ବରିଷ୍ଠ ସାମ୍ବାଦିକଙ୍କ ବଡ଼ ଖୁଲାସା: ଟିଭିରେ ଇଣ୍ଟରଭ୍ୟୁ ଦେବା ବଦଳରେ ଟଙ୍କା ନେଉଥିଲେ ନିର୍ଭୟା ପୀଡିତାଙ୍କ ପୁରୁଷ ବନ୍ଧୁ

ନୂଆଦିଲ୍ଲୀ,୧୩।୧୦: ଦିଲ୍ଲୀରେ ୧୬ ଡିସେମ୍ବର ୨୦୧୨ରେ ଘଟିଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲା ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଦେଶବାସୀଙ୍କୁ ସ୍ତବ୍ଧ କରି ରଖିଦେଇଥିବା ଏହି ମାମଲାରେ ୫ ଜଣ ଅଭିଯୁକ୍ତଙ୍କ ସହିତ ଆଉ ଜଣେ ନାବାଳକ ମଧ୍ୟ ସମ୍ପୃକ୍ତ ଥିଲା। ପୀଡିତାଙ୍କ ସହ ଗଣଦୁଷ୍କର୍ମ କରିବା ତାଙ୍କର ଗୁପ୍ତାଙ୍ଗରେ ଲୁହା ରଡ୍ ଭର୍ତ୍ତି କରିଦେଇଥିଲେ। ଏହି ସମୟରେ ପୀଡିତାଙ୍କ ସହ ଥିବା ତାଙ୍କର ପୁରୁଷ ବନ୍ଧୁଙ୍କୁ ମଧ୍ୟ ଅଭିଯୁକ୍ତମାନେ ନିସ୍ତୁକ ମାଡ ମାରିଥିଲେ। ଚିକିତ୍ସା ସମୟରେ ପୀଡିତାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ପୁରୁଷ ବନ୍ଧୁ ବଞ୍ଚିଯାଇଥିଲେ। ତେ​‌ବେ ପୀଡିତାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଜଣେ ବୈଦୁତିକ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ଅଜିତ ଅଞ୍ଜୁମ ଆଣିଛନ୍ତି ଗୁରୁତର ଅଭିଯୋଗ,ଯାହାକି ପୁଣିଥରେ ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି।

ନିଜର ଟ୍ବିଟର ହ୍ୟାଣ୍ଠେଲରୁ ଗୋଟିଏ ପରେ ଗୋଟିଏ ଅନେକ ଟ୍ବିଟ୍ କରି ‘ନ୍ୟୁଜ ୨୪’ ଓ ‘ଇଣ୍ଡିଆ ଟିଭି’ର ମ୍ୟାନେଜିଂ ଏଡିଟର ରହିସାରିଥିବା ଅଜିତ ଅଞ୍ଜୁମ ଉଲ୍ଲେଖ କରିଛନ୍ତି, ନେଟଫ୍ଲିକ୍ସରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦିଲ୍ଲୀ କ୍ରାଇମ୍ ଦେଖି ବିଚଳିତ ହୋଇଯାଇଥିଲି। ନିର୍ଭୟା ଗଣଦୁଷ୍କର୍ମ ମାମଲାର ଏହି ସିରିଜ୍ ମୋତେ ମନେପଡିଯାଇଥିଲା। ଏଥିରେ ପୀଡିତାଙ୍କ ବନ୍ଧୁଙ୍କର ରୋଲ୍ ନେଗେଟିଭ ଦେଖାଯାଇଥିଲା। ନିର୍ଭୟ ପୀଡିତାଙ୍କ ସହ ଥିବା ତାଙ୍କର ପୁରୁଷ ବନ୍ଧୁ, ଯିଏକି ଏହି ଘଟଣାର ଏକମାତ୍ର ସାକ୍ଷୀଥିଲେ ତାଙ୍କ ସମ୍ପର୍କରେ, ଯାହା ଆଜି ପର୍ଯ୍ୟନ୍ତ କେହି ଜାଣି ନାହାନ୍ତି ସେହି ସତ କହିବାକୁ ଯାଉଛି ବୋଲି ଟ୍ବିଟ୍ କରି ଅଜିତ ଅଞ୍ଜୁମ କହିଥିଲେ।

ଅଜିତ ଅଞ୍ଜୁମ ଶନିବାର ଗୋଟିଏ ପରେ ଗୋଟିଏ ଟ୍ବିଟ କରି କହିଥିଲେ, ନିର୍ଭୟା ପୀଡିତାଙ୍କ ପୁରୁଷ ବନ୍ଧୁ ଟିଭିରେ ନିଜେ ସାକ୍ଷାତକାର ଦେବା ପାଇଁ ଟଙ୍କା ନେଉଥିଲେ। ଏହାର ଏକ ଷ୍ଟିଙ୍ଗ ଅପରେସନ୍ ସେ କରିଥିଲେ ବୋଲି କହିଛନ୍ତି। ସେ ଏକ ଇଣ୍ଟରଭ୍ୟୁ ଦେବାକୁ ନିର୍ଭୟା ପୀଡିତାଙ୍କ ପୁରୁଷ ବନ୍ଧୁଙ୍କୁ ଡାକିଥିଲେ। ତେବେ ପୀଡିତାଙ୍କ ବନ୍ଧୁଙ୍କ ସାମନାରେ ତାଙ୍କର ଦାଦାଙ୍କୁ ୭୦ ହଜାର ଟଙ୍କା ଦିଆଯାଇଥିଲା।

ଅଜିତ ଅଞ୍ଜୁମ ଟ୍ବିଟ ଜରିଆରେ କହିଛନ୍ତି ଯେ, ଯାହାର ଗର୍ଲଫ୍ରେଣ୍ଡକୁ ତା’ର ଆଖି ସାମନରେ ଦୁଷ୍କର୍ମ କରି ହତ୍ୟା କରିଦିଆଗଲା ସେହି ଘଟଣାକୁ କହି ସେ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲା। ମୁଁ କେବେ ବି ଯେ ଯୁବକର ଆଖିରେ ସେହି ଦୁଃଖ ଦେଖି ପାରିନାହିଁ।

   ସମ୍ବନ୍ଧିତ ଖବର


୭୮ ବର୍ଷର ଏହି ଆଥଲେଟ୍ ଗୋଲ୍ଡ ମେଡାଲ୍ ଜିତିବା ପରେ ହେଲା ଏମିତି…

ଭାରତୀୟ ବୈଜ୍ଞାନିକ ପ୍ରସ୍ତୁତ କଲେ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଇଞ୍ଜେକସନ୍, ଜାଣନ୍ତୁ କ’ଣ ରହିଛି ଏହାର ସ୍ବତନ୍ତ୍ରତା

ସରକାର ଗଠନ ନେଇ ଶିବସେନା-କଂଗ୍ରେସ ଓ ଏନସିପି ମଧ୍ୟରେ ସହମତି,ଏବେ ମନ୍ତ୍ରଣାଳୟ ବଣ୍ଟନ ନେଇ ହେବ ଆଲୋଚନା

ସେପ୍ଟେମ୍ବରରେ ଜିଓର ବଢିଲେ ୬୯.୮ ଲକ୍ଷ ନୂଆ ଗ୍ରାହକ, ଭୋଡାଫୋନ୍ ଆଇଡିଆ ଓ ଏୟାରଟେଲ୍ ହରାଇଲେ ୪୯ଲକ୍ଷ ୟୁଜର୍ସ