PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଫାଶୀ ଭୟରେ ଖାଇବା ପିଇବା ଛାଡିଦେଲେ ନିର୍ଭୟା ଦୋଷୀ

ନୁଆଦିଲ୍ଲୀ ୧୨/୧୨: ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଖୁବ୍ ଶୀଘ୍ର ଫାଶୀ ଦିଆଯାଇପାରେ । ଅନ୍ୟପଟେ ସୂଚନା ଅନୁସାରେ ଫାଶୀ ଖବର ପାଇ ନିର୍ଭୟା ଦୋଷୀ ଚିନ୍ତାରେ ପଡିଯାଇଛନ୍ତି । ୪ ଜଣଯାକ ଭୟରେ ଖାଇବା-ପିଇବା ଛାଡି ସାରିଲେଣି । ତିହାର ଜେଲରେ ୨ ଯବାନଙ୍କ ନଜରରେ ଅଛନ୍ତି ୪ ଅଭିଯୁକ୍ତ । ଜେଲ୍ ପ୍ରଶାସନ ସେମାନଙ୍କ ଉପରେ କଡା ନଜର ରଖିଛି । ପୋଲିସ ଅଧିକାରୀ ୨୪ ଘଣ୍ଟା ସେମାନଙ୍କୁ ଜଗିଛି । ତିହାର ଜେଲରେ ପରିସ୍ଥିତି ବଦଳୁଥିବା ଦେଖି ୪ ଅଭିଯୁକ୍ତ(ଅକ୍ଷୟ, ମୁକେଶ, ବିନୟ ଓ ପବନ)ଙ୍କୁ ଫାଶୀ ସମ୍ପର୍କରେ ସୂଚନା ମିଳିଯାଇଛି ଏବଂ ସେମାନେ ଭୟରେ ଅଛନ୍ତି ।

ରାତିସାରା ସେଲରେ ବୁଲୁଛନ୍ତି ଦୋଷୀ
ନିର୍ଭୟାର ୩ ଦୋଷୀ ଅକ୍ଷୟ, ମୁକେଶ ଓ ପବନଙ୍କୁ ତିହାର ଜେଲରେ ୨ ନମ୍ବର ୱାର୍ଡରେ ୩ ନମ୍ବର ୩ ସେଲରେ ରଖାଯାଇଛି । ୪ର୍ଥ ଦୋଷୀ ବିନୟ ଶର୍ମାକୁ ଜେଲ୍ ନମ୍ବର ୪ରେ ରଖାଯାଇଛି ।  ଦୋଷୀ ପବନକୁ ନିକଟରେ ମଣ୍ଡୋଲୀ ଜେଲରୁ ତିହାର ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ଟିଭି ରିପୋର୍ଟ୍ସ ଅନୁସାରେ ସବୁ ଦୋଷୀ ନିଜ ନିଜ ସେଲରେ ରାତିସାରା ଚକ୍କର କାଟୁଛନ୍ତି । ସେମାନଙ୍କୁ ଭୟରେ ନିଦ ହେଉନି । ୪ ଜଣ ଯାକ ଗତକାଲି ଠାରୁ ଠିକ ଭାବେ ଖିଆପିଆ ମଧ୍ୟ କରୁନାହାଁନ୍ତି । କୌଣସି ଦୋଷୀକୁ କିଛି ବି ମେଡିସିନ୍ ଦିଆଯାଇନି କିନ୍ତୁ ତାଙ୍କ ରକ୍ତ ଚାପ ଠିକ୍ ରଖିବା ପାଇଁ ତରଳ ପଦାର୍ଥ ଓ ଭିନ୍ନ ଉପାୟରେ ଖାଦ୍ୟ ଦିଆଯାଉଛି ।

କହିରଖୁଛୁ ୧୬ ଡିସେମ୍ବର ୨୦୧୨ରେ ‘ନିର୍ଭୟା’ଙ୍କୁ ୬ ଜଣ ଚନ୍ତଳା ବସରେ ଗଣଦୁଷ୍କର୍ମ କରିଥିଲେ । ୬ ଜଣଙ୍କ ମଧ୍ୟରୁ ଜଣେ ନାବାଳକ ଥିବାରୁ ସେ ସଜା କାଟି ଜେଲରୁ ବାହାରି ସାରିଛି । ସେଭଳି ଅଭିଯୁକ୍ତ ରାମ ସିଂ ତିହାର ଜେଲରେ ଆତ୍ମହତ୍ୟା କରିଥିଲା ।

ସମ୍ବନ୍ଧିତ ଖବର