ନିର୍ଭୟା ମାମଲା- କାଳ ରାତ୍ରୀର କଳା କାହାଣୀ, କେମିତି ଘଟିଥିଲା ଘଟଣା

nirbhya

ଡ୍ରାଇଭର୍‌ ରାମ ସିଂ ହିଁ ରଚିଥିଲା ଅପରାଧର ବ୍ଲୁ ପ୍ରିଣ୍ଟ
ନୂଆଦିଲ୍ଲୀ – ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା । ଅନେକ ଏହାର ସମ୍ପୂର୍ଣ ଘଟଣା ଜାଣି ନଥିବେ । ବସ୍‌ ଡ୍ରାଇଭର୍‌ ରାମ ସିଂ ଥିଲା ଏହାର ମୁଖ୍ୟ ଖଳ ନାୟକ । ରାତିରେ ବସ୍‌ ଧରି ଆସିବା ବେଳେ ଲୁଟ୍‌ ପାଟ କରିବା ବି ଥିଲା ଉଦ୍ଦେଶ୍ୟ ।


୧୬ ଡିସେମ୍ବର ୨୦୧୨ । ଦିଲ୍ଲୀର ରାଜରାସ୍ତା ଉପରେ ଚଳନ୍ତା ବସ୍‌ ଭିତରେ ସଙ୍ଗଠିତ ହେଉଥିଲା ଏକ ଭୟାନକ ଅପରାଧ । ନର ରାକ୍ଷସ ହୋଇଯାଇଥିଲେ ୬ ଜଣ । ନିରୀହ ଯୁବତୀର ଗଣ ଦୁଷ୍କର୍ମ କରିବା ପରେ ଲୁହା ଛଡରେ ପିଟି ଦର ମରା କରିଥିଲେ । ଏହା ପରେ ଶରୀରର ବିଭିନ୍ନ ସମ୍ବେଦନଶୀଳ ଅଙ୍ଗରେ ଛଡ ଭୁଷି ଦେଇଥିଲେ । ସାରା ଶରୀରରୁ ରକ୍ତ ବହି ଚାଲିଥିଲା। ପରେ ଏକ ଫ୍ଲାଏ ଓଭର୍‌ ନିକଟରେ ଫିଙ୍ଗିଦେଇଥିଲେ ନିର୍ଭୟା ଓ ତାଙ୍କ ପୁରୁଷ ବନ୍ଧୁକୁ ନିବସ୍ତ୍ର କରି । ତେବେ କେମିତି ଘଟିଥିଲା ଘଟଣା – କେମିତି ପୁଲିସକ ମିଳିଥିବା ବଳିଷ୍ଠ ପ୍ରମାଣ – ଫେରାର ହୋଇଯାଇଥିବା ଅପରାଧୀଙ୍କୁ କେମିତି ଧରିଥିଲା ପୁଲିସ୍‌ ଏହାର ସମ୍ପୂର୍ଣ୍ଣ ଘଟଣା ତଳେ ବର୍ଣ୍ଣନା କରାଯାଇଛି ।


୧୬ ଡିସେମ୍ବର ୨୦୧୨ ଏକ ଧଳା ରଙ୍ଗର ସିଏନ୍‌ଜି ବସ ଦିଲ୍ଲୀର ରାଜ ରାସ୍ତା ଉପରେ ଦୌଡୁଥିଲା । ବସ୍ର ନମ୍ବର ଥିଲା DL 1PC 0149 । ଧଳା ରଙ୍ଗର ବସ୍‌ ନାଁ ଥିଲା ଯାଦବ । ରାମ ସିଂ ନାମକ ଡ୍ରାଇଭର୍‌ ଏହାକୁ ଚଳାଉଥିଲା । ଡ୍ରାଇଭର୍‌ ରାମ ସିଂ କିଛି ଅପରାଧ ଓ ଲୋକଙ୍କୁ ବସ୍‌କୁ ଉଠାଇବା ପରେ ଲୁଟ୍‌ କରିବା ପାଇଁ ଚକ୍ରାନ୍ତ କରିଥିଲା । ଏଥିରେ ଜଣେ ନାବାଳକ ସହ ଆଉ ୪ ମୋଟ୍‌ ୬ ଜଣ ସାଥ୍‌ ଦେଇଥିଲେ । ରାମ ସିଂ, ନାବାଳକ, ମୁକେଶ, ଅକ୍ଷୟ, ପବନ ଓ ବିନୟ କରିଥିଲେ ଏହି ଅପରାଧ ।

ଦିଲ୍ଲୀର ରବିଦାସ୍‌ କ୍ୟାମ୍ପସ୍‌ର ବସ୍‌ ନେଇ ସେମାନେ ଆର୍‌କେ ପୁରମ୍‌କୁ ସିଏନ୍‌ଜି ପକାଇବା ପାଇଁ ବାହାରିଥିଲେ । ସେଠାରେ ଅଫ୍ରିକା ଏଭେନ୍ୟୁ ଦେଇ ବସ୍‌ ଆଇଆଇଟି ଫ୍ଲାଏ ଓଭର୍‌ ଉପରକୁ ଆସିଥିଲା ।


ଏହାପରେ ପୁଲିସ୍‌ କଲୋନୀ ପହଞ୍ଚିଥିଲା ବସ୍‌ । ପୁଲିସ୍‌ କଲୋନୀରେ ଜଣେ ବ୍ୟକ୍ତି ବସ୍‌କୁ ଅପେକ୍ଷା କରି ଛିଡା ହୋଇଥିଲେ । ତାଙ୍କୁ ବସ୍‌ରେ ଚଢାଇ ଲୁଟ୍‌ ପାଟ୍‌ କରିବା ପରେ ବସ୍‌ରୁ ପେଲି ଦେଇଥିଲେ । ବସ୍‌କୁ ନେଇ ହୌଜ୍‌ଖାସ୍ ଗୋଲ୍ଡେନ୍‌ ଡ୍ରାଗନ୍‌ ରେଷ୍ଟୁରାଣ୍ଟ ରୋଡ୍ ପଟକୁ ଯାଇଥିଲେ । ସେଠାରୁ ୟୁଟର୍ଣ୍ଣ ନେଇ ମୁନିରକା ବସ୍‌ ଷ୍ଟାଣ୍ଡ ପହଞ୍ଚିଥିଲା ।


ଘଟଣା ଘଟିଥିଲା ଏମିତି –
ମୁନିରକା ବସ୍ ଷ୍ଟାଣ୍ଡ ନିକଟରେ ନିର୍ଭୟା ଓ ତାଙ୍କ ବନ୍ଧୁ ଛିଡା ହୋଇଥିଲେ । ବସ୍‌ରେ ଥିବା ନାବାଳକ ପାଲମ୍,ନଫଜଗଡ , ଦ୍ୱାରକା ବୋଲି ଡାକିଥିଲେ । ନିର୍ଭୟା ଓ ତାଙ୍କ ବନ୍ଧୁ ପାଲମ୍ ଯିବେ ବୋଲି ବସ୍ରେ ଚଢିଥିଲେ । ବସ୍‌ରେ ଡ୍ରାଇଭର୍ କ୍ୟାବିନ୍ ନିକଟରେ ଭଗବାନ ଶିବଙ୍କର ମୂର୍ତ୍ତୀ ଲାଗିଥିଲା । ବସ୍‌ରେ କାଚ ନିକଟରେ ମେରୁନ୍ ରଙ୍ଗର ପରଦା ଲାଗିଥିଲା । ଏମାନେ ବସ୍‌ରେ ଦ୍ୱିତୀୟ ଧାଡିର ସିଟ୍‌ରେ ବସିଥିଲେ ।


କଣ୍ଡକ୍ଟର ପଇସା ନେବା ପାଇଁ ଆସି ନିର୍ଭୟାଙ୍କୁ ବଡ ବଡ ଆଖି କରି ଖରାପ ନଜରରେ ଅନାଇ ରହିଥିଲା । ନିର୍ଭୟାର ବନ୍ଧୁ ଏହାର ବିରୋଧ କରିବାରୁ ଯୁକ୍ତି ତର୍କ ହୋଇଥିଲା । ସମସ୍ତେ ମିଶି ତାଙ୍କୁ ଏକ ଲୁହା ରଡ୍‌ରେ ନିସ୍ତୁକ ମାଡ ମାରିବାରୁ ସେ ଏକ୍ ସିଟ୍‌ ତଳେ ଲୁଚିଯାଇଥିଲେ ।
ଏହାପରେ ନିର୍ଭାୟାଙ୍କୁ ପଛ୍ ପଟକୁ ଟେକି ନେଇ ସମସ୍ତ ଦୋଷୀ ଗଣ ଦୁଷ୍କର୍ମ କରିଥିଲେ । ନିର୍ଭୟା ଏହାର ବିରୋଧ କରିବାରୁ ତାକୁ ନିସ୍ତୁକ ପିଟିବା ସହ ବିଭିନ୍ନ ସମ୍ବେଦନଶୀଳ ଅଙ୍ଗରେ ଛଡ ଭୁଷି ଦେଇଥିଲେ । ମହିପାଳରୁ ବସ୍ ପୁଣି ୟୁ ଟର୍ଣ୍ଣ ନେଇ ପାଲମ ଫ୍ଲାଏ ଓଭର ଉପରକୁ ପୁଣି ଆସିଥିଲା । ସେଠାରୁ ୟୁଟର୍ଣ୍ଣ ନେଇ ରଙ୍ଗପୁରୀ ଅଞ୍ଚଳକୁ ଯାଇଥିଲେ । ସେଠାରୁ ନିର୍ଭୟା ଓ ତାଙ୍କ ବନ୍ଧୁକୁ ନିବସ୍ତ୍ର କରି ରାସ୍ତାରେ ଫିଙ୍ଗି ଦେଇଥିଲେ । ସେଠାରେ ବସ୍ ଚଢାଇ ମାରିବା ପାଇଁ ଉଦ୍ୟମ କରିଥିଲେ ।

ବସ୍‌କୁ ରବି ଦାସ୍ କ୍ୟାମ୍ପକୁ ଆଣି ନିର୍ଭୟାଙ୍କ ପୋଷାକ ଓ ତାଙ୍କ ବନ୍ଧୁଙ୍କ ପୋଷାକ ପୋଡି ଦେଇଥିଲେ। ନିଜର ପୋଷାକକୁ ପୋତି ଦେଇଥିଲେ । ବସ୍‌ରେ ଲାଗିଥିବା ରକ୍ତକୁ ଧୋଇବା ସହ ଶିବଙ୍କ ମୂର୍ତ୍ତୀକୁ କାଢି ଦେଇଥିଲେ ।


ପରେ ପୁଲିସ ଏହି ବସ୍‌କୁ ଜବତ କରିଥିଲା । ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବି ପୁଲିସ୍ ନାକେଦମ ହୋଇଥିଲା । ହେଲେ ଶେଷରେ ରାମ ସିଂ ନିଜେ ଆତ୍ମହତ୍ୟା କରିଥିବା ବେଳେ ନାବାଳକ ୩ ବର୍ଷ ସୁଧାର ଗୃହରେ ରହିବା ପରେ ଛାଡ ପାଇଛି । ଅନ୍ୟ ୪ ଜଣ ଦୋଷୀଙ୍କୁ ଫାଶୀ ଦିଆଯାଇଛି ।

ପଢନ୍ତୁ – ନିର୍ଭୟା ଗଣ ଦୁଷ୍କର୍ମ ହୋଇଥିବା ବସ୍‌ର ଅବସ୍ଥା ଏବେ ଏପରି

ପଢନ୍ତୁ -ଫାଶୀର କାଳ କୋଠି – ମୃତ୍ୟୁ ପୂର୍ବରୁ ଏଇଠି ରହିଥିଲେ ନିର୍ଭୟା ଦୋଷୀ

ପଢନ୍ତୁ – ଦୁଷ୍କର୍ମକାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପୂର୍ବରୁ କ’ଣ ଘଟିଥିଲା ତାଙ୍କ ସହିତ, କାହିଁକି ଏହି ଦିନକୁ ଭୁଲିପାରିବେ ନାହିଁ : ଶୁଣନ୍ତୁ ଜହ୍ଳାଦଙ୍କ ମୁହଁରୁ ପୁରା କାହାଣୀ…

ପଢନ୍ତୁ – ନିର୍ଭୟା କାଣ୍ଡ : ଜାଣନ୍ତି ଦୋଷୀ ଅକ୍ଷୟ ସିଂହ କେମିତି ଗିରଫ ହୋଇଥିଲା…ସେ ସ୍ଥାନକୁ ପୁଲିସ ଯିବାକୁ ବି ଡ଼ରୁଥିଲା !

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌