PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ହାଣିବାକୁ ଆସିଥିଲା ନିର୍ଧୁମ ଛେଚା ଖାଇଲା, ଚା’ ଦୋକାନୀଙ୍କୁ ଚୋଟ ଖଣ୍ଡା ବୁଲାଇ ଖେଳାଇଲା ଆତଙ୍କ, ଛେଚିଲେ ଦୋକାନୀ

ପୁରୀ : ସିଗାରେଟ୍‌ ଟାଣି ପଇସା ଦେଲାନି । ପଇସା ମାଗିବାରୁ ବୁଲିଲା ଖଣ୍ଡା । ବଡ଼ଦାଣ୍ଡରେ ଖେଳିଲା ଆତଙ୍କ । ଡାକ୍ତରଖାନା ଛକରେ ଚା ଦୋକାନୀକୁ ହେଲା ଖଣ୍ଡା ଚୋଟ । ଚୋଟ ଖାଇଥିବା ଚା’ ଦୋକାନୀ ବି ନଛୋଡ଼ବନ୍ଧା । ଆକ୍ରମଣକାରୀକୁ ମାଡ଼ି ବସି ନିସ୍ତୁକ ଛେଚିଲେ । ବିଚରା ହାଣିବାକୁ ଆସି ଗୁଣ୍ଡା ସାଜିଥିବା ଯୁବକ ଜଣକ ବହେ ଛେଚା ଖାଇବା ପରେ ଏବେ ଥାନାରେ ବସିଛି । ଆଣିଥିବା ଖଣ୍ଡାକୁ ବି ପୁଲିସ ନେଇଛି । ସେପଟେ ଆହତ ଚା’ ଦୋକାନୀଙ୍କ ସହ ଆକ୍ରମଣକାରୀକୁ ବି ରକ୍ତାକ୍ତ ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆହତ ଚା’ ଦୋକାନୀ ହେଲେ କୁମ୍ଭାରପଡ଼ାର ମାନସ ବେହେରା (୩୨) । ଆକ୍ରମଣକାରୀ ନରେନ୍ଦ୍ରକୋଣର ବିକି ନାୟକ ବୋଲି ଜଣାପଡ଼ିଛି । ଅଭିଯୋଗରୁ ପ୍ରକାଶ ଯେ, ଡାକ୍ତରଖାନା ଛକରେ କାଳିଆଙ୍କ ଏକ ଚା’ ଓ ପାନ ଦୋକାନ ଅଛି । ଦୋକାନରେ କାଳିଆ ଓ ତାଙ୍କ ସାନ ଭାଇ ମନୋଜ ବେହେରା ଉପସ୍ଥିତ ଥିଲେ । ଶନିବାର ଅପରାହ୍ନ ସାଢ଼େ ୪ଟା ବେଳେ ତାଙ୍କ ଦୋକାନରେ ବିକି ପହଞ୍ଚି ଏକ ସିଗାରେଟ୍‌ ଟାଣିଥିଲା । ହେଲେ ସିଗାରେଟ୍‌ର ଦାମ୍‌ ଦେଇନଥିଲା । ମାଗିବାରୁ ବିକି ଆରମ୍ଭ କରିଥିଲା ବୋଲିବାଣୀ । ହେଲେ ସିଗାରେଟ୍‌ ଟାଣିବା ପରେ ପଇସା ଦେବା ବଦଳରେ ବୋଲିବାଣୀ କ’ଣ ପାଇ କରୁଛୁ ବୋଲି କାଳିଆ କହିବାରୁ ପରିସ୍ଥିତି ଭୟଙ୍କର ହୋଇଥିଲା । ପଇସା କ’ଣ ମାଗୁଛୁ ବୋଲି କହି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲା ବିକି । ଏହା ପରେ ‘ରହ ତତେ ଦେଉଛି’ କହି ଘରକୁ ଫେରିଆସିଥିଲା । ଅପରାହ୍ନ ୫ଟା । ଦୋକାନ ସମ୍ମୁଖରେ ପହଞ୍ଚିଥିଲା ବିକି । ଏଥର ସାଙ୍ଗରେ ଥିଲା ଏକ ଖଣ୍ଡା ।

ଦୋକାନରେ ଥିବା ବିସ୍କୁଟ୍‌ ଓ ମିକ୍ସଚର୍‌ ଫିଙ୍ଗା ଫୋପଡ଼ା କରିଥିଲା । ମୋତେ ଏଥର ଚିହ୍ନି ବୋଲି କହି କାଳିଆକୁ ଚୋଟ ମାରିଥିଲା ବିକି । କାଳିଆ ସାଇଡ୍‌ ହୋଇଯିବାରୁ ଚୋଟଟି ତାଙ୍କ ବାମହାତ କାଣି ଆଙ୍ଗୁଠିରେ ଲାଗିଥିଲା । ଏହାପରେ କାଳିଆ ଓ ସାନଭାଇ ମନୋଜ ତାକୁ ମାଡ଼ି ବସିଥିଲେ । ବିକିକୁ ନିୟନ୍ତ୍ରଣ କରିବା ପାଇଁ ଦୁହେଁ ନିସ୍ତୁକ ଛେଚିବାକୁ ବାଧ୍ୟ ହୋଇଥିଲେ । ରକ୍ତାକ୍ତ ଅବସ୍ଥାରେ ତାକୁ ନିକଟସ୍ଥ ଟ୍ରାଫିକ୍‌ ଆଉଟ୍‌ ପୋଷ୍ଟରେ ଭର୍ତ୍ତି କରାଯାଇଥିଲା । କାଳିଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ କୁମ୍ଭାରପଡ଼ା ଥାନା ପୁଲିସ ଟ୍ରାଫିକ୍‌ ଆଉଟ୍‌ପୋଷ୍ଟରୁ ବିକିକୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଛି । ଉଭୟଙ୍କ ଚିକିତ୍ସା ଚାଲିଛି । ଉକ୍ତ ଖଣ୍ଡାକୁ ପୁଲିସ ନେଇ ଥାନାରେ ରଖିଛି । ଘଟଣାର ଛାନ୍‌ଭିନ୍‌ କରୁଛି ପୁଲିସ । ଅନ୍ୟପକ୍ଷରେ କିଛି ଦେଖଣାହାରୀ କହିଛନ୍ତି ଯେ, ବିକିକୁ କାଳିଆ ଚାପୁଡ଼ା ମାରିଥିଲେ  । ଏହାର ପ୍ରତିଶୋଧ ନେବାକୁ ଯାଇ ବିକି ଆକ୍ରମଣ କରିଥିଲା ।

ସମ୍ବନ୍ଧିତ ଖବର