ଚା-କଫି ପିଇବା ପଡିବ ମହଙ୍ଗା; ପଲିଥିନ୍ ବ୍ୟାଗ୍ ଉପରେ ଲାଗିବ ୧୨%, ଜାଣନ୍ତୁ କାହା ଉପରେ କେତେ ଜିଏସଟି…

ନୁଆଦିଲ୍ଲୀ ୨୦/୯: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ଯକ୍ଷତାରେ ଗୋଆରେ ହୋଇଥିବା ଜିଏସଟି କାଉନସିଲ୍ ବୈଠକରେ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ହୋଟେଲ ଇଣ୍ଡଷ୍ଟ୍ରୀକୁ ଆଶ୍ୱସ୍ତି ଦିଆଯାଇଛି । ୧୦୦୦ ଟଙ୍କା ପର୍ଯ୍ଯନ୍ତ ଟାରିଫ୍ ଥିବା ରୁମରେ ଭଡା ଉପରେ କୌଣସି ଟ୍ୟାକ୍ସ ଲାଗିବନି । ୧୦୦୧ ଟଙ୍କାରୁ ୭୫୦୦ ଟଙ୍କା ପର୍ଯ୍ଯନ୍ତ ଟାରିଫ୍ ରୁମର ଭଡା ଉପରେ ଏବେ ମାତ୍ର ୧୨% ଟ୍ୟାକ୍ସ ଲାଗିବ । ଏବେ ଏହା ଉପରେ ୧୮ ପ୍ରତିଶତ ଟ୍ୟାକ୍ସ ଲାଗୁଛି । ଅର୍ଥମନ୍ତ୍ରୀ କହିଛନ୍ତି ଯେ ୭୫୦୦ ଟଙ୍କାରୁ ଅଧିକ ଟାରିଫ୍ ରୁମର ଭଡା ଉପରେ ଜିଏସଟି ୨୮ ପ୍ରତିଶତରୁ ହ୍ରାସ କରି ୧୮ ପ୍ରତିଶତ କରିଦିଆଯାଇଛି । ଜିଏସଟିର ସଂଶୋଧିତ ଦର ୧ ଅକ୍ଟୋବରରୁ ଲାଗୁ ହେବ । ତେବେ ଆସନ୍ତୁ ଜାଣିବା କାହା ଉପରେ କେତେ ଜିଏସଟି ଲାଗୁ ହେବ ….

*ଏହି ନିଷ୍ପତ୍ତି ପରେ ଏବେ କୈଫିନେଟେଡ୍ ଡ୍ରିଙ୍କ୍ସ ଉପରେ ଲାଗୁଥିବା ୧୮ ପ୍ରତିଶତ ଜିଏସଟି ବୃଦ୍ଧି ପାଇ ୨୮ ପ୍ରତିଶତରେ ପହଞ୍ଚିଛି । ଏହା ସହିତ କେଫିନେଟେଡ୍ ଡ୍ରିଙ୍କ୍ସ ଉପରେ ୧୨ ପ୍ରତିଶତ ସେସ୍ ମଧ୍ୟ ଲାଗିବ । କେଫିନେଟେଡ୍ ଡ୍ରିଙ୍କ ସେହି ଡ୍ରିଙ୍କ୍ ଯେଉଁଥିରେ କେଫିନର ମାତ୍ରା ଅଧିକ ଥାଏ । ସାଧାରଣତଃ ଚା  ଓ କଫିରେ ଏବଂ ଅନେକ ଏନର୍ଜି ଡ୍ରିଙ୍କରେ ଏହା ରହିଥାଏ ।

*୧୦-୧୩ ଲୋକଙ୍କ କ୍ଷମତା ଥିବା ପେଟ୍ରୋଲ ଯାନ ଉପରେ କର୍ପୋରେସନ୍ ସେସରେ ୧ ପ୍ରତିଶତ, ଡିଜେଲ୍ ଯାନରେ ୩ ପ୍ରତିଶତ ହ୍ରାସ, ଏହି ବାହନରେ କର୍ପୋରେସନ୍ ସେସ୍ ଦର ଏବେ ୧୫ ପ୍ରତିଶତ ଅଛି ।

*ଆଉଟଡୋର୍ କ୍ୟାଟେରିଂରେ ଜିଏସଟି ୧୮ ପ୍ରତିଶତ ହ୍ରାସ ପାଇ ୫ ପ୍ରତିଶତ ହେବ ।  

*ସୁଖିଲା ତେନ୍ତୁଳି, ଫୁଲ-ପତ୍ର ଏବଂ ବାୟୋ ଫ୍ରେଣ୍ଡଲି ମେଟେରିୟାଲରୁ ପ୍ରସ୍ତୁତ କପ୍-ପ୍ଲେଟ୍ ଉପରେ ଜିଏସଟି ଲାଗିବନି । ଏବେ ୫ ପ୍ରତିଶତ ଲାଗୁଛି ।

*ଡିଫେନ୍ସ ସହିତ ଜଡିତ ବସ୍ତୁଗୁଡିକର ଆମଦାନୀ ଉପରେ ଜିଏସଟିରୁ ମୁକ୍ତି ମିଳିବ ।

*ରେଲୱେ ୱଗନ, କୋଚ ଉପରେ ଜିଏସଟି ୫ ପ୍ରତିଶତରୁ ବୃଦ୍ଧି ପାଇଁ ୧୨ ପ୍ରତିଶତ କରିବାର ନିଷ୍ପତ୍ତି ନିଆଯାଇଇଛି ।

*ପଲିଥିନ୍ ବ୍ୟାଗ୍ ଉପରେ ୧୨%  ଜିଏସଟି ଲାଗିବ ।

*ହୀରା ସହିତ ଜଡିତ ଜବ୍ ୱର୍କରେ ଜିଏସଟି ଦର ୫% ପ୍ରତିଶତରୁ ହ୍ରାସ ପାଇ ୧.୫% କରାଯିବ ।

*ମେସିନ୍ ସହିତ ଜଡିତ କାମରେ ଟ୍ୟାକ୍ସ ୧୮% ହ୍ରାସ ପାଇ ୧୨ % ହେବ ।

*ଦାମୀ ଷ୍ଟୋନର ପଲିସି ଓ କାଷ୍ଟିଂ ଉପରେ ଜିଏସଟି ହ୍ରାସ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

*ସ୍ଲାଇଡ୍ ଫାଷ୍ଟନର୍ସ ଉପରେ ଜିଏସଟି ୧୮% ରୁ ହ୍ରାସ କରି ୧୨% କରାଯିବ ।

*ସାମୁଦ୍ରିକ ଇନ୍ଧନ ଉପରେ ଜିଏସଟି ୧୮% ରୁ ହ୍ରାସ ପାଇ ୫ % କରାଯିବ ।

*ଭାରତରେ ଅଣ୍ଡର-୧୭ ୱମେନ୍ସ ୱର୍ଲ୍ଡ କପ ପାଇଁ ଫିଫା ଓ ଅନ୍ୟ ସଂସ୍ଥାଗୁଡିକୁ ସପ୍ଲାଏ ଉପରେ ଜିଏସଟିରୁ ରିହାତି ମିଳିବ ।

   ସମ୍ବନ୍ଧିତ ଖବର


ଭାରତୀୟ ନୌସେନାକୁ ମିଳିବ ଆଉ ଏକ ସ୍କର୍ପିନ ବୁଡ଼ାଜାହାଜ, ଚଳିତ ବର୍ଷ ଡିସେମ୍ବର କିମ୍ବା ୨୦୨୧ ପ୍ରାରମ୍ଭରେ ମିଳିବ

ମାତ୍ର ୭୮୯ ଟଙ୍କାରେ କିଣନ୍ତୁ ନିଜ ମନ ପସନ୍ଦର କାର୍, ଜାଣନ୍ତୁ ଅଫର୍ ସମ୍ପର୍କରେ…

ଅନ୍‌ଲାଇନ୍‌ରେ ଆସିଥିବା ମୋବାଇଲ୍‌ ଫୋନ୍‌କୁ ବିକିଦେଲା ଡେଲିଭରୀ ବୟ, ଗ୍ରାହକଙ୍କୁ କହିଲା କ୍ୟାନସଲ୍‌ ହୋଇଛି ଅର୍ଡର

ଜାଲି ଚେକ୍‌ ଦେଇ ଦମ୍ପତିଙ୍କ ସ୍ମାର୍ଟ ଚୋରି: ସ୍ତ୍ରୀ ଗିରଫ, ସ୍ବାମୀ ଫେରାର

ବର୍ଷେ କାଳ ଫ୍ରିଜରେ ରଖିଥିଲେ ନୁଡୁଲ୍‌ସ, ଖାଇବା ପରେ ଗୋଟିଏ ପରିବାରର ୯ ଜଣଙ୍କର ମୃତ୍ୟୁ- ଚୀନ୍‌ର ଘଟଣା

ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ପାଠ ପଢାଉଛନ୍ତି କଏଦୀ, ବାର୍ଷିକ ଦରମା ୮ ଲକ୍ଷ