ନିର୍ଭୟା ଦୋଷୀ ବିନୟର ଆବେଦନ ସୁପ୍ରିମକୋର୍ଟରେ ଖାରଜ,୩ ଦୋଷୀଙ୍କର ସରିଲା ଆଇନଗତ ବିକଳ୍ପ

ନୂଆଦିଲ୍ଲୀ,୧୪।୨: ନିର୍ଭୟା ମାମଲାର ଦୋଷୀ ବିନୟ ଶର୍ମାର ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ରାଷ୍ଟ୍ରପତିଙ୍କ ଦ୍ବାରା ଖାରଜ କରାଯାଇଥିବା ରାଜକ୍ଷମା ଆବେଦନକୁ ଚ୍ୟାଲେଞ୍ଜ କରି ବିନୟ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲା। ଏବେ ତା’ର ଆବେଦନ ଖାରଜ୍ ହେବାପରେ ଏବେ ନିର୍ଭୟା ମାମଲାର ୩ ଜଣ ଦୋଷୀଙ୍କର ସମସ୍ତ ଆଇନଗତ ବିକଳ୍ପ ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଛି।

କୋର୍ଟ ଏହି ମାମଲାରେ ରାୟ ଦେଇ କହିଛନ୍ତି, ବିନୟର ମେଡିକାଲ ରିପୋର୍ଟ କହୁଛି ସେ ଶାରିରୀକ ଓ ମାନସିକ  ଭାବରେ ସୁସ୍ଥ। ଏହି କାରଣ ଦେଇ କୋର୍ଟ ବିନୟର ଆବେଦନକୁ ଖାରଜ କରିଦେଇଛନ୍ତି। ବିନୟର ଓକିଲ ଏପି ଶର୍ମା ସୁପ୍ରିମକୋର୍ଟଙ୍କ ଆଗରେ କହିଥିଲେ ଯେ,ତାଙ୍କୁ ଜେଲରେ ଲଗାତର ଭାବରେ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା, ଏହାଛଡା ତାକୁ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ଦିଆଯାଇଥିଲା।

ଜଷ୍ଟିସ୍ ଆର. ଭାନୁମତୀ, ଜଷ୍ଟିସ୍ ଅଶୋକ ଭୂଷଣ ଓ ଜଷ୍ଟିସ ଏ.ଏସ୍ ବୋପନ୍ନାଙ୍କ ଖଣ୍ଡପୀଠ ଦୋଷୀ ବିନୟର ଆବେଦନକୁ ଖାରଜ କରି କହିଛନ୍ତି, ଆମେ ସବୁ ଫାଇଲ ଦେଖି ବିଚାର କରିଛୁ। ଏବେ ଦୋଷୀ ବିନୟର ଏହି ଆବେଦନକୁ ଖାରଜ କରାଯାଉଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିନୟର ସବୁ କାଗଜ ପତ୍ର ଦେଖିନଥିଲେ ଓ ଦିଲ୍ଲୀ ଉପରାଜ୍ୟପାଳ ବିନୟର ଫାଇଲ ଦସ୍ତଖତ କରିନଥିଲେ ବୋଲି ଯେଉଁ ଦଲିଲ୍ ଦେଇଛନ୍ତି ତାକୁ ଖାରଜ କରାଯାଉଛି।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା