ମଧ୍ୟରୁ ୨ ଜଣ ଯାଚିକା ଦାୟର କରିଥିଲେ । କ୍ୟୁରେଟିଭ୍ ପିଟିସନ୍ ଉପରେ ଶୁଣାଣି ଜଜଙ୍କ ଚାମ୍ବରରେ ଦ୍ୱିପ୍ରହରେ ହେବ । ଏଥିରେ କୌଣସି ବି ପକ୍ଷର ଓକିଲଙ୍କ ଉପସ୍ଥିତି ହେବା କିମ୍ବା ତର୍କ କରିବା ପାଇଁ ଅନୁମତି ନାହିଁ । ତେବେ ଯାଚିକା ଦାୟର କରିବାରେ ବିଳମ୍ବ ଯୋଗୁଁ ଫାଶୀ ଦଣ୍ଡକୁ କିଛି ଦିନ  ଟାଳିବା ପାଇଁ ଚେଷ୍ଟା କରାଯାଇପାରେ ।

   ସମ୍ବନ୍ଧିତ ଖବର


ଘରକୁ ଫେରିଲେ ପ୍ରେମିକ-ପ୍ରେମିକା : ବାହାଘର ପୂର୍ବରୁ କନ୍ୟାର ମା’ ସହ ବରର ବାପା ହୋଇଥିଲେ ଫେରାର, ଏବେ ଗ୍ରହଣ କରୁନାହାନ୍ତି ସ୍ବାମୀ

୧୩୨କୁ ଟପିଲା କରୋନା ମୃତ୍ୟୁ ସଂଖ୍ୟା:୧୭ ଦେଶକୁ ବ୍ୟାପିଲା ଭାଇରସ, ୬୦୦୦ ଆକ୍ରାନ୍ତ ଚିହ୍ନଟ୍

ନାସିକ: କୂଅରେ ଖସିପଡିଲା ଯାତ୍ରୀବାହୀ ବସ୍, ୨୦ ମୃତ

୩୧ ଜାନୁୟାରୀ ପରେ ବେକାର ହୋଇଯିବ ଡାକଘର ସଞ୍ଚୟ ଖାତାର ଏଟିଏମ୍ କାର୍ଡ