PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ନିର୍ଭୟା ମାମଲା: ୨୯ ସୁଦ୍ଧା ଦୁଷ୍କର୍ମକାରୀଙ୍କୁ ଫାଶୀ !

ନୂଆଦିଲ୍ଲୀ ୧୩/୧୨: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୪ ଦୁଷ୍କର୍ମକାରୀ ଅକ୍ଷୟ ଠାକୁର, ମୁକେଶ ସିଂହ, ବିନୟ ଶର୍ମା ଓ ପବନ ଗୁପ୍ତାଙ୍କୁ ଆସନ୍ତା ୨୯ ତାରିଖ ସୁଦ୍ଧା ଫାଶୀ ଦିଆଯିବାର ସମ୍ଭାବନା ରହିଛି । ସେଥିପାଇଁ ତିହାର ଜେଲ୍‌ରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଡିସେମ୍ବର ୧୬ (ନିର୍ଭୟା ଗଣଦୁଷ୍କର୍ମ ତାରିଖ) କିମ୍ବା ୨୯ (ନିର୍ଭୟାର ମୃତ୍ୟୁ ତାରିଖ)ରେ ସେମାନଙ୍କୁ ଫାଶୀ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ଲାଗି ତିହାର ଜେଲ୍‌ କର୍ତ୍ତୃପକ୍ଷ ଫାଶୀ ରଶି ବିହାରର ବକ୍ସାର ଜେଲ୍‌ରୁ ମଗାଇଛନ୍ତି । ତିହାରରେ ଏବେ ୫ଟି ରଶି ରହିଛି । କିନ୍ତୁ ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବା ପୂର୍ବରୁ ସେଥିରୁ ଗୋଟିଏ କିମ୍ବା ଦୁଇଟି  ରଶିକୁ ପରୀକ୍ଷା କରାଯିବ । ତେଣୁ ଅଧିକ ରଶିର ଆବଶ୍ୟକତା ଥିବାରୁ ସେମାନେ ମଗାଇଛନ୍ତି । ସେହିଭଳି ତିହାର ଜେଲ୍‌ରେ କୌଣସି ଜହ୍ଲାଦ (ଘାତକ) ନାହାନ୍ତି । ତେଣୁ ଜେଲ୍‌ କର୍ତ୍ତୃପକ୍ଷ ଉତ୍ତରପ୍ରଦେଶରୁ ଦୁଇଜଣ ଜହ୍ଲାଦ ମଗାଇଛନ୍ତି । ୟୁପି ଜେଲ୍‌ ବିଭାଗ ଏଡିଜି ଆନନ୍ଦ କୁମାର କହିଛନ୍ତି ସେମାନଙ୍କ ପାଖରେ ଏବେ ୨ ଜଣ ଜହ୍ଲାଦ ଅଛନ୍ତି । ଜଣଙ୍କ ଘର ଲକ୍ଷ୍ନୌରେ ଓ ଅନ୍ୟଜଣଙ୍କର ମିରଟରେ । ଦିଲ୍ଲୀ ଜେଲ୍‌ କର୍ତ୍ତୃପକ୍ଷ ଗତ ୯ ତାରିଖରେ ଚିଠି ଲେଖି ଆବଶ୍ୟକ ପଡିଲେ ସେମାନଙ୍କୁ ପଠାଇବା ଲାଗି ଅନୁରୋଧ କରିଛନ୍ତି । ସେମାନେ ଜହ୍ଲାଦଙ୍କୁ ପଠାଇବା ଲାଗି ପ୍ରସ୍ତୁତ ଥିବା କୁମାର କହିଛନ୍ତି ।

ସେପଟେ ଚାରି ଦୁଷ୍କର୍ମକାରୀଙ୍କ ଫାଶୀ ଦଣ୍ଡର ସମୟ ଯେତିକି ପାଖେଇ ଆସୁଛି ତିହାର ଜେଲ୍‌ର ମାହୋଲ ସେତିକି ବଦଳିବାରେ ଲାଗିଛି । ଜେଲ୍‌ରେ ଥିବା ୪ ଦୁଷ୍କର୍ମକାରୀଙ୍କୁ ଏବେ ଫାଶୀଦଣ୍ଡର ଭୟ ଲାଗିରହିଛି । ସେମାନେ ଠିକ୍‌ ଭାବେ ଶୋଇପାରୁନାହାନ୍ତି । ଏପରିକି ଖାଇବା ପିଇବା ମଧ୍ୟ ଛାଡିଦେଲେଣି । ଅକ୍ଷୟ ଓ ମୁକେଶକୁ ମଣ୍ଡୋଲି ଜେଲ୍‌ରୁ ଏଠାକୁ ସ୍ଥାନାନ୍ତର କରାଯାଇଛି । ଅକ୍ଷୟ, ମୁକେଶ ଓ ପବନକୁ ଜେଲ ନମ୍ବର ୨ର ୱାର୍ଡ ନମ୍ବର ୩ର ପୃଥକ ଭାବେ ୩ଟି ସେଲ୍‌ରେ ରଖାଯାଇଛି । ଚତୁର୍ଥ ଦୁଷ୍କର୍ମକାରୀ ବିନୟକୁ ଜେଲ୍‌ ନମ୍ବର-୪ରେ ରଖାଯାଇଛି । ଦୁଷ୍କର୍ମକାରୀମାନେ ନିଜ ନିଜ ସେଲ୍‌ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚକ୍କର କାଟୁଛନ୍ତି । ସେମାନଙ୍କୁ ବର୍ତ୍ତମାନ କୌଣସି ପ୍ରକାର ଔଷଧ ଦିଆଯାଉନାହିଁ । ତରଳ ତଥା ସନ୍ତୁଳିତ ଭୋଜନ ଦିଆଯାଉଛି । ଯେପରିକି ସେମାନଙ୍କ ରକ୍ତଚାପ ଠିକ୍‌ ରହିବ ।

ଇତିମଧ୍ୟରେ ୪ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଅନ୍ୟତମ ଅକ୍ଷୟ ଠାକୁରର ସମୀକ୍ଷା ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ୧୭ ତାରିଖରେ ଶୁଣାଣି କରିବେ । ଗତ ମଙ୍ଗଳବାର ସେ ରିଭ୍ୟୁ ପିଟିସନ୍‌ ଦାଖଲ କରିଛି । ସୁପ୍ରିମକୋର୍ଟର ୩ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ । ଚାରି ଦୁଷ୍କର୍ମକାରୀଙ୍କ ମଧ୍ୟରୁ ୩ ଜଣ ପୂର୍ବରୁ ସମୀକ୍ଷା ଆବେଦନ କରିଥିଲା ବେଳେ ତାହା ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର