PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଫୋର୍ବସ ପ୍ରଭାବଶାଳୀ ମହିଳା ତାଲିକାରେ ସୀତାରମଣ

ନୂଆଦିଲ୍ଲୀ ୧୨/୧୪:ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆଣିବାରେ ଯଦିଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରଚେଷ୍ଟା ଏଯାବତ୍‌ ସଫଳ ହୋଇନାହିଁ ତାଙ୍କ କାର୍ଯ୍ୟ ଯୋଗୁ ସେ ବିଶ୍ୱ ସ୍ତରରେ ଚର୍ଚ୍ଚାରେ ଅଛନ୍ତି । ଫୋର୍ବସ୍‌ ପତ୍ରିକା ପକ୍ଷରୁ ସୀତାରମଣଙ୍କୁ ବିଶ୍ୱର ଶ୍ରେଷ୍ଠ ୧୦୦ ପ୍ରଭାବଶାଳୀ ମହିଳାଙ୍କ ତାଲିକାରେ ସାମିଲ କରାଯାଇଛି । ଏହି ତାଲିକାରେ ଏଚ୍‌ସିଏଲ୍‌ କର୍ପୋରେସନ୍‌ର ସିଇଓ ରୋଶ୍‌ନୀ ନାଦାର ମାଲହୋତ୍ରା ଏବଂ ବାୟୋକନ୍‌ ପ୍ରତିଷ୍ଠାତା କିରଣ ମଜୁମ୍‌ଦାର ଶ’ ମଧ୍ୟ ସ୍ଥାନିତ ହୋଇଛନ୍ତି ।

ଭାରତର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଲିକାରେ ୩୪ ତମ ସ୍ଥାନରେ, ରୋଶ୍‌ନୀ ନାଦାର ମାଲ୍‌ହୋତ୍ରା ୫୪ ଏବଂ କିରଣ ମଜୁମ୍‌ଦାର ଶ’ ୬୫ ତମ ସ୍ଥାନରେ ରହିଛନ୍ତି । ସୀତାରମଣ ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ। ଯଦିଓ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଅର୍ଥ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ନେଇଥିଲେ ସୀତାରମଣ ପ୍ରଥମ ପୂର୍ଣ୍ଣାଙ୍ଗ ମହିଳା ଅର୍ଥମନ୍ତ୍ରୀ ହୋଇଛନ୍ତି । ଏହା ପୂର୍ବରୁ ସେ ଦେଶର ପ୍ରଥମ ମହିଳା ପ୍ରତିରକ୍ଷା ମନ୍ତ୍ରୀ ରହିଥିଲେ।ଜର୍ମାନି ଚାନ୍‌ସେଲର ଆଞ୍ଜେଲା ମର୍କେଲ ଏହି ତାଲିକାରେ ଶୀର୍ଷରେ ଅଛନ୍ତି । ସେ ଗତ ୯ ବର୍ଷ ଧରି ପ୍ରଥମ ସ୍ଥାନରେ ରହି ଆସୁଛନ୍ତି । ଦ୍ୱିତୀୟ ସ୍ଥାନରେ ୟୁରୋପିଅନ୍‌ ସେଣ୍ଟ୍ରାଲ ବ୍ୟାଙ୍କର ସଭାପତି କ୍ରିଷ୍ଟିନ୍‌ ଲାଗାର୍ଡେ ଅଛନ୍ତି । ଆମେରିକା ସାଂସଦ ନାନ୍‌ସି ପଲୋସି ତୃତୀୟ ସ୍ଥାନରେ ଅଛନ୍ତି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ତାଲିକାରେ ୨୯ ତମ ସ୍ଥାନରେ ରହିଛନ୍ତି।

ସେହିଭଳି ମିଲିଣ୍ଡା ଗେଟ୍‌ସ ଷଷ୍ଠ ସ୍ଥାନରେ, ଆଇବିଏମ୍‌ ସିଇଓ ଗିନି ରୋମେଟି ନବମ, ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନ ୩୮, ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ୪୨, ଗାୟିକା ରିହାନା ୬୧, ବେୟନ୍ସ ୬୬, ଟେଲର୍‌ ସ୍ୱିଫ୍ଟ ୭୧ ଏବଂ ଟେନିସ୍‌ ତାରକା ସେରେନା ୱିଲୟମ୍ସ ୮୧ ତମ ସ୍ଥାନରେ ରହିଛନ୍ତି । ତାଲିକାରେ କିରଣ ମଜୁମ୍‌ଦାର ଶ’ଙ୍କ ସମେତ ୧୩ ଜଣ ବିଲିୟନେୟାର ଅଛନ୍ତି । ଏମାନଙ୍କ ମୋଟ ନେଟ୍‌ ସମ୍ପତ୍ତି ୮୬୭୦ କୋଟି ଡଲାର(୬.୧୪ ଲକ୍ଷ କୋଟି ଟଙ୍କା) ରହିଛି । ଏହି ୧୩ ଜଣଙ୍କ ମଧ୍ୟରୁ ୭ ଜଣ ଆତ୍ମପ୍ରସ୍ତୁତ ମହିଳା ଉଦ୍ୟୋଗପତି ।

ଆମେରିକୀୟ କମ୍ପାନି ଜେନେରାଲ ମୋଟର୍ସର ସିଇଓ ମ୍ୟାରୀ ବାରା ପଞ୍ଚମ ସ୍ଥାନରେ ଅଛନ୍ତି । ଫେସ୍‌ବୁକ୍‌ ସିଓଓ ସେରିଲ ସ୍ୟାଣ୍ଡ୍‌ବର୍ଗ ୧୮ ତମ ସ୍ଥାନରେ ରହିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର