ନିର୍ଭୟା ମାମଲାର ଦୋଷୀ ବିନୟ-ମୁକେଶଙ୍କ କ୍ୟୁରେଟିଭ ପିଟିସନ୍ ଖାରଜ୍, ଫାଶୀ ମିଳିବା ରାସ୍ତା ସଫା

ନୂଆଦିଲ୍ଲୀ,୧୪।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କର କ୍ୟୁରେଟିଭ ପିଟିସନକୁ ଆଜି ସୁପ୍ରିମକୋର୍ଟ ଖାରଜ୍ କରିଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ୫ ଜଣିଆା ଖଣ୍ଡପୀଠରେ ଏହି ଶୁଣାଣି ହୋଇଥିବା ବେଳେ ପିଟିସନକୁ ଖାରଜ୍ କରିଦିଆଯାଇଛ।  ଯାହାଫଳରେ ଏବେ ଏହି ମାମଲାର ୪ ଦୋଷୀଙ୍କର ଫାଶୀ ପାଇବାର ରାସ୍ତା ପରିସ୍କାର ହୋଇଯାଇଛି।  ୫ ଜଣ ବିଚାରପତି ଏନଭି ରମନା, ଅରୁଣ ମିଶ୍ର, ରୋହିଟନ୍ ଫଲି ନରିମନ, ଆର. ଭାନୁମତି ଓ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଦୋଷୀ ବିନୟ ଓ ମୁକେଶର କ୍ୟୁରେଟିଭ ପିଟିସନକୁ ଖାରଜ୍ କରିଛନ୍ତି।

କ୍ୟୁରେଟିଭ ପିଟିସନରେ ଦୋଷୀ ବିନୟ ଶର୍ମା କହିଥିଲା, ଏକାକୀ ଆବେଦନକାରୀକୁ ଦଣ୍ଡିତ କରିହେବ ନାହିଁ, କାରଣ ଅପରାଧିକ କାର୍ଯ୍ୟାନୁଷ୍ଠାନ କାରଣରୁ ତାଙ୍କର ପୁରା ପରିବାର ଅତ୍ୟନ୍ତ କଷ୍ଟରେ ଅଛନ୍ତି। ପରିବାରର କୌଣସି ଭୁଲ ନଥିବା ମଧ୍ୟ ତାଙ୍କୁ ସାମାଜିକ ନିର୍ଯ୍ୟାତନା ଓ ଅପମାନ ସହିବାକୁ ପଡୁଛି। ସେଭଳି ଓକିଲ ଏପି ସିଂ କହିଥିଲେ ଆବେଦନକାରୀଙ୍କ ବାପା-ମା ବୃଦ୍ଧ ଓ ଅତ୍ୟନ୍ତ ଗରିବ। ଏହି ମାମଲାରେ ତାଙ୍କୁ ଖୁବ୍ ଆର୍ଥିକ କ୍ଷତି ହୋଇଛି ଆଉ ଏବେ ତାଙ୍କ ହାତରେ କିଛି ନାହିଁ।’

ଏହା ପୂର୍ବରୁ ପଟିୟାଲା ହାଉସ କୋର୍ଟ ନିର୍ଭୟା ଦୋଷୀଙ୍କୁ ଡେଥ୍ ଓ୍ବାରେଣ୍ଟ ଜାରି କରିଥିଲେ। କୋର୍ଟ ଏହି ମାମଲାରେ ୪ ଦୋଷୀଙ୍କୁ ୨୨ ଜାନୁଆରୀ ସକାଳ ୭ଟା ବେଳେ ଫାଶୀ ଦେବାର ସମୟ ଧାର୍ଯ୍ୟ କରିଥିଲେ। ନିକଟରେ ତିହାର ଜେଲରେ ଫାଶୀ ଦିଆଯିବା ନେଇ ଡମି ଟ୍ରାୟଲ ମଧ୍ୟ କରାଯାଇ ସାରିଛି। ଦୋଷୀଙ୍କୁ ଉତ୍ତର ପ୍ରଦେଶର ପବନ ଜହ୍ଲାଦ ଫାଶୀ ଦେବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି।

   ସମ୍ବନ୍ଧିତ ଖବର


‘ମ୍ୟାନ୍‌ ଭର୍ସେସ ୱାଇଲ୍‌ଡ’ ସୁଟିଂ ବେଳେ ଆହତ ହେଲେ ତାମିଲ ସୁପରଷ୍ଟାର ରଜନୀକାନ୍ତ

ଆଜି ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଘରକୁ ଫେରିଲେ ପ୍ରେମିକ-ପ୍ରେମିକା : ବାହାଘର ପୂର୍ବରୁ କନ୍ୟାର ମା’ ସହ ବରର ବାପା ହୋଇଥିଲେ ଫେରାର, ଏବେ ଗ୍ରହଣ କରୁନାହାନ୍ତି ସ୍ବାମୀ

କାର୍ଯ୍ୟକ୍ଷମ ହେଲା ଭର୍ଚୁଆଲ ପୁଲିସ ଷ୍ଟେସନ: ଏଣିକି ଅନ୍‌ଲାଇନରେ ଗାଡ଼ି ଚୋରି ଏତଲା